Latest Odisha News

BREAKING NEWS

Browsing Category

ଫିଚର

୫ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ରାଜ୍ୟରୁ ୩୬୪ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୫ଟି ଜିଲ୍ଲାରୁ କରୋନା ଗାଏବ ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଦେବଗଡ଼ ଓ ମାଲକାନଗିରି ଜିଲ୍ଲାରୁ କେହି ଜଣେ ବି ନୂଆ ସଂକ୍ରମିତ ହୋଇ ନାହାନ୍ତି । ବାକି ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ ନୂଆ ଆକ୍ରାନ୍ତ ।…

ଖୁସି ଖବର: ଆସନ୍ତା ସପ୍ତାହରେ କୋଭିସିଲ୍ଡ ଟିକାକୁ ଅନୁମୋଦନ ଦେଇପାରେ ଭାରତ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନା ଟିକା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ି ନପାରେ । ଆସନ୍ତା ସପ୍ତାହ ସୁଦ୍ଧା ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇପାରେ ଭାରତ । ଅନୁମୋଦନ ମିଳିଲେ ଏହି କୋଭିସିଲଡ…

ଶୀତ ଚାଦର ତଳେ ଓଡ଼ିଶା: ଏସବୁ ଜିଲ୍ଲାରେ କଲବଲ କରୁଛି ଜାଡ଼

ଭୁବନେଶ୍ୱର: ରାଜ୍ୟରେ ପାରଦ କ୍ରମାଗତ ଖସୁଛି । ବଢୁଛି ଶୀତ । ଗତ ତିନି ଦିନରେ ଜାଡ଼ ଅଧା ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ଦେଲାଣି । କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼ । ଫୁଲବାଣୀରେ ୪ ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ ୫ ଡିଗ୍ରୀ ସେଲସିୟସକୁ ଖସିଛି ପାରଦ । ସେଠାରେ ତୁଷାରପାତ ହେଉଛି ।…

ବାଲେଶ୍ୱର କମର୍ଦ୍ଦା ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୫ଟି ଦୋକାନ ଘର

ବାଲେଶ୍ୱର: ଭୋରରେ ଲାଗିଲା ନିଆଁ । ଜଳିଗଲା ଦୋକାନ ଘର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ବଜାରରେ ଆଜି ଭୋରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ପାଞ୍ଚଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ପୋଡ଼ି ଛାରଖାର ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଧୀରେ ଧୀରେ…

ଦେଶରୁ ଦିନକରେ ୨୩,୯୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୯୮ ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୨୩ ହଜାର ୯୫୦ ନୂଆ ଆକ୍ରାନ୍ତ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତ ହେଲେଣି ୧ କୋଟି ୯୯ହଜାର ୬୬ ଜଣ । ଦେଶରେ ପ୍ରତିଦିନ…

ଏଟିଏମ୍ ଭାଙ୍ଗିଲେ, ଟଙ୍କା ଧରି ଛୁ ମାରିଲେ ଲୁଟେରା

ବାଲେଶ୍ୱର: ମାତିଛନ୍ତି ଏଟିଏମ୍ ଲୁଟେରା । ବାଲେଶ୍ୱର ଜିଲା ବସ୍ତା  ଅନ୍ତର୍ଗତ ଜାମଶୁଳି ଛକରେ ଥିବା ଏକ ଏଟିଏମରୁ ଟଙ୍କା ଲୁଟ୍ । ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଧରି ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ଆଜି ସକାଳୁ ଲୋକ…

ଆକ୍ସନ ମୁଡରେ ଭିଜିଲାନ୍ସ: ପୁରୀରେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ରେଡ୍

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ବାସେଳିସାହି ଅକ୍ଷୟଧାମ ଅଙ୍ଗନବାଡି କର୍ମୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ସନ୍ଧ୍ୟାରାଣୀ ଭଟ୍ଟ । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି…

କନ୍ଧମାଳ ଜିଲ୍ଲାରେ ତୁଷାରପାତ, ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପାରଦ ୫ ଡିଗ୍ରୀ ସେଲସିୟସକୁ ଖସିଛି । ପ୍ରବଳ ଶୀତ । ଦେହ ହାତ କାଲୁଆ ହୋଇ ଯାଉଛି । ବାହାରେ ଯେମିତି ଥଣ୍ଡା ଘର ଭିତରେ ବି ଥରାଉଛି । ଜିଲ୍ଲାର ବିଭିନ୍ନ ସଥାନରେ ଦୁଇ ଦିନ ହେବ ତୁଷାରପାତ ହେଉଛି । ଫୁଲବାଣୀ, ଦାରିଙ୍ଗବାଡ଼ି, ସମେତ ବାଲିଗୁଡା, ବେଲଘର ଓ…

ଖୋଲିଲା ବଡ଼ଦେଉଳ, ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ୯ ମାସ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ପୁରୀ ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ବାଲି ସେ ତିଆରି କରିଛନ୍ତି ବଡ଼ ଦେଉଳ ଓ…

ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ; ଆଜିଠୁ ଖୋଲିଲା ବଡ଼ଦେଉଳ

ପୁରୀ: ହଟିଲା ଭକ୍ତ ଭଗବାନଙ୍କ ମଧ୍ୟର ପାଚେରୀ। ଦୀର୍ଘ ୯ ମାସର ବ୍ୟବଧାନ ପରେ ଖୋଲିଛି ବଡ଼ଦେଉଳ। ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଛି ଦର୍ଶନ । ଆଜିଠାରୁ ସେବାୟତଙ୍କ ଦର୍ଶନ ଆରମ୍ଭ ହୋଇଛି । ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ।…