Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ‘ଟିକଟକ୍’ ଆପ୍ ବନ୍ଦ କଲା ଗୁଗୁଲ୍

ନୂଆଦିଲ୍ଲୀ : ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶାନୁସାରେ ଭାରତରେ ଚୀନ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଇନଲୋଡ କରିପାରିବେ ନାହିଁ । ଚୀନର ‘ବାଇଟେଣ୍ଡାନସ୍ ଟେକନୋଲଜି’ର…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ ତା୧୭-୦୪-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୭ ତାରିଖ ବୁଧବାର ମେଷ ୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର କର୍କଟ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ପୋଲିସ ମୁହାଁମୁହିଁ ଝଗଡ଼ା, ଭାଇରାଲ୍ ହେଲା ଭିଡ଼ିଓ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିଛି ପୋଲିସ ଅଧିକାରୀଙ୍କ ସହିତ ପାଟିତୁଣ୍ଡ ହେବାର ଏକ ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ମିଳିଥିବା ସୂଚନାନୁଯାୟୀ, ବୁର୍ଲ୍ଲାର ଏମସିଏଲ ହେଲିପ୍ୟାଡ଼ରେ…

ଭୁବନେଶ୍ୱର ତାପମାତ୍ରା ଛୁଇଁଲା ୪୩.୭ ଡ଼ିଗ୍ରୀ, ଉପକୂଳ ଓଡ଼ିଶାରେ ରୌଦ୍ରତାପ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମଙ୍ଗଳବାର ଦିନ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀର ତାପମାତ୍ରା ବୃଦ୍ଧି ହେବା ସହିତ ଏହା ୪୩.୭ ଡ଼ିଗ୍ରୀ ଛୁଇଁଥିବାର ରେକର୍ଡ଼ କରାଯାଇଛି । ତେବେ ଏବର୍ଷ ଏପ୍ରିଲ ମାସରେ ଭୁବନେଶ୍ୱରର ଏହା ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ…

ପୂର୍ବତଟ ରେଳବାଇର ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ‘ସନ୍ତ୍ରାଗାଛି-ଚେନ୍ନାଇ’ଟ୍ରେନ

ଭୁବନେଶ୍ୱର : ଗ୍ରୀଷ୍ମ ଋତୁ ସମୟରେ ଅଧିକ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ପରିସୀମାରୁ ଓ ଏହାର ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ସନ୍ତ୍ରାଗାଛି-ଚେନ୍ନାଇ ଚଳାଚଳ କରାଯାଉଅଛି । ୦୧୮୪୧/୦୧୮୪୨ ସନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ-ସନ୍ତ୍ରାଗାଛି…

ଫ୍ୟାଶନରେ ଷ୍ଟାଇଲିସ୍ ୱାଚ୍…

ଭୁବନେଶ୍ୱର : ସଫଳତା ପାଇବାକୁ ହେଲେ ସମୟ ଉପଯୋଗୀ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଆଧୁନିକ ଟେକ୍ନୋଲୋଜି ତଥା ମୋବାଇଲ୍ ଯୁଗରେ ମଧ୍ୟ ଲୋକମାନେ ହାତ ଘଣ୍ଟାକୁ ଭୁଲି ନାହାନ୍ତି। ଖାସ୍ କରି ଯୁବପିଢି ମଧ୍ୟରେ ନୂଆ ବ୍ରାଣ୍ଡ୍ ଓ ନୂଆ ଡିଜାଇନର ହାତ ଘଣ୍ଟା ର କ୍ରେଜ୍ ସବୁବେଳେ…

ଇଭିଏମକୁ ନେଇ କଂଗ୍ରେସ ବିଧାୟକ ଭୋଟରଙ୍କୁ ଭ୍ରମିତ କରୁଥିବା ଅଭିଯୋଗ

କୋରର : ଇଭିଏମର ଦ୍ୱିତୀୟ ବଟନ୍ ଚିପିଲେ କରେଣ୍ଟ ଲାଗିବ ବୋଲି ନିର୍ବାଚନୀ ପ୍ରଚାର ବେଳେ ଛତିଶଗଡର ଜଣେ କଂଗ୍ରେସ ବିଧାୟକ ଭୋଟରଙ୍କୁ କହିଛନ୍ତି । ରାଜ୍ୟ ଅବକାରୀ ଓ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ କବାସୀ ଲଖମା ଛତିଶଗଡର କୋଙ୍କର ଜିଲ୍ଲାର ଏକ ନିର୍ବାଚନୀ ର‌୍ୟାଲିରେ ମତଦାତା ମାନଙ୍କୁ…

ଖୋର୍ଦ୍ଧା ବିଜେପି ନେତା ହତ୍ୟା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ : ବିଜେପି ନେତା ତଥା ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୋଲିସ ତଦନ୍ତ କରିବ । ଏହି ବିଜେପି ନେତାଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଥିଲେ । ଏନେଇ ଅତିରିକ୍ତ ଡିଜିପି ବି କେ ଶର୍ମା…

ଏପ୍ରିଲ୍ ୧୮ରୁ ରାଜ୍ୟର ସମସ୍ତ ସ୍କୁଲରେ ଖରା ଛୁଟି ଘୋଷଣା

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ଆସନ୍ତା ୧୮ ତାରିଖରୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି, ଦିନକୁ ଦିନ…

ଓଡିଶାର ପ୍ରଥମ ପର୍ଯ୍ୟାୟ ଭୋଟ୍ ବିଜେପି ସପକ୍ଷରେ ଯିବ: ମୋଦୀ

ସମ୍ବଲପୁର : ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ପ୍ରତି ଜନସମର୍ଥନ ବଢୁଥିବାର ସଙ୍କେତ ମିଳିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ପ୍ରକାଶ କରିଛନ୍ତି । ସମ୍ବଲପୁରରେ ମୋଦି ଏକ ବିଜୟ ସମାବେଶକୁ ସମ୍ବୋଦ୍ଧିତ କରିବା ସହ “ରାଜ୍ୟରେ ବିକାଶର ପରିମାଣ କମ୍ ଓ…