Latest Odisha News

BREAKING NEWS

Browsing Category

ସହର

City

ଚେନ୍ନାଇରେ ପ୍ରବାସୀ ଓଡ଼ିଆ ପାଳିଲେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

ବ୍ରହ୍ମପୁର:ଉତ୍କଳ ଆସୋସିଏସନ୍‌‌ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡ଼ିଶା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା…

ନେତା ନିରାଶ;ଜିଲାପାଳ ହେଲେ ବିଡିଏ ଅଧ୍ୟକ୍ଷ

ବ୍ରହ୍ମପୁର:ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅଧ୍ୟକ୍ଷ ଭାବେ ଗଞ୍ଜାମ ଜିଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ସମସ୍ତ ନିର୍ଦେଶକୁ ବାତିଲ୍‌ କରି ନୂତନ ନିର୍ଦେଶ ପ୍ରକାରେ…

ପୁଣି ବିବାଦରେ ଏମକେସିଜି;ତିନି ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର

ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲ ପୁଣି ଥରେ ବିବାଦ ଭିତରକୁ ଆସିଛି। ତିନି ଜଣ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ୍‌ ଦେବାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଶନିବାର ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା…

ଦିଅରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଭାଉଜ ଅଟକ

ବ୍ରହ୍ମପୁର:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଗ୍ରାମରେ ଦିଅରଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଭାଉଜଙ୍କୁ ଅଟକ ରଖିଛି ପୋଲିସ। ମୃତକ ଜଣକ ହେଲେ ପ୍ରଦୀପ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପଙ୍କ ଭାଇଙ୍କ ପ୍ରାୟ ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ଏହାର କିଛି…

ଚିଲିକା ଉପକୂଳବାସୀଙ୍କ ଜୀବନୀ ଉପରେ ସର୍ଭେ ପାଇଁ ଦେଶରେ ପ୍ରଥମ ହେଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ହାଇସ୍କୁଲ

ବ୍ରହ୍ମପୁର: ଚିଲିକା କୂଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଗିଂ ତଥା ସେମାନଙ୍କ ବୃତ୍ତିଗତ ଉନ୍ନତି ସମ୍ପର୍କିତ ସର୍ଭେ ରିପୋର୍ଟ ପାଇଁ ବ୍ରହ୍ମପୁର ସ୍ଥିତ ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଦେଶରେ ପ୍ରଥମ ପୁରସ୍କାର ପାଇଛି। ହାଇଦ୍ରାବାଦଠାରେ ଅନୁଷ୍ଠିତ ଦ୍ବିତୀୟ…

ଛାତ୍ର କହିଥିଲେ ‘ପାଇଲଟ୍‌ ହେବି’; ବିଜୁଙ୍କ ଜୀବନୀ ପୁସ୍ତକ ପଠାଇଲେ ୫-ଟି ସଚିବ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ତୃତୀୟ ପର୍ଯ୍ୟନ୍ତ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ଗତ ମଙ୍ଗଳବାର ଭିଡ଼ିଓ କନ୍‌ଫ୍ରେନ୍ସିଂରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌। ଭବିଷ୍ୟତରେ କିଏ କ’ଣ…

ଉଚ୍ଛେଦ ସତ୍ତ୍ବେ ଭଙ୍ଗା ଘର ଛାଡ଼ିବାକୁ ନାରାଜ ଶତାଧିକ ବସ୍ତି ବାସିନ୍ଦା

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧି ବସ୍ତି ଉଚ୍ଛେଦକୁ ତିନି ଦିନ ବିତିଗଲାଣି। ତଥାପି ଭଙ୍ଗା ଘର ଛାଡ଼ିବାକୁ ଅନେକ ବସ୍ତି ବାସିନ୍ଦା ରାଜି ହେଉନାହାନ୍ତି। ବର୍ଷା ମାଡ଼ ଖାଇ ମଧ୍ୟ ଭଙ୍ଗା ଘରେ ସାହାରା ନେଇଛନ୍ତି। ଅନେକ ବାସିନ୍ଦା ଭୋକ ଉପବାସରେ…

ବେଆଇନ୍‍ କାରଖାନାରୁ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ, ମସିନ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଏବଂ ଅଟୋନଗରରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ଉ କରିଛି। ପ୍ରାୟ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ ଏବଂ ଯନ୍ତ୍ରପାତି ଜବତ ହୋଇଛି। ଏନେଇ ଗୋଳନ୍ଥରା ଥାନାରେ ତିନିଟି ମାମଲା ରୁଜୁ…

ଏମକେସିଜି ସୁପରସ୍ପେସିଆଲିଟି କୋଠାରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲର ସୁପରସ୍ପେସିଆଲିଟି କୋଠାରୁ ପୁଣିଥରେ ସିଲିଂ ଜିପସମ୍‍ ଖସିଛି। ଶୁକ୍ରବାର ଏହି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗର ଛାତରୁ ସିଲିଂ ଖସିଛି। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ତେବେ ସିଲିଂ ଖସିବା…

ଚୋର ସନ୍ଦେହରେ ନିରୀହଙ୍କୁ ପିଟିଲେ ଲୋକେ, ଚିକିତ୍ସା ପରେ ଛାଡ଼ିଲା ପୋଲିସ

ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି…