Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉତ୍ତରାଖଣ୍ଡରୁ ଫେରିଥିବା ଶ୍ରମିକ ଭାଇମାନଙ୍କୁ ସ୍ୱାଗତ ଜଣାଇବା କେବଳ ଏକ ଡ୍ରାମାବାଜୀ: ତେଜେଶ୍ୱର ପରିଡା

ଭୁବନେଶ୍ୱର: ଗତକାଲି ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡିଶା ଫେରିବା ପରେ “ଓଡ଼ିଶାରେ ଚାକିରି ନାହିଁ ତେଣୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ସେହି ଟନେଲ ଭିତରକୁ ଫେରିଯିବୁ” ଏଭଳି କହି ନିଜ ଦୁଃଖ ବଖାଣିଥିଲେ ଉଦ୍ଧାର ଶ୍ରମିକ ମାନେ ।…

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଭୁବନେଶ୍ୱର:କୋରାପୁଟର ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।ଭୁବନେଶ୍ୱର କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କର ସମର୍ଥକଙ୍କ ସହ ଆଜି ଦଳରେ ସାମିଲ ହୋଇଛନ୍ତି…

ଶୃଙ୍ଖଳିତ ଜଗା ଦର୍ଶନ ପାଇଁ ବଡ଼ଦାଣ୍ଡରେ ହେବ ଏସି ଟନେଲ

ପୁରୀ: ବଡଦାଣ୍ଡରେ ହେବ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ । ଜଗନ୍ନାଥ ଦର୍ଶନ ପାଇଁ ହେବ ସ୍ୱତନ୍ତ୍ର ଏସି ଟନେଲ । ଖରା, ତାତି ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ନିଆଯାଇଛି ଏହି ପଦକ୍ଷେପ । ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ଏସି ଟନେଲ ରେ ଯାଇ ଜଗାକୁ ଦର୍ଶନ କରିବେ ଭକ୍ତ ।…

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କଲା ପୁରୀ ୪୨ ମୌଜାର ପ୍ରତିନିଧି ଦଳ

ପୁରୀ: ଆଜି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ପୁରୀର ସାତ ସାହି ୪୨ ମୌଜରା ପ୍ରତିନିଧି ଦଳ । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ଶହଶହ ପୁରୀବାସୀ ଙ୍କ ସମେତ ବଡଦାଣ୍ଡ ବଡବଜାର ଉଠାଦୋକାନୀ ମାନେ ପ୍ରକଳ୍ପ କାର୍ଯ୍ୟକୁ ବୁଲି…

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସୂଚନା: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ୫ ଜିଲ୍ଲାରେ ରବିବାର ଛୁଟି ବାତିଲ

ଭୁବନେଶ୍ୱର:ବାତ୍ୟ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆନ୍ଧ୍ର, ତାମିଲନାଡୁ, ପୁଡୁଚେରୀ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବାତ୍ୟା ସତର୍କତା ଜାରି କରିଛି ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହେବ ଏଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ…

ପାରାଦୀପ ବନ୍ଦର ଦେଇ ହେଉଛି ଡ୍ରଗ୍ସ କାରବର ! ଇଣ୍ଡୋନେସିଆରୁ ଆସି ଡେନମାର୍କ ଯାଇଥାନ୍ତା ୨୨୦ କୋଟିର କୋକେନ

ପାରାଦୀପ:ବଢୁଛି ବ୍ରାଉନସୁଗର କାରବାର । ଏହି ନିଶା କାରବାରର ଚେର ରାଜ୍ୟରୁ ବିଦେଶ ଯାଏ ଲମ୍ବିଛି । ଇଣ୍ଡୋନେସିଆଠାରୁ ଓଡ଼ିଶା ପୁଣି ଓଡ଼ିଶାରୁ ଡେନମାର୍କ ଦେଇ ଚାଲିଛି ଏହି କାରବାର । ହେଲେ କାହାରି ନଜରକୁ ଆସୁନି ।  ପାରାଦୀପ ବନ୍ଦର ଦେଇ କୋଟି କୋଟି ଟଙ୍କାର କୋକେନ କାରବାର ହେଉଛି ।…

ଶାଢୀରେ ଚମକୁଛି ଓଡିଶାର ସଂସ୍କୃତି, ବୋଇତ ବନ୍ଦାଣ ଡିଜାଇନ କରି ଚର୍ଚ୍ଚାରେ ବାନ୍ଧଶିଳ୍ପୀ

ସୋନପୁର: ଯୁଗ ବଦଳିଛି ତା ସହ ବଦଳିଛି ଲୋକଙ୍କ ରୁଚି । ଲୋକଙ୍କ ରୁଚି ଅନୁସାରେ କାରିଗରମାନେ ମଧ୍ୟ  ନିଜର ଯାଦୁକରୀରେ କରିଥାନ୍ତି କଳାର ନିଦର୍ଶନ l ବିଶେଷ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ରହିଥିବା ବାନ୍ଧ ଶିଳ୍ପୀମାନେ ସମୟ ସହ ତାଳ ଦେଇ କରିଥାନ୍ତି ନୂତନ ନୂତନ ଡିଜାଇନ l ତେବେ ଏଭଳି ଏକ…

ପିଏଲଜିଏ ୨୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଲାଗିଲା ମାଓ ବ୍ୟାନର

ନୂଆପଡା: ଆଜିଠାରୁ ଡିସେମ୍ବର ଆଠ ତାରିଖ ଯାଏ ମାଓବାଦୀ ପାଳିବେ ପିଏଲଜିଏ ସପ୍ତାହ । ପିଏଲଜିଏର ୨୩ବର୍ଷ ପୂର୍ତ୍ତି ଅଵସର ମାଓବାଦୀ ମାନେ ଏହି ସପ୍ତାହକୁ ଜୋର ସୋରରେ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି । ଏଥିପାଇଁ ନୂଆପଡାରେ ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସମସ୍ତ ବ୍ୟାନର ଲାଲ ରଙ୍ଗର…

ପୁରୀରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରିଛନ୍ତି । ପୁରୀ ଗସ୍ତରେ ଯାଇ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼…

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦ୍‌ଘାଟିତ,ଭାଗ ନେଲେ ୧୧୪ ବାଲୁକା ଶିଳ୍ପୀ

ପୁରୀ: ଚନ୍ଦ୍ରଭଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବକୁ ପର୍ଯ୍ୟଟନ ତଥା ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ଆଇଟି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଉଦ୍‌ଘାଟନ କରିଥିଲେ । ଏଥିରେ…