Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ପଛୁଆ ବର୍ଗଙ୍କ ସର୍ଭେ । ଆସନ୍ତା ୨୭ ତାରିଖ ଯାଏ ଚାଲିବ ଏହି ସର୍ଭେ । ପ୍ରତି ଗାଁରେ ଉଭୟ ଅଫଲାଇନ୍‌ ଓ ଅନଲାଇନରେ ଓବିସିଙ୍କ ସର୍ଭେ କରାଯିବ । ୨୭ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ଆଜିଠାରୁ ୨୦ ତାରିଖ ଯାଏ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ…

ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି, କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ : ଶସ୍ତା ହେଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ୧୭୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଦର ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର ୧୮୫୬ ଟଙ୍କା ୫୦ ପଇସା ହୋଇଛି ।…

ଆଜି ବି ହକ୍‌ ପାଇଁ ଲଢ଼ୁଛି ଶ୍ରମିକ, ଅନିଶ୍ଚିତାରେ ରୋଜଗାର

ଭୁବନେଶ୍ୱର : ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ସାରା ବିଶ୍ୱରେ ଶ୍ରମିକ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସଗୀକୃତ । ୧୮୮୬ ମସିହାରୁ ମେ ୧କୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଶ୍ରମ ଦିବସରେ ସାରା…

ସତ୍ୟ, ଶିବ ଓ ସୁନ୍ଦରର ସଙ୍ଗମ : ତ୍ରିଲୋଚନ କାନୁନଗୋ

ଏକାଦଶାହ ଉପଲକ୍ଷେ ସ୍ମୃତି ପଟ୍ଟନାୟକଙ୍କ ଆଲେଖ୍ୟ ସତ୍ୟ ଶିବ ଓ ସୁନ୍ଦରର ସଙ୍ଗମ ଘଟିଥିଲା ବହୁମୁଖୀ ପ୍ରତିଭାରେ ପରିପୂର୍ଣ୍ଣ ମହାନ୍ ଜନନାୟକ ତ୍ରିଲୋଚନ କାନୁନଗୋଙ୍କ କ୍ଷେତ୍ରରେ । ସତ୍ୟ ଓ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟ ଜୀବନ ରୁ…

ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ଗାଡି ଉପରକୁ ମୋବାଇଲ ଫିଙ୍ଗିଲେ ମହିଳା, ଜାଣନ୍ତୁ ପୂରା ଘଟଣା

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଏକ ବଡ଼ ତ୍ରୁଟି। କର୍ଣ୍ଣାଟକର ମହୀଶୂରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମୋବାଇଲଫୋନ୍ ଫିଙ୍ଗିବା ମାମଲା ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାର କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମହୀଶୂରରେ ରୋଡ୍ ଶୋ କରୁଥିଲେ। ସୋସିଆଲ…

ଶ୍ରମମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ନେତ୍ରୀଙ୍କୁ କଲ୍ୟାଣ ବୋର୍ଡରେ ନିଯୁକ୍ତି ଦିଆଗଲା: ବିଜେପି

ଭୁବନେଶ୍ୱର: ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଯିଏକି ନିକଟରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କୁ ଏବେ ବିଭିନ୍ନ ପଦରେ ଥାଇଥାନ…

ପ୍ରଧାନମନ୍ତ୍ରୀ କହିଲେ ଇସ୍ତଫା ଦେବାକୁ ରାଜି: ବ୍ରିଜଭୂଷଣ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ସପ୍ତାହେ ଧରି ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି। ବିରୋଧୀ ବିଜେପି ସାଂସଦଙ୍କ ଇସ୍ତଫା ଦାବି କରିବା ସହ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ତେବେ…

ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍ ବିମାନ ଧକ୍କା ହେବାରୁ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବାର୍ସିଲୋନାର ଉତ୍ତରରେ ଥିବା ମୋୟା…

ଗଡଚିରୋଲିରେ ନକ୍ସଲ-ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ, ୩ ନକ୍ସଲଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳିବିନିମୟ ହୋଇଛି। ସୁରକ୍ଷାବାହିନୀର ଏନକାଉଣ୍ଟରରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି। ହତ୍ୟାର ଶିକାର ନକ୍ସଲମାନଙ୍କ ଉପରେ ୩୬ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଭାମରାଗର ତାଲୁକାରେ ସି୬୦…

ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ: ୪ ଘଣ୍ଟା ବିଳମ୍ବରେ ଛାଡ଼ିଲା ଟ୍ରେନ

ଭୁବନେଶ୍ୱର: ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ । ଏହି କାରଣରୁ ନୂଆଦିଲ୍ଲୀରୁ ପୁରୀ ଯାଉଥିବା ୧୨୮୦୧ ନମ୍ବର ଟ୍ରେନଟି ମିର୍ଜାପୁର ଷ୍ଟେସନଠାରେ ଅଟକି ରହିଥିଲା । ଖବର ପ୍ରଚାରିତ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ସ୍ଥିତିକୁ କାବୁ କରିବା ପାଇଁ…