Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କମୁଛି ପୁରୁଷଙ୍କ ଅନ୍ତଃବସ୍ତ୍ର ବିକ୍ରି, ଦେଶର ଅର୍ଥନୀତିକୁ ଲାଗିବ କି ଝଟକା?

ନୂଆଦିଲ୍ଲୀ: ଦେଶ ଦୁନିଆର ଅର୍ଥନୀତି କିପରି ରହିଛି ତାହା ଜଣାପଡ଼ିବ ପୁରୁଷଙ୍କ ଅଣ୍ଡର ଓ୍ୱୟର ବି ଅନ୍ତଃବସ୍ତ୍ର ବିକ୍ରି ରିପୋର୍ଟରୁ। ଏହା ହେଉଛି ୟୁଏସ ଫେଡ ରିଜର୍ଭର ପୂର୍ବତନ ପ୍ରମୁଖ ଅଧିକାରୀ ଆଲନ ସାନ୍ ଗ୍ରୀନସପନ(Alan Greenspan)ଙ୍କ ମତ। ଯିଏକି ଚାରି ଦଶନ୍ଧି ହେବ ଅଣ୍ଡର ଓ୍ୱୟର…

ଏକ୍‌ଜିଟ୍ ପୋଲ: ମେଘାଳୟରେ ଝୁଲା ସରକାର, ବିଜେପି ନୁହେଁ ଏହି ଦଳକୁ ମିଳିବ ଅଧିକ ଭୋଟ

ଶିଲଂ: ସୋମବାର ମେଘାଳୟ ନିର୍ବାଚନ ହୋଇଛି। ନିର୍ବାଚନ ସରିବା ପରେ ବିଭିନ୍ନ ଗଣମାଧ୍ୟ ପକ୍ଷରୁ ଏକ୍‌ଜିଟ୍ ପୋଲ ପ୍ରକାଶ ପାଇଛି। ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ସରକାର ଆସିବା ନେଇ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରାଯାଇଥିବା ବେଳେ ମେଘାଳୟର ସ୍ଥିତି ଝୁଲା ସରକାର ହୋଇପାରେ…

ଏକ୍‌ଜିଟ୍ ପୋଲ୍: ତ୍ରିପୁରାରେ ପୁଣି ବିଜେପି ସରକାର, ସର୍ବାଧିକ ଆସନ ଜିତିବା ନେଇ ପୂର୍ବାନୁମାନ

ଅଗରତାଲା: ଫେବ୍ରୁଆରୀ ୧୬ ତାରିଖରେ ତ୍ରିପୁରା ନିର୍ବାଚନ ହୋଇଥିଲା। ଏବେ ଏକ୍‌ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି। ଏଥର ପୁଣିଥରେ ବିଜେପି ସରକାର ଗଠନ କରିବ। ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ଏଭଳି ଦାବି କରାଯାଇଛି। ତ୍ରିପୁରା…

ଦାଦା ସାହେବ ଫାଲକେ ପୁରସ୍କାର ଫେରାଇଲେ ନିକିତା

ମୁମ୍ବାଇ: ଉଭୟ ବ୍ରେନି ଓ ବିଉଟି ଭାବେ ପରିଚିତ ମଡ଼େଲ ତଥା ସାମାଜିକ କର୍ମୀ ନିକିତା ଘାଗ ଏବେ ଚର୍ଚ୍ଚାରେ । କାରଣ ହେଲା ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଫେରାଇଛନ୍ତି । ଗତବର୍ଷ ସେ ଏହି ପୁରସ୍କାର ପାଇଥିଲେ । ଏ ନିଷ୍ପତ୍ତି…

ଏକ୍‌ଜିଟ୍ ପୋଲ୍: ନାଗାଲଣ୍ଡରେ ପୁଣି ଏନ୍‌ଡିପିପି-ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଏହି ନେତା ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ଆସିଲା ଏକ୍‌ଜିଟ୍‌ ପୋଲ ରିପୋର୍ଟ। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ୍‌ଜିଟ୍ ପୋଲ ଆକ୍ସିସ ମାଇଁ ଇଣ୍ଡିଆର ସର୍ଭେ ରିପୋର୍ଟ ଅନୁସାରେ, ନାଗାଲାଣ୍ଡରେ ପୁଣିଥରେ ବିଜେପି ମେଣ୍ଟ ସରକାର କ୍ଷମତାରେ ରହିବ। ସୋମବାର ପ୍ରକାଶିତ ଏକ୍‌ଜିଟ୍ ପୋଲ ରିପୋର୍ଟ…

