Latest Odisha News

BREAKING NEWS

Browsing Category

ଫିଚର

ଜୁନ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଜୁନ ୪ ତାରିଖରେ କେରଳ ଛୁଇଁବ ମୌସୁମୀ । ଏ ନେଇ ମଙ୍ଗଳବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଆଇଏମଡି ତାର ଟୁଇଟରରେ ଏ ନେଇ ସୂଚନା ଦେଇଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପୂର୍ବ ବର୍ଷମାନଙ୍କ ତୁଳନାରେ ସାମାନ୍ୟ ବିଳମ୍ବରେ ଆସିବ । ଜୁନ ୪ରେ…

କାହିଁକି ବିଳମ୍ବରେ ଆସିବ ମୌସୁମୀ ?

ନୂଆଦିଲ୍ଲୀ: ଏଥର ବିଳମ୍ବରେ ଆସିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ  କେରଳ ଛୁଇଁବାରେ ସାମାନ୍ୟ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।…

ବିଲେଇ ପରି ଆଖି କରିବାକୁୁ ଚାହୁଁଥିଲେ ମହିଳା: ଅସ୍ତ୍ରୋପଚାର କଲେ, ହେଲେ ବିଗିଡ଼ିଗଲା ଆଖି

ନ୍ୟୁୟର୍କ: କଥାରେ ଅଛି, ଭଗବାନ ମଣିଷକୁ ସୃଷ୍ଟି କରିଥାନ୍ତି । କାହାକୁ କଳା କରିଥିବା ବେଳେ କାହାକୁ ଗୋରା କରିଥାନ୍ତି । ସେମିତି କାହାକୁ ସୁନ୍ଦର ଚେହେରା ଦେଇଥିବା ବେଳେ ଆଉ କାହାକୁ ବିକୃତ ଚେହେରା ବି ଦେଇଥାନ୍ତି । ଏହା ଭଗବାନଙ୍କ ଦାନ ଭାବି ସମସ୍ତେ ପସନ୍ଦ କରିଥାନ୍ତି । କିନ୍ତୁ ଏମିତି…

ଓଡ଼ିଶା ପାଇଁ ବଡ ଭାବ, ବଡ ସ୍ୱପ୍ନ ଦେଖ-ନବ ନିଯୁକ୍ତ ଯୁବକଯୁବତୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ବର୍ତ୍ତମାନର ପରିବର୍ତ୍ତିତ ଦୁନିଆ ଏବଂ ଟେକ୍ଲୋଲୋଜି ଯୁଗରେ ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ଜରୁରୀ । ବିଶେଷ ଭାବରେ ଆଜି ନିଯୁକ୍ତି ପାଇଥିବା ଯୁବବନ୍ଧୁମାନେ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ ଏବଂ ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ…

ମୋତେ ଗାଳି କର କିନ୍ତୁ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ଦିଅ-ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାର ଗର୍ଭବତୀ ମାଆ, ନବଜାତ ଶିଶୁ, କିଶୋର କିଶୋରୀଙ୍କ ଅବସ୍ଥା ଚିନ୍ତାଜନକ ।  ରାଜ୍ୟରେ ଅପପୁଷ୍ଟି, ଶିଶୁମୃତ୍ୟୁ ହାର, ମହିଳା ମାନଙ୍କ ରକ୍ତହୀନତା ସମସ୍ୟା ଏକ ପ୍ରମୁଖ ପ୍ରସଙ୍ଗ । ବୟସ ଓ ଉଚ୍ଚତା ଅନୁସାରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ହେଉନାହିଁ । ଜନଜାତି…

