Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୟଙ୍କର ବାତ୍ୟାରେ ଉପୁଡ଼ିଗଲା ରାଜଧାନୀର ମୂଲ୍ୟବାନ ବୋଧିବୃକ୍ଷ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟାର ବିଭୀଷିକାକୁ ନିଜ ଆଖିରେ ନଦେଖିଲେ ପ୍ରକୃତରେ କେହି ହୃଦୟଙ୍ଗମ କରିପାରିବେ ନାହିଁ । ରାଜଧାନୀରେ ପ୍ରଳୟ ରଚିଥିବା ଏହି ଭୟାବହ ବାତ୍ୟାର ପଦଚିହ୍ନ ହୃଦୟ ବିଦାରକ । ଏବେବି ବିପର୍ଯ୍ୟସ୍ତ ଅବସ୍ଥାରେ ମାଟିରେ ପଡ଼ିରହିଛି ଶହ ଶହ ଗଛ । ଏହି ଫନି ବାତ୍ୟା…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳ କଲେ ଓଡ଼ିଆ କୃଷକ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶାର କୃଷକମାନେ ନୂତନ ଚାଷକାର୍ଯ୍ୟ ଲାଗି ନିଜ ନିଜର ଚାଷଜମିରେ ପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳ କରିଥାଆନ୍ତି । ତେବେ ଚାରି ଦିନ ପୂର୍ବରୁ ଅର୍ଦ୍ଧାଧିକ ଓଡ଼ିଶାରେ ଭୟଙ୍କର ବାତ୍ୟାରେ କ୍ଷୟକ୍ଷତି ଯୋଗୁଁ କୃଷକମାନଙ୍କର ମନୋବଳ…

ବାତ୍ୟା ‘ଫନି’ ବିଭୀଷିକା: ମେ ୧୩ ଯାଏଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ଏକପ୍ରକାର ଉଜୁଡି ଯିବା ପରେ ମଙ୍ଗଳବାର ଦିନଠୁ ପ୍ରାୟ ଏକ ସପ୍ତାହ ଲାଗି ଏହାକୁ ବନ୍ଦ ରଖିବା ଲାଗି ଅଧିକାରୀଙ୍କ ପକ୍ଷରୁ ନିଷ୍ପତ୍ତିି ହୋଇଛି । ଚିଡିଆଖାନାରେ ପାଖାପାଖି ୩ ହଜାର ପ୍ରଜାତିର…

‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ପାଳିତ

ବୋଲଗଡ: ବୋଲଗଡ ବ୍ଲକ୍ ଚମ୍ପାଇଲୋର ସାନବାଡ ମେଘ ମହ୍ଲାର ଅନୁଷ୍ଠାନ ପ୍ରାଙ୍ଗଣରେ ବୁଧବାର ଦିନ ‘ଓଡିଶା ସିନେ ୱାର୍କରସ୍ ଆସୋସିଏସନ’ ପକ୍ଷରୁ ‘ବିଶ୍ୱ ଶ୍ରମିକ ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏକ ନିଆରା ଢଙ୍ଗରେ କବି ମନୋଜ କୁମାର ଗୁମାନସିଂହଙ୍କ ସଭାପତିତ୍ୱରେ କବି ମାନଙ୍କର ଭାବବିହ୍ୱଳ…

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ଉଡ଼ିଗଲା ଶ୍ରୀମନ୍ଦିର ପତିତପାବନ ବାନା !

ପୁରୀ: କିଛି ଘଣ୍ଟାର ବ୍ୟବଧାନ ପରେ ଓଡ଼ିଶା ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ଫନି । ବାତ୍ୟା ଫନିକୁ ନେଇ ସମଗ୍ର ରାଜ୍ୟ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଉପରେ ଉଡୁଥିବା ପତିତପାବନ ବାନା ଗୁରୁବାର ସକାଳୁ କେଉଁଆଡ଼େ ଉଡ଼ିଯାଇଥିବାର…

ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ମେ’ ୨ ତାରିଖରୁ ୪ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ମିଳିଥିବା ସୂଚନାନୁଯାୟୀ ଚିଡିଆଖାନାର ପଶୁପକ୍ଷୀ, ଜୀବଜନ୍ତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ନନ୍ଦନକାନନ…

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ଜୁଲାଇ ୩୧ ଯାଏଁ ପର୍ଯ୍ୟଟକଙ୍କ ଲାଗି ‘ଭିତରକନିକା ଜାତୀୟ ଉଦ୍ୟାନ’ ବନ୍ଦ

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏହି ଅବଧି ମଧ୍ୟରେ ଭିତରକନିକାକୁ ଦେଶବିଦେଶର ସମସ୍ତ ପର୍ଯ୍ୟଟକଙ୍କ…

ସାମୁଦ୍ରିକ ଝଡ ‘ଫନି’: ମେ’ ୧ରୁ ଚିଲିକାରେ ଡଙ୍ଗା ଚାଳନା ବନ୍ଦ

ବାଲୁଗାଁ : ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ଚିଲିକାରେ ମୋଟରବୋଟ୍ ଆସୋସିଏସନ୍ ପକ୍ଷରୁ ଆଗାମୀ ମେ’ ମାସ ୧ ରୁ ପ୍ରାୟ ୫ ଦିନ ଯାଏଁ ଡଙ୍ଗା ଚଳାଚଳକୁ ନିଷିଦ୍ଧ କରିବା ଲାଗି ନିଷ୍ପତ୍ତି ନେଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ କାଳିଜାଇ…

ଓଜେଇଇ ୱେବସାଇଟରେ ଆଜିଠୁ ଆଡମିଟ୍ କାର୍ଡ ଉପଲବ୍ଧ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଲାଗି ଶୁକ୍ରବାର ଦିନ ଠାରୁ www.ojee.nic.in ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ଆଜି ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ଓଜେଇଇ ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ଓଜେଇଇ ବୋର୍ଡ ପକ୍ଷରୁ…