Latest Odisha News

BREAKING NEWS

Browsing Category

ସହର

City

ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ

ମୟୂରଭଞ୍ଜ  : ହାତୀ ଆକ୍ରମଣରେ ଚାଲିଗଲା ନାବାଳକର ଜୀବନ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମଧୁରିଆ ଗାଁ ରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଦୁଇଟି ଦନ୍ତା ହାତୀଙ୍କୁ ଘର ସାମ୍ନାରେ ଦେଖି ନାବାଳକର ବାପା ଓ ମା ନିଜ…

ଜିଏସଟି ଠକେଇ ସନ୍ଦେହରେ ଚଢଉ

ବରଗଡ଼ : ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଫାଙ୍କିଥିବା ସନ୍ଦେହରେ ଗଜଲକ୍ଷ୍ମୀ ଷ୍ଟୋର ଉପରେ ଚଢଉ। ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦନାଥ ଅଗ୍ରୱାଲଙ୍କ ଷ୍ଟୋର ଉପରେ ଜିଏସଟି ବିଭାଗ ଚଢଉ କରିଛି । ଜିଏସଟି ବିଭାଗ ବରଗଡ଼,ସମ୍ବଲପୁର ଓ ରାଉରକେଲା ର ତିନିଗୋଟି ଟିମ୍ ଏକକାଳିନ ଚଢଉ…

ବିଭିନ୍ନ ଦାବି ନେଇ ଧାରଣାରେ ପଞ୍ଚାୟତବାସୀ

ପାରାଦୀପ : ବିଭିନ୍ନ ଦାବି ନେଇ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକମାନେ । ଗତ ଲଘୁଚାପ ଜନୀତ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକୀପୁର ,କାଳିଆପାଟ୍ଟ ଓ ମଙ୍ଗଳରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତିା ଜଳ ନିଷ୍କାସନ…

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର : ବନ୍ୟା ପାଣିରେ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଉଛି । ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ସିଲଦା ଚଟାଣରେ ଏପରି ଅଘଟଣ ଘଟିଛି। ଜଳକା ନଦୀରେ ବନ୍ୟାରେ ସ୍ରୋତ ପ୍ରବାହିତ ହେଉଥିବା ସମୟରେ ।ମାଛ ବୋଝେଇ ଟ୍ରାକ୍ଟର ଟି ସେହି ରାସ୍ତା ପାର୍ ହେବା ପାଇଁ ଚେଷ୍ଟା କରୁଥିଲା…

ଖୋଲିଲା ଶ୍ରୀମନ୍ଦିର ,ଆଜି ମହାପ୍ରଭୁଙ୍କ ବଳିବାମନ ବେଶ

ପୁରୀ : ଶନିବାର ଖୋଲିଲା ଶ୍ରୀମନ୍ଦିର । ଶୁକ୍ରବାର ଶ୍ରୀମନ୍ଦିର  ବାମନ ଜନ୍ମ ନୀତି ଓ ବିଶ୍ୱକର୍ମାପୂଜା ପାଇଁ ସାଧାରଣ ଦର୍ଶନ ବନ୍ଦ ଥିଲା । ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ସ୍ୱଭାବିକ ହୋଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ବାମନ ରୂପୀ…

ଦୁର୍ବଳ ବନ୍ଧ ଯୋଗୁ ବଢୁଛି ଚିନ୍ତା

ପାରାଦ୍ଵୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକରେ ତାଣ୍ଡବ ରଚିବାକୁ ଯାଉଛି ବନ୍ୟାଜଳ। ହାଂସୁଆନଦୀରେ ୬୦ ଫୁଟର ଘାଇ ହୋଇଯିବା ଫଳରେ ସୋମପୁର ପଞ୍ଚାୟତଭିତରେ ବନ୍ୟା ଜଳ ପସିବା ଆରମ୍ଭ ହୋଇଯାଇଛି । ବିଶେଷ କରି ଘାଇ ମୁହଁ ନିକଟରେ କାଇଥୋଳ, ଅଣଖିଆ ଗାଁରେ ପାଣି ପଶି ଗାଁ ଭିତରେ ଆଣ୍ଠୁଏ ପାଣି…

ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା

ମହାବିରୋଡ଼ : ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳମୁଣ୍ଡା ଗାଁରେ । ଗାଁର କୁମ୍ଭାରପଶି ନିକଟରେ ଚାଷୀଙ୍କୁ ଦଳି ମାରିଛି ଦନ୍ତା । ମୃତକ ଜଣଙ୍କ ପରଜଙ୍ଗ ଥାନା…

କଲ୍ୟାଣ ମଣ୍ଡପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ କଲ୍ୟାଣ ମଣ୍ଡପ ରୁମ୍‌ ଭିତରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକଙ୍କ ନାମ ପ୍ରକାଶ ବଳ । ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ୫ବର୍ଷ ହେବ ସଂପୃକ୍ତ ମଣ୍ଡପରେ କାମ କରି ଆସୁଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା…

କୋରାପୁଟ ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ

ଜୟପୁର : କୋରାପୁଟ ଜିଲ୍ଲା ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ । ଆଜି ଜୟପୁର ଏୟାରଷ୍ଟ୍ରିପ ରେ ପହଁଚିଛନ୍ତି । ରେଭିନ୍ୟୁ ପ୍ରିନ୍ସପାଲ ସେକ୍ରେଟାରୀ ବିଷ୍ଣୁ ପଦ ସେଠୀ ଓ କୃଷି ବିଭାଗ କମିଶନର କମ୍ ସେକ୍ରେଟାରୀ ସୁରେଷ କୁମାର ବଶିଷ୍ଠ ଓ ଅନ୍ୟ ଦୁଇଜଣ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ…

୧୮ରୁ ପୁଣି ପ୍ରବଳ ବର୍ଷା

ଭୁବନେଶ୍ବର: ୧୮ରୁ ପୁଣି ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ସେହିପରି ୧୮ରୁ ୧୯ ତାରିଖ ମଧ୍ୟରେ…