Latest Odisha News

BREAKING NEWS

Browsing Category

ଫିଚର

ଆଜି ରାଜ୍ୟରୁ ୧୭୦ କରୋନା ପଜିଟିଭ୍, ୪ଜିଲ୍ଲାରେ ଦୈନିକ ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା କେସ୍ । ଆଜି ସଂକ୍ରମଣ ଦେଢ଼ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୭୧ଟି । ୪ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୨୦ରୁ…

ଅଡିଓ ଭାଇରାଲ୍ ପ୍ରସଙ୍ଗ: ବିଧାନସଭାରେ ପ୍ରଦୀପ୍ତ-ବ୍ୟୋମକେଶ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବ୍ୟୋମକେଶ ରାୟ ମୁହାଁମୁହିଁ ହୋଇଛନ୍ତି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇ ଉଦବେଗ ପ୍ରକାଶ କରିଥିଲେ ପ୍ରଦୀପ୍ତ ନାଏକ । ସେ…

ଜଷ୍ଟିସ ଏନ୍‌.ଭି. ରମଣା ହୋଇପାରନ୍ତି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଏନ୍. ଭି. ରମଣା ହୋଇପାରନ୍ତି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ମୁଖ୍ୟ ବିଚାରପତି । ତାଙ୍କ ନାଁ ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବଡେ । କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସେ ଚିଠି ଲେଖି ଜଷ୍ଟିସ ରମଣାଙ୍କ ନାଁ ସୁପାରିଶ କରିଛନ୍ତି । ଜଷ୍ଟିସ…

ଟଙ୍କା ନେଣଦେଣକୁ ନେଇ ଫୁଟିଲା ଗୁଳି, ଜଣେ ଗୁରୁତର

ସୋନପୁର: ଟଙ୍କା ନେଣଦେଣକୁ କେନ୍ଦ୍ର କରି ଫୁଟିଲା ଗୁଳି । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟାରେ ଗୁଳିମାଡ଼ ହୋଇଛି । ଜଣେ ଜେସିବି ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି ଦୁର୍ବୃତ୍ତ । ଜେସିବି ଡ୍ରାଇଭର ଅଡାଲ ଗାଁର ଭଜନ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ…

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ…

ଚଳିତ ବର୍ଷ ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧

ନୂଆଦିଲ୍ଲୀ: ଆସନ୍ତା ୨୭ ଓ ୨୮ ତାରିଖରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧ । କୋଭିଡ୍ ୧୯ କଟକଣାକୁ ଦୃଷ୍ଟିରେ ରଖି, ଓଡିଶା ପର୍ବ ପ୍ରଥମ ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହେବାକୁ ଯାଉଛି । ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ମହାକୁମ୍ଭରେ…

ମାଡୁଛି ମହାମାରୀ: ଦେଶରୁ ଦିନକରେ ୪୭ହଜାର କରୋନା ପଜିଟିଭ୍, ୨୭୫ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରୁଛି କରୋନା । ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୭ହଜାର ୨୬୨ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୭୫ ସଂକ୍ରମିତଙ୍କ ଜୀବନ । ମହାରାଷ୍ଟ୍ର, କେରଳ, ପଞ୍ଜାବ,…

ପୁଣେ ଦିନିକିଆରେ ବିରାଟ ସେନାର ବିଜୟ ହିରୋ ନବାଗତ କ୍ରୁନାଲ୍-ପ୍ରସିଦ୍ଧି

ପୁନେ: ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କଲେ ଭାରତୀୟ ଖେଳାଳି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ବିରାଟ ସେନା ବିଜୟରୁ ଅଭିଯାନ ଆରମ୍ଭ କରିଛି । ଟସ୍ ହାରିଥିବା ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟରେ ୩୧୭ରନ୍…

ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ଜଣ ଗୁରୁତର

ଭଦ୍ରକ: ବେଆଇନ୍ ଗୋ-ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି । ଏସ୍କର୍ଟ ପାର୍ଟିର ଆକ୍ରମଣର ୩ ଜଣ ଗୋ ସୁରକ୍ଷା ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏହି ଘଟଣା ଘଟିଛି । ବେଆଇନ୍ ଗୋ ଚାଲାଣ ହେଉଥିବା ଖବର…

ସମ୍ବଲପୁରରେ ଗଜରାଜଙ୍କ ଉତ୍ପାତ, ୨ ଶ୍ରମିକ ମୃତ

ସମ୍ବଲପୁର: ସଦର ଫରେଷ୍ଟ ରେଞ୍ଜ କୁଡେରନିଶା ଗାଁରେ ଅଘଟଣ । ଏକ ଅସ୍ଥାୟୀ ଘରେ ଦୁଇ ଶ୍ରମିକ ଶୋଇଥିବା ବେଳେ ଦନ୍ତାହାତୀ ଦଳି ଦେବାରୁ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ଘର ବରଗଡ ଅଂଚଳରେ ବୋଲି ଜଣାପଡିଛି । ପୋଲିସ ଓ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚଦନ୍ତ…