Latest Odisha News

BREAKING NEWS

Browsing Category

ଫିଚର

ଜାନୁଆରୀ ୨୦ରୁ ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ଚଳାଚଳ

ଭୁବନେଶ୍ୱର: ଗୁଜରାଟରେ ରହୁଥିବା ହଜାର ହଜାର ପ୍ରବାସୀ ଓଡ଼ିଆଙ୍କ ଲାଗି ଖୁସିର ଖବର । ଆସନ୍ତା ୨୦୨୦, ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ଏହି ବିମାନ ସପ୍ତାହକୁ ୨ଥର ଲାଗି ଚଳାଚଳ କରିବ । ଏହି…

ଯାଜପୁର ପିଇଓ ମୃତ୍ୟୁ ପ୍ରସଙ୍ଗ: ଦୁଃଖଦ ଘଟଣାକୁ ରାଜନୈତିକ ରୂପ ନ’ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମୀତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ରାଜନୈତିକ ରୂପ ନ’ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାରେ ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି । “କୌଣସି ମହିଳାଙ୍କୁ…

ବିଦ୍ୟୁତ ଆଘାତ ଯୋଗୁଁ ୧୦ ବର୍ଷ ମଧ୍ୟରେ ୨୩୯ ଜଣ କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଶୁକ୍ରବାର ଦିନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୦୯ ମସିହା ପରଠାରୁ ଅର୍ଥାତ ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ୨୩୯ ଶକ୍ତି ବିଭାଗ କର୍ମଚାରୀଙ୍କ ବିଦ୍ୟୁତ ଆଘାତ ଯୋଗୁଁ ପ୍ରାଣହାନୀ ଘଟିଛି । ଗୃହରେ ବିଜେପି ସଦସ୍ୟ…

ସାମାନ୍ୟ ଅଘଟଣ ଯୋଗୁଁ ଟ୍ରାକରେ ଅଟକି ରହିଛି ଦୁରନ୍ତ ଏକ୍ସପ୍ରେସ

ବାଲେଶ୍ୱର: ହାଓଡ଼ା-ୟଶବନ୍ତପୁର ଦୁରନ୍ତ ଏକ୍ସପ୍ରେସ ବାଲେଶ୍ୱର ନିକଟବର୍ତ୍ତୀ ରୁପସା ଷ୍ଟେସନରେ ଦୀର୍ଘ ୩ ଘଣ୍ଟା ଧରି ଅଟକି ରହିଛି । ଏହି ଟ୍ରେନଟି ଶୁକ୍ରବାର ଦିନ ସାମାନ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯୋଗୁଁ ଷ୍ଟେସରେ ଅଟକି ରହିଥିବାର ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା…

ଟିମ୍ ଇଣ୍ଡିଆର ଘାତକ ବୋଲିଂରେ ବାଂଲାଦେଶ ୧୦୬ ରନରେ ଅଲଆଉଟ, ଭାରତ ୧୭୪/୩

କୋଲକାତା: ଆଜି ଭାରତ ପ୍ରଥମଥର ଲାଗି ଦିବା-ରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡ଼େନ ଗାର୍ଡ଼େନ୍ସରେ ଖେଳୁଛି । ବାଲାଂଦେଶ ବିପକ୍ଷରେ ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ ଖେଳୁଥିବା ବେଳେ ଆଜି ଭାରତୀୟ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଛି । ଭାରତୀୟ ବୋଲରମାନେ ଘାତକ ବୋଲିଂ କରି ବାଂଲାଦଳର ପ୍ରଥମ…

ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଆଇଟିଏଫ ଜୁନିୟର ଟାଇଟଲ୍ ଜିତିଲେ କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଟେନିସ ଖେଳାଳି କବୀର ହଂସ ଓଡ଼ିଶା ଟେନିସ ଜଗତରେ ଇତିହାସ ରଚିଛନ୍ତି । ଆସାମର ଗୌହାଟୀଠାରେ ଚାଲିଥିବା ଆଇଟିଏଫ ବିଶ୍ୱ ଜୁନିୟର ର‌୍ୟାଙ୍କିଂ ଟେନିସ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ଟାଇଟଲ୍ ଜିତି ଏହି ଗୌରବ ଅର୍ଜନ କରିଛନ୍ତି କବୀର । ଏଥିସହିତ କବୀର ଏହି…

ପ୍ରେମିକା ସହ ସ୍ୱାମୀଙ୍କ ବାହାଘର କରାଇଲେ ପତ୍ନୀ

ମାଲକାନଗିରି: ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କମାରପଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ମିଳିଥିବା ସୂଚନା ଅନୁସାରେ ଗାୟତ୍ରୀ କବାସି ତାଙ୍କ ସ୍ୱାମୀ ରାମ କବାସୀ ଅନ୍ୟ ଜଣେ ମହିଳା ଆଇତି ମାଡ଼କାମୀଙ୍କୁ…

ଶିବସେନାରୁ ଚୟନ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ : ମାଣିକରାଓ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ଘୋଷଣା ହେବକୁ ଥିବା କୁହାଯାଉଛି । ତେବେ ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପକ୍ଷରୁ ଆସିଛି ଏହିଭଳି ମନ୍ତବ୍ୟ । "ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବ । ରାଜ୍ୟସ୍ତରୀୟ ବୈଠକରେ ଏନସିପି ଏହି ପଦ ପାଇଁ…

ଚର୍ଚ୍ଚାରେ ଓଡ଼ିଶା ପୋଲିସ ମୁଖ୍ୟ ପଦବୀ; ୧୯ ବର୍ଷରେ ୧୫ ଡ଼ିଜିପି !

କଟକ: ଓଡ଼ିଶାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୋଲିସ ମହାନିର୍ଦ୍ଦେଶକ ପଦବୀକୁ ନେଇ ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଛି । ଏମିତି କେଉଁ କାରଣ ଯୋଗୁଁ ବିଗତ ୧୯ ବର୍ଷରେ ୧୫ ଜଣ ଡ଼ିଜିପି ବଦଳି ହୋଇ ଏହି ପଦବୀରେ ଅବସ୍ଥାପିତ ହୋଇଛନ୍ତି? ଏହା ସ୍ୱାଭାବିକ ଭାବେ ଚର୍ଚ୍ଚାର ପରିସରକୁ ଆସିଛି କାରଣ ଯେଉଁପରି…

ଅଗ୍ନିଶମ ବିଭାଗର ଅକ୍ଲାନ୍ତ ଚେଷ୍ଟା ପରେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତରୁ ଉଦ୍ଧାର ହେଲେ ଯୁବକ

ଭୁବନେଶ୍ୱର: ଦୀର୍ଘ ୩ ଘଣ୍ଟାରୁ ଊର୍ଧ୍ବ ପ୍ରଚେଷ୍ଟା ପରେ ଅଗ୍ନିଶମ ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟର ଛାତରେ ଚଢି ଆତ୍ମାହତ୍ୟା ଧମକ ଦେଉଥିବା ଯୁବକକୁ ଉଦ୍ଧାର କରିବାରେ ସଫଳ ହୋଇଛି । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ସହିଦ ନଗର ପୋଲିସ ଷ୍ଟେସନର ଆଇଆଇସି ହାଇଡ୍ରୋଲିକ ସିଡ଼ିରେ ଉପରକୁ…