Latest Odisha News

BREAKING NEWS

Browsing Category

ଅପରାଧ

ବେଆଇନ୍ ଲୋନ୍ ଆପ୍ ମାମଲାରେ ୨ ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: ଗୁଗୁଲ ପ୍ଲେ ଷ୍ଟୋରରେ ବେଆଇନ୍ ଲୋନ୍ ଆପ୍ ମାମଲାରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାରଙ୍କ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଉଛନ୍ତି କର୍ଣ୍ଣାଟକ ଉଡୁପି ଜିଲ୍ଲାର ରକସିତ ଓ ସୁଶାନ୍ତ । ଉଭୟଙ୍କ ବିରୋଧରେ ଇଓଡବ୍ଲୁ ଆଇପିସି ଧାରା…

ବୋଲଗଡ଼ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ବୋଲଗଡ଼ ଥାନା ଏଏସଆଇଙ୍କୁ ଶୁକ୍ରବାର ଭିଜିଲାନ୍ସ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି । ଏଏସଆଇ ଭଗବାନ ସ୍ୱାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଅଭିଯୋଗକାରୀଙ୍କ ପୁଅ ଏବଂ ତା’ର ସାଙ୍ଗକୁ ଏକ ମାମଲାରେ ସାହାଯ୍ୟ…

୩୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ପାଇଁ ବ୍ରହ୍ମପୁର ସହର ଏବେ ସୁରକ୍ଷିତ ରାସ୍ତା ପାଲଟିଯାଇଛି । ନିୟମିତ ଅବକାରୀ ବିଭାଗ ଧରପଗଡ଼ କରୁଥିଲେ ମଧ୍ୟ ଚାଲାଣ ଉପରେ ରୋକ୍‌ ଲାଗିପାରୁନି । ବୁଧବାର ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେବ ବୋଲି ବ୍ରହ୍ମପୁର ଅବକାରୀ…

ଝାରବନ୍ଧ ବିଇଓ ରଞ୍ଜିତ୍ ଭୋଇଙ୍କୁ ଗିରଫ କଲା ଭିଜିଲାନ୍ସ

ଝାରବନ୍ଧ: ସମ୍ବଲପୁର ଭିଜିଲାନ୍ସ ୟୁନିଟ ଗୁରୁବାର ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଇଓ ରଞ୍ଜିତ୍ ଭୋଇ । ପ୍ରଧାନଶିକ୍ଷକଙ୍କୁ ତାଙ୍କ…

ଭିଜିଲାନ୍ସ ହାତରେ ଯାଜପୁର ତହସିଲର ପୂର୍ବତନ ନାଜିର; ଛଅ ବର୍ଷ ଥିଲେ ଫେରାର

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଗୁରୁବାର ଯାଜପୁର ତହସିଲର ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଗିରଫ କରିଛି । ୪.୯୫ କୋଟି ଟଙ୍କାର ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଖୋଜୁଥିଲା । ୨୦୧୬ ମସିହାରୁ ସେ ଲୁଚିଲୁଚି ବୁଲୁଥିଲେ । ଗୁରୁବାର ସକାଳେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍…

ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟା ପରେ ଝିଅର ତଣ୍ଟି କାଟିଦେଲା

ଭୁବନେଶ୍ୱର: ସ୍ତ୍ରୀ ଦରମାରେ ଚଳୁଥିଲା । ନିଜର କିଛି ରୋଜଗାର ନଥିଲା । ସ୍ତ୍ରୀ ପାଉଥିବା ଦରମାରେ ଡରାଇ ଧମକାଇ ନିଶା ବି ଖାଉଥିଲା । ଆଉ ସେଇ ନିଶାରେ ଏବେ ରୋଜଗାରିଆ ସ୍ତ୍ରୀକୁ ମାରି ଦେଇଛି ସ୍ୱାମୀ । ଖାଲି ସ୍ତ୍ରୀକୁ ମାରିନି ନିଜ ୬ ବର୍ଷର ଝିଅକୁ ବି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛି…

ଗୁପଚୁପ୍ ଖାଇ ଟଙ୍କା ନଦେବାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

କାମକ୍ଷାନଗର: ଗୁପଚୁପ୍ ପାଇଁ ଗଡ଼ିଲା ମୁଣ୍ଡ । ଏଭି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗାଁରେ । ଗୁପଚୁପ୍ ଖିଆ ବାକି ଟଙ୍କା ନଦେବାରୁ ମଦ୍ୟପ ଯୁବକଙ୍କୁ ପିଆଜ କଟା ଛୁରିରେ ହତ୍ୟା କରିଛି ଗୁପଚୁପ୍ ବେପାରୀ । ମୃତ ଯୁବକ ଜଣଙ୍କ ପାଳସାହିର…

କେନ୍ଦ୍ରାପଡ଼ା ସୁପାରି କିଲର ଜଟଣୀରୁ ଗିରଫ; ସୁନ୍ଦରପଦାର ସନ୍ତୋଷ ମାର୍ଥା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ହତ୍ୟା କରିବାକୁ ଆସି ପୋଲିସ ହାବୁଡ଼ରେ ପଡ଼ିଛନ୍ତି ସୁପାରି କିଲର । କେନ୍ଦ୍ରାପଡ଼ାରୁ ଦୁଇ ଜଣ ସୁପାରି କିଲର ସାଙ୍ଗରେ ୭ ଏମଏମ ବନ୍ଧୁକ ଧରି ବାଇକରେ ଜଟଣୀ ପହଞ୍ଚିଥିଲେ । ହେଲେ ଠିକ୍ ସମୟରେ ପୋଲିସ ଧରି ପକେଇ ସବୁ ଭଣ୍ଡୁର୍ କରିଦେଲା । ମଙ୍ଗଳବାର ବିଳମ୍ବିତ…

ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ଆଉ ପୁତୁରା ଗଣଦୁଷ୍କର୍ମ  ଅଭିଯୋଗରେ ଗିରଫ

ହାଇଦ୍ରାବାଦ:  ହାଇଦ୍ରାବାଦର ଜୁବିଲି ହିଲ୍‌ସ୍‌ରେ  ନାବାଳିକାଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ଅଭିଯୋଗରେ ‘ଅଲ୍‌ ଇଣ୍ଡିଆ ମଜିଲି-ଇ-ଇତ୍ତେହାଦୁଲ୍‌ ମୁସ୍‌ଲିମ୍‌’ର (ଏଆଇଏମ୍‌ଆଇଏମ୍‌) ବିଧାୟକଙ୍କ ନାବାଳକ ପୁଅ ଏବଂ ପୁତୁରାଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ସଂପୃକ୍ତ ୬ଜଣ…

ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

ବ୍ରହ୍ମପୁର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଜାମୁନୀ ଗାଁର ଯୋଗେଶ ବେହେରା।ଗୁରୁତର ହୋଇଥିବା ଅଜିତ ପାଣିଗ୍ରାହୀ ବ୍ରହ୍ମପୁର ଏମକେସିଜି…