ଦୁଃଖ କହିଲେ ରଜାଘର ବୋହୂ ଆଦ୍ରିଜା; ଅର୍କେଶ କହିଲେ, ସବୁ ମିଛ

ଭୁବନେଶ୍ୱର: ପଦାକୁ ଆସିଲା ରାଜ ପରିବାରର ଗୁମର କଥା । ଦାଣ୍ଡରେ ପଡି ହାଟରେ ଗଡିଲା ସିଂହଦେଓ ପରିବାରର ଘରୋଇ କଳି । ରାଜା ଘର ବୋହୂ ଆଦ୍ରିଜା ମଞ୍ଜରୀ ପରିବାର ଲୋକଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ ଶାଶୂ ଘରେ ଘରୋଇ ହିଂସାର ଶିକାର ହେଉଥିଲେ । ତାଙ୍କୁ ମାନସିକ…

ଗୁଳି କରି ଲୁଟ ଉଦ୍ୟମ: ଲୁଟେରାକୁ କାବୁ କରି ନିସ୍ତୁକ ପିଟିଲେ ଲୋକେ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦାକୁ ଯାଇଥିବା ଜାତୀୟ ରାଜପଥ ନିକଟ ବାଇପାସ ଛକରେ ଗତକାଲି ରାତିରେ  ଗୁଣିକାଣ୍ଡ ଘଟିଯାଇଛି  । ତିନିଜଣ ଦୁର୍ବୃତ୍ତ ଧଳା ରଙ୍ଗ ପଲସରରେ ଆସି ଜଣେ ବ୍ୟାଙ୍କ କର୍ମଚାରୀ ଗୌରବ ଦାସ (୩୧ )ଓ ତାଙ୍କ ବନ୍ଧୁ କାର୍ତ୍ତିକ ସ୍ବାଇଁଙ୍କୁ ଲକ୍ଷ୍ୟ କରି ଗୁଳି ଚାଳନା…

ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

କେନ୍ଦ୍ରାପଡା: ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଏତଲା । ଏତଲା ଦେଇଛନ୍ତି ତାଙ୍କ ବୋହୂ ରୋନାଲି ବେହେରା। ଖାଲି ଶଶୀଭୂଷଣ ନୁହେଁ, ତାଙ୍କ ପତ୍ନୀ ସୁପ୍ରଭା ଏବଂ ପୁଅ ସତ୍ୟପ୍ରକାଶଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ରୋନାଲି । କେନ୍ଦ୍ରାପଡା…

ସରଳ ବ୍ୟବହାର ପାଇଁ ମୃତ୍ୟୁ ପରେ ପ୍ରାର୍ଥୀଙ୍କୁ ଜିତାଇଲେ ଭୋଟର

ବିଜନୌର: ସମସ୍ତେ କହନ୍ତି ରାଜନୀତିରେ କେବଳ ଅର୍ଥ ବଳ ବା ବାହୁବଳ ହିଁ ଜିତେ । ଏଠି ମଣିଷ ପଣିଆର ସ୍ଥାନ ନାହିଁ । ଏଠି ଦୟା, କ୍ଷମା ବା ସଚ୍ଚୋଟପଣିଆ ଜିତି ପାରେନି । ହେଲେ ନା, ମଣିଷ ପଣିଆ ସବୁବେଳେ ସବୁଠି ଜିତିଛି ଏବଂ ଜିତୁଛି ମଧ୍ୟ । ସ୍ନେହ, ଶ୍ରଦ୍ଧା ଆଉ ଦୟାଭାବ ପାଖରେ ବହୁତ ଦୁର୍ବଳ…

ପରଲୋକରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଡାକ୍ତର ସଞ୍ଜୟ ଶତପଥୀ

ଭୁବନେଶ୍ୱର:ପୂର୍ବତନ ରଣଜୀ ଟ୍ରଫି ପ୍ଲେୟାର ଡାକ୍ତର ସଞ୍ଜୟ ଶତପଥୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଉପସ୍ଥିତ ଥିଲେ । ଡାକ୍ତର ଶତପଥୀ ଜଣେ ରଣଜୀ ପ୍ଲେୟାର ହେଲେ ମଧ୍ୟ ପେଷାରେ ଜଣେ ଡାକ୍ତର । ସେ…