ମନୀଷ ସିସୋଦିଆଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୋମବାର ଦ୍ୱିପ୍ରହରରେ ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ମାମଲାରେ ଶୁଣାଣି ପରେ କୋର୍ଟ ସିସୋଦିଆଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। କୋର୍ଟରେ ହାଜର…

ଜେଲନସ୍କିଙ୍କ ଚାଂଚଲ୍ୟକର ବୟାନ, ପୁତିନଙ୍କୁ ତାଙ୍କ ନିଜ ଲୋକ ମାରିବେ !

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ଧରୁନି । ୟୁକ୍ରେନକୁ ୟୁରୋପ ଦେଶର ସହାୟତା ଏବଂ ରୁଷିଆ ସମର୍ଥନରେ ଚୀନ ରହିବାରୁ ଏହା ତୀବ୍ର ହେବା ଆଶଙ୍କା କରାଯାଉଛି । ଇତି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିୟର ଜେଲେନସ୍କି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଖୁବ ଶୀଘ୍ର…

IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ସମେତ ପତ୍ନୀ ରାବଡ଼ି ଦେବୀ ଓ ଝିଅଙ୍କୁ ସମନ କଲେ କୋର୍ଟ

ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ଅଭିଯୋଗରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପତ୍ନୀ ରାବଡି ଦେବୀଙ୍କୁ ସମନ କଲେ ଦିଲ୍ଲୀର ରୋଉଜ୍ ଏଭିନ୍ୟୁ କୋର୍ଟ। ଭାରତୀୟ ରେଳବାଇ କ୍ୟାଟେରିଂ ଏବଂ ଟୁରିଜିମ୍ କରପୋରେସନ(IRCTC) ଦୁର୍ନୀତି ଅଭିଯୋଗରେ ଏହି ସମନ କରାଯାଇଛି। ଏଥିରେ ଜମି ନେଇ ରେଳବାଇରେ…

ନିଖୋଜ ବିଲେଇ ପାଇଁ ୧୭ ହଜାର କିମି ଯିବେ ମାଲିକ, ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା

ଯଦି ଆପଣ ଜଣେ ପଶୁପ୍ରେମୀ ତେବେ କୁକୁର, ବିଲେଇ ପରି ଗୃହପାଳିତ ପଶୁମାନଙ୍କୁ ଭଲ ପାଉଥିବେ । ନିଜର ସଉକ ପାଇଁ ଅନେକ ଲୋକ ପଶୁପକ୍ଷୀଙ୍କୁ ଘରେ ରଖିଥାନ୍ତି । ସେମାନଙ୍କ ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି କରନ୍ତି । ନିଜ ପିଲାମାନଙ୍କ ପରି ସେମାନଙ୍କୁ ଭଲରେ ରଖିବାକୁ ଚେଷ୍ଟା କରିଥାନ୍ତି ।…

‘ସବୁଠାରୁ ଖୁସି ଲୋକ’ ଭାବେ ବିଶ୍ୱ ରେକର୍ଡ

ଆପଣ କେବେ କାହାକୁ ଭେଟିଛନ୍ତି କି ଯିଏ ସବୁବେଳେ ଖୁସି? ମାନେ ତାଙ୍କ ଚେହେରାରେ କେବେ ଦୁଃଖୀ ହେବା ଦେଖିନାହାନ୍ତି । ବୋଧହୁଏ ଏମିତି ଲୋକଙ୍କୁ ଆପଣ ସାମ୍ନା କରି ନ ଥିବେ । କିନ୍ତୁ ଆମେରିକାର ଜଣେ ବ୍ୟକ୍ତିଙ୍କୁ ଭେଟିଲେ ଆପଣ ଦୁଃଖୀ ହେଉ ନ ଥିବା ଅନୁଭବ ତାଙ୍କଠାରୁ ପାଇବେ । ଆପଣ ଜାଣି…