Latest Odisha News

BREAKING NEWS

Browsing Category

ଫିଚର

ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ, ରାସ୍ତା ଘାଟ ଚାରିଆଡେ ଜମିଛି ବରଫର ଆସ୍ତରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ : ଧଳା ଚାଦରରେ ସଜେଇ ହୋଇଛି ଉତ୍ତରାଖଣ୍ଡ। ଚାରିଆଡେ ତୁଷାରପାତ । ବହୁ ଶିଘ୍ର ଶୀତର ଆଗମନ ହୋଇଛିା ଚଳିତ ବର୍ଷର ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ସୋମବାର ହିମାଚଳ ପ୍ରଦେଶର ଲାହଲ-ସ୍ପିଟି ଜିଲ୍ଲାର ଧନଖର ଗ୍ରାମରେ ତୁଷାରପାତ…

୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ସିଜିନ ଟିକେଟକୁ ଅନୁମତି

ଭୁବନେଶ୍ବର : ପ୍ରତିଦିନ ଯାତାୟାତ କରୁଥିବା ରେଳ ଯାତ୍ରୀଙ୍କ ରେଇବାଇ ପଦକ୍ଷେପ । ପୂର୍ବତଟ ରେଳପଥରେ ଆହୁରି ୭ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍, ତ୍ରୟମାସିକ ସିଜିନ ଟିକେଟ୍ ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦିଆଯାଇଛି । ଏହି ଟ୍ରେନ୍ ଗୁଡିକ ହେଲା - ୦୮୪୩୧/୦୮୪୩୨…

କୋଭାକ୍ସିନକୁ ମିଳିବ କି ଅନୁମୋଦନ ? ୨୬ରେ ବସିବ ବୈଷୟିକ ପରାମର୍ଶଦାତା କମିଟି ବୈଠକ

ନୂଆଦିଲ୍ଲୀ : କୋଭାକ୍ସିନକୁ ଅନୁମୋଦନ ଦେବା ଲାଗି ଆସନ୍ତା ୨୬ରେ ବସିବ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ । ଏନେଇ ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନକୁ ଯଦି…

ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା, ୨୯ରୁ ଅଧିକ ହିନ୍ଦୁଙ୍କ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାଂଲାଦେଶ : ବାଂଲାଦେଶରେ ଥମୁନି ସାମ୍ପ୍ରଦାୟିକ ହିଂସା । ଦୁର୍ଗା ପୂଜା ମଣ୍ଡପ, ଇସ୍କନ ମନ୍ଦିରରେ ହମଲା ପରେ କେତେକ ହିନ୍ଦୁ ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୀରଗଞ୍ଜ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଦୁର୍ବୃତ୍ତମାନେ ଶହେରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିବା…

ଲଗାଣ ବର୍ଷାରେ କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡରେ ସ୍ଥିତି ବେହାଲ

ନୂଆଦିଲ୍ଲୀ : ଲଘୁଚାପ ପ୍ରଭାବରେ ଦେଶର ପ୍ରାୟ ସବୁ ରାଜ୍ୟରେ ଜାରି ରହିଛି ବର୍ଷା । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡରେ ସ୍ଥିତି ବେହାଲ ହୋଇଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସ୍ଥିତି ବିଗୁଡୁ ଥିବାରୁ…

ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ବର : ସ୍କୁଲ ଖୋଲିବାକୁ ନେଇ ତତ୍ପର ସରକାର । ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଛି ନୂଆ ଗାଇଡଲାଇନ । ସବୁ ପ୍ରଧାନଶିକ୍ଷକ ଏହି ଗାଇଡଲାଇନ ମାନିବାକୁ ଦିଆଯାଇଛି ନିର୍ଦ୍ଦେଶ । ଆସନ୍ତା ୨୧ରେ ଏକାଦଶ ଓ ୨୫ରେ ଅଷ୍ଟମ ଶ୍ରେଣୀ କ୍ଲାସ୍ ଖୋଲିବ । ୨୫ ତାରିଖ ସକାଳ ୯ରୁ ସାଢ଼େ ୧୨ଟା…

ମନୀଷ ମୃତ୍ୟୁ ମାମଲା, ୪ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ବର : ମନୀଷ ଅନୁରାଗ ହତ୍ୟା ମାମଲାରେ ପଦାକୁ ଆସିବ ଆହୁରି ଗୁମର । ଆଜିଠୁ ୩ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଗତକାଲି ଅନୁମତି ଦେଇଥିଲେ ଜେଏମଏଫସି କୋର୍ଟ । ଝାରପଡ଼ା ଜେଲରେ ଇନଫୋସିଟି ଥାନା ପୋଲିସର ସ୍ପେଶାଲ୍ ଟିମ୍ ପହଞ୍ଚି ୩…

ସଂଯୁକ୍ତ କିଶାନ ମୋର୍ଚ୍ଚାର ପୁରୀ ରେଳଷ୍ଟେସନରେ ରେଳରୋକ

ପୁରୀ: ପୁରୀ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ପୁରୀ ରେଳଷ୍ଟେସନରେ ରେଳରୋକ କରାଯାଇଛି। ତିନି କଳା କୃଷି ଆଇନ ରବ୍ଦ, ସମସ୍ତ କୃଷିଜାତ ଦ୍ରବ୍ୟର ଏମଏସ୍ପି ଦେବା, ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରେ କୃଷକ ଗଣହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ…

ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ବିମାନ ଚଳାଚଳ ପ୍ରସଙ୍ଗ ନେଇ ସିନ୍ଧିଆଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର : ସାଂସଦ ଅପରାଜିତା ଷଡଙ୍ଗୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ସେଠାରେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି ଅପରାଜିତା । ଭୁବନେଶ୍ୱରରୁ ଜମ୍ମୁ ଓ ଗୌହାଟିକୁ ସିଧାସଳଖ ବିମାନ ଉଡାଣକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି…

ଯୁବକଙ୍କୁ ପଥରରେ ଛେଚି ନିମର୍ମ ହତ୍ୟା

କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ୫ନମ୍ବର ୱାର୍ଡ଼ ଆଜାଦବସ୍ତି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଉଛନ୍ତି ବୁଧୁରାମ ସିରିକା ମୁଣ୍ଡା। ସୂଚନାଯୋଗ୍ୟ ଯେ,…