Latest Odisha News

BREAKING NEWS

Browsing Category

ଫିଚର

ମତଦାନ ସଂଖ୍ୟା ବୃଦ୍ଧି ନିମନ୍ତେ ଟ୍ୱିଟ୍ କରି ନବୀନଙ୍କୁ ଅନୁରୋଧ କଲେ ମୋଦୀ

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନରେ ମତଦାତା ମାନଙ୍କୁ ଭୋଟ ଦେବା ଲାଗି ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । https://twitter.com/narendramodi/status/1105687535546716160…

ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ଜିତିବାକୁ ବିରାଟବାହିନୀର ଦମଦାର୍ ଲଢେଇ…

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ମ ତଥା ଚୂଡ଼ାନ୍ତ ଦିନିକିଆ ଅନୁଷ୍ଠିତ ହେଉଛି । ଶୃଙ୍ଖଳା ୨-୨ରେ ବରାବର ରହିଥିବା ଯୋଗୁଁ ଉଭୟ ଦଳ ଶୃଙ୍ଖଳା ଜିତିବାକୁ ପ୍ରବଳ ଉଦ୍ୟମ ଜାରି ରଖିଛନ୍ତି । ଏହି ଶୃଙ୍ଖଳାର ବିଜେତା ହିଁ ଇଂଲଣ୍ଡରେ ହେବାକୁ…

ଜାତିଆଣ-ମନ୍ତବ୍ୟ ମାମଲା: ଦାମଙ୍କ ବିରୋଧରେ ଅଭିଯୋଗ ହାଇକୋର୍ଟରେ ଖାରଜ

କଟକ : ବିଜେଡିର ପୂର୍ବତନ ନେତା ଦାମୋଦର ରାଉତଙ୍କ ବିରୋଧରେ ରହିଥିବା ଜାତିଆଣ ସମ୍ପର୍କୀତ ବିବାଦୀୟ ମାମଲାକୁ ବୁଧବାର ଦିନ ଓଡିଶା ହାଇକୋର୍ଟ ଖାରଜ କରିଛନ୍ତି । ଏସମ୍ପର୍କରେ ଶ୍ରୀଯୁକ୍ତ ଦାମ ରାଉତଙ୍କ ଓକିଲ ଦେବାଶିଷ ଛୋଟରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜଷ୍ଟିସ୍ ପି.କେ…

ବଲିଉଡ଼କୁ ଫେରୁଛନ୍ତିି ଗଜରାଜ, ମାର୍ଚ୍ଚ ୨୯ରେ ରିଲିଜ୍ ହେବ ‘ଜଙ୍ଗଲୀ’

ମୁମ୍ବାଇ: ବଲିଉଡ଼ ସୁପରଷ୍ଟାର୍ ରାଜେଶ ଖାନ୍ନାଙ୍କ ଅଭିନିତ ‘ହାତୀ ମେରେ ସାଥୀ’ ୧୯୭୧ ମସିହାରେ ରିଲିଜ ହେବା ପରେ ହାତୀକୁ ନେଇ ସେପରି କୌଣସି ବଳିଷ୍ଠ କାହାଣୀର ସିନେମା ଏଯାଏଁ ରିଲିଜ୍ ହୋଇପାରିନାହିଁ । ଗଜରାଜଙ୍କୁ ନେଇ ହିନ୍ଦୀ ଚଳଚ୍ଚିତ୍ର ଜୁମ୍ବୋ, ସଫେଦ୍ ହାତୀ, କାଲା ପର୍ବତ ଓ ଜଙ୍ଗଲ୍…

କୁଲଡିହା ଅଭୟାରଣ୍ୟରେ ଗଳିତ ହାତୀ ମୃତଦେହ ଉଦ୍ଧାର

ନୀଳଗିରି : ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟର ବାଲିଚୁଆ ପାହାଡ଼ ଉପରୁ ବୁଧବାର ଦିନ ବନବିଭାଗ ପକ୍ଷରୁ ଦୁଇଟି ମାଈ ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ପାଖାପାଖି ୩୦ ରୁ ୪୦ ବର୍ଷ ହେବ ବୋଲି ସୁତ୍ରରୁ ପ୍ରକାଶ । ଏନେଇ ବନ କର୍ମଚାରୀମାନେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

ବଲାଙ୍ଗିର/ନୟାଗଡ : ବଲାଙ୍ଗିର ଓ ନୟାଗଡ ଜିଲ୍ଲାରେ ବୁଧବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ବଲାଙ୍ଗିର-ସୋନପୁର ୨୬ ନମ୍ବର ଜାତୀୟ ରାଜପଥର ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଏଥିରେ…

ଓଡିଶାରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ଆହ୍ୱାନ୍

ବାଲିଗୁଡା : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସିପିଆଇ-ମାଓବାଦୀ ସଙ୍ଗଠନ ଭୋଟ୍ ବର୍ଜନ ପାଇଁ ଆହ୍ୱାନ ଦେଇଛି । ଏନେଇ ବୁଧବାର ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ…

ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ନେତା ପ୍ରଦୀପ ଦିଶାରି

ଭୁବନେଶ୍ୱର: କଳାହାଣ୍ଡିର କଂଗ୍ରେସ ନେତା ପ୍ରଦୀପ ଦିଶାରି ମଙ୍ଗଳବାର ଦିନ ତାଙ୍କର ଅନେକ ସମର୍ଥକଙ୍କ ସହିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରେ ତାଙ୍କୁ ଅଣଦେଖା କରିବା…

ରାଜଧାନୀରେ ୫ଟି ଚୋରା ବାଇକ ଓ ୧୫ ମୋବାଇଲ୍ ଫୋନ ସହ ଜଣେ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସୁନୀଲ କୁମାର ଦଳେଇକୁ ଚୋରୀ ଅଭିଯୋଗରେ ଗିରଫ କରି କୋର୍ଟକୁ ଚାଲାଣ କରିଛି । ମିଳିିଥିବା ସୂଚନାନୁଯାୟୀ, ମାର୍ଚ୍ଚ ୫ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ମୋଟର ସାଇକେଲ ଚୋରି ହୋଇଥିବାର ସହିଦନଗର…

ବିଜେଡ଼ି କାଉନସିଲର ହତ୍ୟାକାଣ୍ଡ: ୨ ବିଜେପି ନେତାଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ

କଟକ: ଛତ୍ରପୁର ମ୍ୟୁନିସିପାଲିଟିର ବିଜେଡ଼ି କାଉନସିଲର ଲକ୍ଷ୍ମୀଦ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ୨ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ହତ୍ୟାକାଣ୍ଡ ୨୦୧୭ ମସିହାରେ ଘଟିତ ହୋଇଥିଲା ।…