Latest Odisha News

BREAKING NEWS

Browsing Category

ସହର

City

ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରବ ଟାଇଫସ ରୋଗ ଚିହ୍ନଟ କରି ପାରିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌  ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ  ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ଏପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି…

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ, କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା

ଭୁବନେଶ୍ଵର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ  ଥମିବାର ନା ନେଉନାହିଁ । ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ  ହେଉଛନ୍ତି । ସମ୍ବଲପୁର, କେନ୍ଦୁଝର, ବରଗଡ଼, ପୁରୀ ଓ  କେନ୍ଦ୍ରାପଡ଼ାରେ ଅଧିକ ସ୍କ୍ରବ୍‌ ଟାଇଫସ୍‌ ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟରେ ଭୟ ବଢ଼ି ଚାଲିଥିବା ବେଳେ…

ସୁଧୁରିବ ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକରେ ଥିବା ଆବାସିକ କଲୋନୀ ରାସ୍ତା, ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ…

ଭୁବନେଶ୍ଵର: ସୁଧୁରିବ ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକରେ ଥିବା ଆବାସିକ କଲୋନୀ ରାସ୍ତା । ଏହି ଅଞ୍ଚଳରେ ଥିବା ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ, ଗତ ଅଗଷ୍ଟ…

ସମ୍ବଲପୁର କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ଦୁଇ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡା ଥାନା ପାରୁଆଭାଡି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳେ ଅଜଣା ଗାଡି ଧକ୍କାରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି  । ମୃତକ ପାରୁଆଭାଡି ଗାଁର ମୁକ୍ତେଶ୍ବର ଧାନ  ଏବଂ ପଣ୍ଡରୀକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି । ସୂଚନା ମୂତାବକ ଏମାନେ ଦୁଇ ଜଣ ଆଜି…

ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା: କାର୍ ମାଲିକ ଗିରଫ

ଭୁବନେଶ୍ବର: ରାଜଧାନୀ ହିଟ୍ ଆଣ୍ଡ୍ ରନ୍ ମାମଲା  । ଭୁବନେଶ୍ବରରୁ ଅଭିଯୁକ୍ତ କାର୍ ମାଲିକ ବିକାଶ ପାଲକୁ ପୋଲିସ ଗିରଫ କରିଛି  । ଆଠଗଡରୁ ଭୁବନେଶ୍ବରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାରଟି ଚଢିଯାଇଥିଲା । ନିଜେ କାର ମାଲିକ ବିକାଶ…

ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବି

ଭୁବନେଶ୍ୱର: ସୁରୁଖୁରୁରେ ଚାଲିପାରୁନି ବିଧାନସଭା । ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲି ସରିବାକୁ ଥିବାବେଳେ ଆଜି ମଧ୍ୟ ବିରୋଧିଙ୍କ ହଟ୍ଟଗୋଳ ପାଇଁ ମୁଲତବି ରହିଲା ଗୃହ । ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ବିରୋଧି ନାରାବାଜି କରିବା ଆରମ୍ଭ କରିଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ…

ଭୁବନେଶ୍ବର ଲୋକସେବା ଭବନରେ ଅଗ୍ନିକାଣ୍ଡ: ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ବର: ଭୁବନେଶ୍ବର ଲୋକସେବା ଭବନରେ ଅଗ୍ନିକାଣ୍ଡ । ରାଜଧାନୀ ଭୁବନେଶ୍ବରରେ ଥିବା ଲୋକସେବା ଭବନରେ ନିଆଁ ଲାଗିଯାଇଛି  ।  ଲୋକସବା ଭବନର ପ୍ରଥମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି  ।  ରାଜସ୍ବ ବିଭାଗ କାର୍ଯ୍ୟାଳୟରେ ନିଆଁ ଲାଗିଯାଇଛି  । ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା…

ବିଧାନସଭା ମୌସୁମୀ ଅଧିବେଶନ: ଆଜି ପାରିତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ

ଭୁବନେଶ୍ଟର:  ବିଧାନସଭା ମୌସୁମୀ ଅଧିବେଶନରେ ଦୁଇ ଦିନର ବିରତି ପରେ ଆଜି ଚାଲିବ ଗୃହ । ଆଜି ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ…

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ  କରିଥିବାବେଳେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିଛି  । ଆଜି ଦଳ ପକ୍ଷରୁ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର କାଳୀ ମନ୍ଦିର ପାଖରୁ କାର୍ଯ୍ୟକ୍ରମ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ସଂଗ୍ରହ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ ପାଇଁ ଡାକ୍ତରୀ ଟିମ୍ ସାମ୍ପୁଲ ସଂଗ୍ରହ କରିଛନ୍ତି  । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉପସ୍ଥିତିରେ ସାମ୍ପୁଲ ସଂଗ୍ରହ କରାଯାଇଛି । ତେବେ ସୂଚନା ମୂତାବକ ଗତ କିଛି ଦିନ ତଳେ…