Latest Odisha News

BREAKING NEWS

Browsing Category

ଫିଚର

ଅଷ୍ଟ୍ରେଲିଆନ ଓପନ: ୪୪ ବର୍ଷ ପରେ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଟାଇଟଲ ଜିତିଲେ ବାର୍ଟି

ମେଲବୋର୍ଣ୍ଣ: ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଖେଳାଳି ଭାବେ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ଜିତିଛନ୍ତି ଆଶଲେ ବାର୍ଟି । ଫାଇନାଲରେ ସେ ଆମେରିକାର ଡାନିୟଲ କଲିନ୍ସଙ୍କୁ ୬-୩, ୭-୬ ସେଟରେ ପରାସ୍ତ କରିଥିଲେ । ଏହା ତାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ । ସେ ୨୦୧୯ରେ ଫ୍ରେଂଚ ଓପନ…

ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର: ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ । ଗାନ୍ଧିଧାମ-ପୁରୀ ଏକ୍ସପ୍ରେସରେ(୧୨୯୯୩) ଅଗ୍ନିକାଣ୍ଡ ହୋଇଛି । କ୍ସପ୍ରେସର ୧୩ ନମ୍ବର ବଗିରେ ଥିବା ପ୍ୟାଣ୍ଟ୍ରି କାର୍‌ରେ ନିଆଁ ଲାଗିଲା । ମହାରାଷ୍ଟ୍ରର ନନ୍ଦୁରବାରରେ ଏହି ଅଗ୍ନିକାଣ୍ଡ ହୋଇଛି । ନିଆଁ ଆୟତ୍ତ କରିବାକୁ ପ୍ୟାଣ୍ଟ୍ରି…

ରାଜ୍ୟରେ ସଂକ୍ରମଣ କମୁଛି, ଫେବ୍ରୁଆରୀରେ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ଖସୁଛି । ଦୈନିକ କେସ୍ ୫ହଜାର ତଳକୁ ଖସିଛି । ସପ୍ତାହେ ପୂର୍ବରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିଲା । ଏବେ ନିୟନ୍ତ୍ରଣକୁ ଆସୁଛି କରୋନା । ଆଉ ଦୁଇ ଦିନ ପରେ ସରୁଛୁ ଜାନୁଆରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ । ଆଶା…

୨୦ ହଜାର ସ୍କ୍ରିନରେ ରିଲିଜ ହେବ ପ୍ରଭାସଙ୍କ ଆଦିପୁରୁଷ

ମୁମ୍ବାଇ: ବାହୁବଳୀ ଫେମ୍ ପ୍ରଭାସଙ୍କ ଆଗାମୀ ଫିଲ୍ମ ଆଦିପୁରୁଷ ୨୦ ହଜାରରୁ ଊର୍ଦ୍ଧ୍ୱ ସ୍କ୍ରିନରେ ରିଲିଜ ହେବ ବୋଲି ପ୍ରଡକ୍ସନ ଟିମ ପକ୍ଷରୁ ଘୋଷଣା କରାଯାଇଛି । ବାହୁବଳୀର ୨ଟି ଯାକ ପାର୍ଟ ଭଲ ବ୍ୟବସାୟ କରିଥିବାରୁ ପ୍ରଭାସଙ୍କ ଚାହିଦା ଅଧିକ ରହିଛି । ୧୧ ଅଗଷ୍ଟରେ ଏହି ଫିଲ୍ମ ଭାରତ ବ୍ୟତୀତ…

ଇସ୍ରାଏଲଠାରୁ ଭାରତ କିଣିଥିଲା ପେଗାସସ ସଫ୍ଟୱେର: ଏନୱାଇଟି

ନୂଆଦିଲ୍ଲୀ: ୨୦୧୭ରେ ଇସ୍ରାଏଲଠାରୁ ଭାରତ ପେଗାସସ ସଫ୍ଟୱେର କିଣିଥିଲା ବୋଲି ଆଜି ଦି ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି । ଇସ୍ରାଏଲ ସହିତ ଏହି ସମୟରେ କରାଯାଇଥିବା ୧୫ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତିରେ ପେଗାସସ ସ୍ପାଏୱେୟାର ସାମିଲ ଥିଲା । ସେହିପରି ଆମେରିକାର ଫେଡେରାଲ…

ଝାଡାବାନ୍ତି ଆତଙ୍କ: ଜଣଙ୍କର ମୃତ୍ୟୁ, ୧୦ ଗୁରୁତର ଅଭିଯୋଗ

ଝାରସୁଗୁଡ଼ା: ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଅଭିଯୋଗ । ୧୦ ଜଣ ଗୁରୁତର ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ସମସ୍ତ ଆକ୍ରାନ୍ତ ଲଖନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାପରେ ଗାଁରେ ପହଞ୍ଚିଛି…

୧୦ ସହରରେ ୧୦ ଡିଗ୍ରୀ ତଳେ ରାତିର ତାପମାତ୍ରା, ଦାରିଙ୍ଗିବାଡ଼ି ଓ ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଆରମ୍ଭ ହୋଇଛି ଶୀତ ଲହରି । କାଲିଠାରୁ ବଢ଼ିଛି ଥଣ୍ଡା । ପାଣିପାଗ ବିଭାଗ କହିଛି ଶୀତ ଲହରି ଆହୁରି ୨ ଦିନ ଜାରି ରହିବ । ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଥିଲା ଦାରିଙ୍ଗିବାଡ଼ି ଓ ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ…

ରାଜ୍ୟରେ ୫ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ । ୧୦ହଜାରରୁ ୫ ହଜାର ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୮୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୩୩ । ୧୮ ବର୍ଷ ଭିତରେ ଆଉ ୬୭୧ ଜଣ ସଂକ୍ରମିତ ହୋଇଛନ୍ତି ।…

ଦେଶରେ ଦୈନିକ କରୋନା ସଂକ୍ରମଣ କମୁଛି, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ଅଢ଼େଇ ଲକ୍ଷ ତଳକୁ ଖସିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଚଳିତ ସପ୍ତାହରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୫ହଜାର ୫୩୨ ନୂଆ ଆକ୍ରାନ୍ତ ।…

ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ, କିଏ କେଉଁଠି ଜାଣନ୍ତୁ

ଭୁବନେଶ୍ୱର: ପୌର ନିର୍ବାଚନ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହୋଇଛି । ଏନେଇ ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ବାହାରିଛି ବିଧିବଦ୍ଧ ବିଜ୍ଞପ୍ତି । ଚୂଡ଼ାନ୍ତ ସଂରକ୍ଷଣ ତାଲିକା…