Latest Odisha News

BREAKING NEWS

Browsing Category

ସହର

City

ଆଜିଠୁ ବ୍ରହ୍ମପୁରରେ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, କୋଭିଡ୍ କଟକଣାରେ ପାଳନ

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଶାଶୁ ଘରୁ ବାପା ଘରକୁ ଆଗମନ କରିବେ ମାଆ ସାଆନ୍ତାଣୀ । ମଧ୍ୟରାତ୍ରିରେ ମାଆଙ୍କ ଆଗମନ ନେଇ ଲଗ୍ନ ସ୍ଥିର ହୋଇଛି । ଏଥିପାଇଁ ଦେଶୀ ବେହେରା ସାହିରେ ସରିଛି ସମସ୍ତ ପ୍ରସ୍ତତି । କୋଭିଡ୍ କଟକଣା ଯୋଗୁ…

ଜିତେନ୍ଦ୍ର ପଟ୍ଟନାୟକଙ୍କ ପୁସ୍ତକ ‘ଡଙ୍ଗରାନ କୁଆଁ’, ଲୋକାର୍ପିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ଜିତେନ୍ଦ୍ର ପଟ୍ଟନାୟକଙ୍କ ଆଦିବାସୀ ପୁସ୍ତକ 'ଡଙ୍ଗରାନ କୁଆଁ' ଲୋକାର୍ପିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକକୁ ଲୋକାର୍ପିତ କରିଛନ୍ତି I ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ସଂସ୍କୃତି ଓ ସଂଘର୍ଷ ଉପରେ ଏହି…

ନିଅଁ ଖୋଳିବା ବେଳେ ବାହାରିଲା ନାଗ ସାପ ଅଣ୍ଡା, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ 

ଭୁବନେଶ୍ବର: ଘର କାମ ପାଇଁ ନିଅଁ ଖୋଳିବା ବେଳେ ବାହାରିଲା ନାଗ ସାପ ଅଣ୍ଡା । ଭୁବନେଶ୍ୱର ଉପକଣ୍ଠରେ ସୁନ୍ଦରପଦା ଏବରଙ୍ଗ ଅଞ୍ଚଳରେ ଆରାଧନା ନଗରରେ ଗୋଟିଏ ଖାଲି ପଡିଥିବା ପ୍ଲଟରେ ଘର କାମ ଚାଲିଥିଲା । ନିଅଁ ଖୋଳିବା ବେଳେ ମିସ୍ତ୍ରୀ ଓ ମୂଲିଆ ମାନେ ପ୍ରଥମେ ନାଗ ସାପ ଦେଖି ଭୟଭୀତ ହୋଇ କାମ…

ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ କିମ୍ବା ସଟଡାଉନ୍ ହେବ କି ? ଏକଥା କହିଲେ ବିଏମସି କମିଶନର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢୁଛି । ସେଥିରୁ ଅଧିକାଂଶ ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ଶହେରୁ ଅଧିକ ପଜିଟିଭ୍ ବିଏମସି ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଏବେ ନାଇଟ କର୍ଫ୍ୟୁ, ସଟଡାଉନ୍ କି ଲଡଡାଉନ୍ କଥା ଚିନ୍ତା କରାଯାଇ…

ଭୁବନେଶ୍ୱର ୟୁନିଟ-୧ SBI ମୁଖ୍ୟ ଶାଖା ପୁଣି ସିଲ୍

ଭୁବନେଶ୍ୱର: ପୁଣି ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା । ବିଏମସି ପକ୍ଷରୁ ତିନି ଦିନ ପାଇଁ ସିଲ୍ କରାଯାଇଛି । ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୧୧ ତାରିଖ ଯାଏ ବ୍ୟାଙ୍କ…

ସିଆରପି ଓଭରବ୍ରିଜ ଉପରେ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା ଟ୍ରକ୍

ଭୁବନେଶ୍ୱର: ପଛକୁ ପଛ ପିଟି ହେଲା ଟ୍ରକ୍ । ଭୁବନେଶ୍ୱର ସିଆରପି ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା । ଜୟଦେବ ବିହାର ପଟରୁ…

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ: କୋଟିଆର ୨୨ ଗାଁରେ ୧୪୪ ଧାରା ଜାରି

ଭୁବନେଶ୍ୱର: କୋଟିଆର ୨୨ଟି ଗାଁରେ ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଥିବାରୁ ୧୪୪ ଧାରା ଜାରି ହୋଇଛି । ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ରହିବେ ୨୨ ଅଫିସର । ଅଫିସରଙ୍କ ସହ ୨୨ ଗାଁରେ ବ୍ୟାପକ…

ରାଜ୍ୟକୁ ଘାରିଛି କରୋନା ଭୟ: ନବମ, ଏକାଦଶ ପିଲାଙ୍କ କ୍ଲାସ୍ ବାତିଲ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ କିଛି ମାତ୍ରାରେ ହ୍ରାସ କରିବାକୁ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି । ୮ ତାରିଖରୁ ରାଜ୍ୟରେ ନବମ ଓ ଏକା‌ଦଶ ଶ୍ରେଣୀ କ୍ଲାସ୍‌ ଏପ୍ରିଲ୍ ୩୦…

ରାଜ୍ୟକୁ ପୁଣି ଫେରିବ ତାତି: ଏପ୍ରିଲ ଦ୍ଵିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ କରିବ କଲବଲ, ଆଶ୍ୱସ୍ତୀ ଆଣିପାରେ କାଳବୈଶାଖୀ

ଭୁବନେଶ୍ୱର: ଆଜିଠାରୁ ଏପ୍ରିଲ ଦ୍ବିତୀୟ ସପ୍ତାହ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ତାତିରେ ଜଳିବ ଓଡ଼ିଶା । ଅସହ୍ୟ ତାତି ଓ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ । ତାପମାତ୍ରା ପ୍ରାୟ ୩-୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ…

 ୫୧ କେଜି ଗଞ୍ଜେଇ ଜବତ, ପଶ୍ଚିମବଙ୍ଗ ହେଉଥିଲା ଚାଲାଣ, ୩ ଗିରଫ

ଗୋପାଳପୁର: ୫୧ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଗଞ୍ଜେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଗୋପାଳପୁର ନିକଟରେ ଧରାପଡିଛି । ଏଥିରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ୱାସିମ ହସନ, ସି.କେ ମୁସ୍ତାକିମ ଓ ଏସ କେ ମନ୍ନନ । ଏମାନେ ସମସ୍ତେ…