Latest Odisha News

BREAKING NEWS

Browsing Category

ଫିଚର

ବିଜେଡି ଲିଗାଲ୍ ସେଲ୍ ଉପଦେଷ୍ଟା ପଦରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଲେ ଗୋପାଳକୃଷ୍ଣ ମହାନ୍ତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିଜେଡି ଲିଗାଲ ସେଲ୍ ଉପଦେଷ୍ଟା ଗୋପାଳକୃଷ୍ଣ ମହାନ୍ତି ବିଜେଡି ଛାଡ଼ି କଂଗ୍ରେସର ଯୋଗ ଦେଇଛନ୍ତି। ଗତକାଲି ଅପରାହ୍ନରେ ଶ୍ରୀ ମହାନ୍ତିଙ୍କ ସମେତ ୩୦ରୁ ଅଧିକ ଆଇନଜୀବୀ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଭବନରେ…

ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ଅନୁଗୁଳ ଗସ୍ତ

ଭୁବନେଶ୍ୱର: ଆଜିଠୁ ୩ ଦିନିପାଇଁ ଅନୁଗୁଳ ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୭ ତାରିଖ ପର୍ଯ୍ୟନ୍ତ ସେ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନ ଗସ୍ତ କରି ସେଠାରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ୪ ଦିନ ଧରି ବିଭିନ୍ନ…

ଆଜି ହେରା ପଞ୍ଚମୀ; ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମା’ ଲକ୍ଷ୍ମୀ

ପୁରୀ:ଜଗତର ଠାକୁର ସେ  । ହେଲେ ଭକ୍ତ ପାଇଁ ସତେ ଯେମିତି ଅତି ଆପଣାର କେହି ଜଣେ । ବିଶ୍ୱ ବ୍ରହ୍ମାଣ୍ଡର ଏହି କର୍ତ୍ତାଙ୍କର  ଅଦ୍ଭୂତ ଲୀଳାଖେଳା ମନରେ ବି ସେମିତି ଏକ ମାନବୀୟ ଭାବ ସୃଷ୍ଟି କରିଥାଏ । ମା’ ଲକ୍ଷ୍ମୀଙ୍କୁ ଛାଡି  ଭାଇ ଭଉଣୀ ସାଙ୍ଗରେ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଛନ୍ତି…

ବିଶ୍ୱ ସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ; ଦୁଇଟି ପର୍ଯ୍ୟାୟରେ କାମ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଶ୍ୱ ସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନରେ ପରିଣତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏନେଇ ବନ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରୂପାନ୍ତରଣ…

୧୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତକାଲି ଠାରୁ ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ହେବା ସହ ଅନେକ ସ୍ଥାନରେ…

ଭାରତ-ଆମେରିକା ସମ୍ପର୍କ ମଜବୁତ ପଛରେ କମଲା ହାରିସଙ୍କ ଅବଦାନ ଅତୁଳନୀୟ: ମୋଦୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ହାରିସ ଓ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନଙ୍କ ଦ୍ୱାରା…

ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହିଁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ସୁଚେତନା ଭଟ୍ଟାଚାର୍ଯ୍ୟ ଶୁକ୍ରବାର କହିଛନ୍ତି ଯେ ସେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରି ଖୁବ୍ ଶୀଘ୍ର ଟ୍ରାନ୍ସଜେଣ୍ଡର ହେବାକୁ ଯାଉଛନ୍ତି। ଏଥିପାଇଁ ସେ ଯୌନ ପରିବର୍ତ୍ତନ ଅସ୍ତ୍ରୋପଚାର କରିବାକୁ…

ଇଣ୍ଟରନେଟ ସ୍ପୀଡରେ ଭାରତର ଉନ୍ନତୀ, ବିଶ୍ବରେ କେତେ ନମ୍ବର ସ୍ଥାନରେ?

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଇଣ୍ଟରନେଟ୍ କ୍ଷେତ୍ରରେ ଭାରତ ବହୁତ ଉନ୍ନତି କରିଛି। ଭାରତରେ ଇଣ୍ଟରନେଟ୍ କନେକ୍ସନର ଉନ୍ନତି ଆସୁଛି ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ଇଣ୍ଟରନେଟ୍ ପ୍ରସଙ୍ଗରେ ଭାରତ ଆଉ ଏକ ବଡ଼ ସଫଳତା…

କୂଅ ଭିତରକୁ ଖସିପଡ଼ିଥିବା ୧୮ ମାସର ଛୋଟ ଛୁଆକୁ ଉଦ୍ଧାର କଲେ ଅଗ୍ନିଶମ ଅଧିକାରୀ

ବଲାଙ୍ଗୀର : ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଲାଙ୍ଗୀରରେ ଏକ ଖୋଲା କୂଅ ଭିତରକୁ ଖସିପଡ଼ିଥିବା ଶିଶୁଟିର ଜୀବନ ବଞ୍ଚିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ପଦ୍ମପୁର ଗ୍ରାମର ଅଦ୍ୟାଶା ବିଶ୍ୱାଳ (୧୮ ମାସ) ନାମକ ଜଣେ ନାବାଳିକା ୩୦ ଫୁଟ…

ଫାଇଭ ଟି ସଚିବଙ୍କ ବିରୋଧରେ ବର୍ଷିଲେ ପିସିସି ସଭାପତି, ଇସ୍ତଫା ଦେବାକୁ କଲେ ଆହ୍ବାନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଭି. କେ. ପାଣ୍ଡିଆନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଯେଉଁ ଅଫିସର ମାନେ ୫-ଟି ସଚିବଙ୍କ ପରି ବିଜେଡି ଓ ବିଜେପିର ଦଳୀୟ କର୍ମୀଙ୍କ ଭଳି କାମ କରିବାକୁ ଚାହୁଁଛନ୍ତି ପ୍ରଥମେ ସେମାନେ ନିଜ ପଦରୁ ଇସ୍ତଫା…