Latest Odisha News

BREAKING NEWS

Browsing Category

ଫିଚର

ପୁରୀ ବେଳାଭୂମିରେ ନିଶା କାରବାର ଅଭିଯୋଗରେ ୫ ଗିରଫ

ପୁରୀ: ବେଳାଭୂମି ମାର୍ଗରେ ନିଶା କାରବାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରି ବଳିଆପଣ୍ଡା ଥାନା ପୋଲିସ । ସେମାନଙ୍କଠାରୁ ୩୩୦ଗ୍ରାମ ଅଫିମ ଜବତ କରାଯାଇଛି । ଗୋଟିଏ ସ୍କୁଟି ବି ଜବତ ହୋଇଛି । ବଳିଆପଣ୍ଡା ଲାଇଟ ହାଉସ ଛକରେ ସେମାନେ ଅଫିମ ବିକୁଥିବା ପୋଲିସକୁ ମିଳିଥିଲା । ଗିରଫ…

ହାଇକୋର୍ଟରେ ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା ଶୁଣାଣି, ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି

ଭୁବନେଶ୍ଵର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ରହିଛି । ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି ଅଭୟ । ଗତ ୯ ତାରିଖରେ ଶୁଣାଣି କରି ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ…

ଦେଶରେ ୮୯ ଲକ୍ଷ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୮୩ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସୁସ୍ଥ ସଂଖ୍ୟା । ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୪୪ ହଜାର ୪୪ ହଜାର ୭୩୯ ସଂକ୍ରମିତ । ଦେଶରେ ମୋଟ୍…

ପେଣ୍ଠ ସମୁଦ୍ରକୂଳରେ ୧୪୪ ଧାରା ଲାଗୁ, ପାଣିକୁ ଓହ୍ଲାଇଲେ ଜରିମାନା

କେନ୍ଦ୍ରାପଡ଼ା: ରାଜନଗର ଅନ୍ତର୍ଗତ ପେଣ୍ଠ ସମୁଦ୍ରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଣିକି ସମୁଦ୍ର ପାଣିକୁ ଓହ୍ଲାଇଲେ ଗଣିବା ଜରିମାନା । ନାଲି ପତାକା ଲଗାଇ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । କିଛି ଦିନ…

ଦୁଇଟି ଟ୍ରକ ମଧ୍ୟରେ ଧକ୍କାରୁ ୯ ଜଣଙ୍କର ମୃତ୍ୟୁ, ୧୭ ଆହତ

ଭଦୋଦରା: ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୧୭ ଜଣ । ଭଦୋଦରାରେ ଓ୍ୱାଘଡିଆ କ୍ରସିଂ ହାଇଓ୍ୱେରେ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଆହତ ୧୭ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ…

ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି ।  ସକାଳୁ ସକାଳୁ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏ ରାସ୍ତାଘାଟ ଦିଶୁ ନଥିଲା । ଫଳରେ ରାଜଧାନୀରେ ରାସ୍ତାରେ ଗାଡ଼ି ଚଳାଇବାରେ ଅସୁବିଧା ହୋଇଥିଲା ।…

ନାଇଟ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କୋରାପୁଟ: ପୋଲିସର ନାଇଟ ପାଟ୍ରୋଲିଂ ବେଳେ ଧରାପଡ଼ିଲା ଗଞ୍ଜେଇ ଗାଡ଼ି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ ଜଣକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ । ଆନ୍ଧ୍ରପ୍ରଦେଶ ସୀମାନ୍ତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ । ତାଳଚେର ଆର୍‌ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।…

ଫୋନ କରିଥିଲେ ଜୋ ବାଇଡେନ, ଶୁଭେଚ୍ଛା ଜଣାଇଲେ ମୋଦି: ଏସବୁ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋ ବାଇଡେନଙ୍କ ପ୍ରଥମ ଫୋନ କଲ୍ । କଥା ହେଲେ ଦୁଇ ନେତା । ଆମେରିକାର ନିବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନରେ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଦୁଇ…

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ‘କ୍ୟୁଆର ସାମ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘କ୍ୟୁଆର ସାମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଗତକାଲି ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଥିଲା । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର…