Latest Odisha News

BREAKING NEWS

Browsing Category

ଫିଚର

ପୁରୀ ସହରକୁ ସ୍ୱଚ୍ଛ ରଖିବା ପାଇଁ ବଡ଼ଦାଣ୍ଡ ସଫେଇ ଅଭିଯାନ

ପୁରୀ: ସହରକୁ ସ୍ୱଚ୍ଛ ରଖିବା ପାଇଁ ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡଦାଣ୍ଡର ୬ଟି ସ୍ଥାନ ଶ୍ରୀଜଗନ୍ନାଥ…

୨୦୨୧ରେ ବ୍ୟସ୍ତ ରହିବ ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୨୦୨୦ର ଅନେକ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇପାରି ନ ଥିଲା । ଘରେ ବସି ବସି ସମୟ କାଟିଥିବା ଟିମ୍ ଇଣ୍ଡିଆକୁ କିନ୍ତୁ ଅପେକ୍ଷା କରିଛି ୨୦୨୧ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ବିିସିସିଆଇ ପକ୍ଷରୁ ଅଫିସିଆଲ ଭାବେ କାର୍ଯ୍ୟସୂଚୀ ଜାରି କରାଯାଇ ନ ଥିଲେ…

ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା

ଭୁବନେଶ୍ୱର: ରାଜ୍ୟର ନୂଆ ଉନ୍ନୟନ କମିଶନର ହୋଇଛନ୍ତି ପ୍ରଦୀପ ଜେନା । ନୂଆବର୍ଷରେ ନୂଆ ଉନ୍ନୟନ କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ହେବା ପରେ ତାଙ୍କ ସ୍ଥାନ ନେଇଛନ୍ତି ପ୍ରଦୀପ ଜେନା । ନିକଟରେ ତାଙ୍କୁ ଉନ୍ନୟନ କମିଶନର ଭାବରେ ନୂଆ ନିଯୁକ୍ତି…

ନୂଆବର୍ଷରେ ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସୁରେଶ ମହାପାତ୍ର । ନୂଆବର୍ଷରେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜିଠାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବରେ କାର୍ୟ୍ୟଭାର ସମ୍ଭାଳିଛନ୍ତି ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର । ଅସିତ ତ୍ରିପାଠୀଙ୍କ ଅବସର ପରେ ସେ…

ସିଆଚୀନକୁ ବଂଚାଇଥିବା ଅଦମ୍ୟ ସାହାସୀ କର୍ଣ୍ଣେଲ ନରେନ୍ଦ୍ର ବୁଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ଉଚ୍ଚତମ ଶିଖରରେ ତ୍ରିରଙ୍ଗା ଉଡାଇଥିବା ଅଦମ୍ୟ ସାହାସୀ କର୍ଣ୍ଣେଲ ନରେନ୍ଦ୍ର ବୁଲ କୁମାରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ୧୩ ଏପ୍ରିଲ ୧୯୮୪ରେ ତାଙ୍କ ରିପୋର୍ଟ ବଳରେ ଭାରତୀୟ ସେନା ଅପରେଶନ ମେଘଦୂତକୁ ସଫଳ କରିବା ସହ…

ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଲେ WHO

ନୂଆଦିଲ୍ଲୀ: ଫାଇଜ୍ ଟିକାକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ ସିଗନାଲ୍ । ଫାଇଜର-ବାୟୋଏନଟେକ୍‌ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମୋଦନ ମିଳିଛି । ଫାଇଜର…

ATM ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଅଭିଯୋଗ

ସୁନ୍ଦରଗଡ଼: ରାତିରେ ମାତିଲେ ଲୁଟେରା । ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । ସୁନ୍ଦରଗଡ଼ ଜିଲ୍ଲା ସଵଡେଗା ସ୍ଥିତ ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି । ଗତକାଲି ମଧ୍ୟରାତ୍ରିରେ ଦୁର୍ବୃତ୍ତ ଏହି ଲୁଟ୍ ଉଦ୍ୟମ କରିଥିଲେ । ତେବେ ଡକାୟତ ଏଟିଏମରୁ ଟଙ୍କା ଲୁଟିବାରେ ସଫଳ ହୋଇ ନଥିବା…

ଭାରତରେ କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଆଜି ମିଳିବ ମଞ୍ଜୁରୀ !

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଟିକା କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢୁଛି ଭାରତ । ନୂଆବର୍ଷର ଆଗମନ ସହ ଦେଶବାସୀଙ୍କୁ ମିଳିପାରେ ଭ୍ୟାକସିନ୍ ଆସିବା ନେଇ ବଡ଼ ଖବର । ଆଜି କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଇପାରନ୍ତି ସରକାର । କାଲି ଦେଶବ୍ୟାପି ଟିକା ଡ୍ରାଏ ରନ୍…

ଆଜିଠୁ ବାଇକ୍ ପଛରେ ବସିଲେ ବି ହେଲ୍‌ମେଟ୍ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ଗଣିବେ

ଭୁବନେଶ୍ୱର: ନୂଆବର୍ଷରେ ଟ୍ରାଫିକ ଯାଞ୍ଚ କଡ଼ାକଡ଼ି । ଆଜିଠାରୁ ବାଇକ୍ ପଛରେ ବସିଥିବା ଲୋକ ବି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଉଭୟ ଗାଡ଼ି ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍ ପିନ୍ଧିବାକୁ ହେବ । ପୂର୍ବରୁ ଏନେଇ ଲୋକଙ୍କୁ ସଚେତନ କରାଯାଇଥିଲା । ଆଜିଠୁ ଯାଞ୍ଚ କଡ଼ାକଡ଼ି…

ଦେଶରୁ ୨୪ଘଣ୍ଟାରେ ୨୦ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୨୩ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥହାର ବି ବଢ଼ି ବଢ଼ି ଚାଲିଛି । ଆକ୍ଟିଭ କେସ୍ କମୁଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୦ହଜାର ୩୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୮୬ହଜାର ୭୧୦କୁ ବୃଦ୍ଧି ପାଇଛି…