Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ କମୁନି ହାତୀ ମୃତ୍ୟୁ: ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ: ରାଜ୍ୟରେ କମୁନି ହାତୀ ମୃତ୍ୟୁ । ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଠାବ । ଦନ୍ତାଟିର ବୟସ ୨୦ରୁ ୨୫ ବର୍ଷ ହୋଇଥିବା ବେଳେ ହାତୀ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୯ଟା ପରେ ଦର୍ଶନ ସ୍ବାଭାବିକ ହେବ।…

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲା ନୂଆପଡ଼ାର ମଣିଷଖିଆ ବାଘ

ସମ୍ବଲପୁର: ସମ୍ବଲପୁର ଆସିଲା ନୂଆପଡା ଜିଲ୍ଲା କୋଦାପାଲିରୁ ଧରାଯାଇଥିବା ମଣିଷଖିଆ କଲରାପତ୍ରିଆ ବାଘ । ବନବିଭାଗ ଯନ୍ତା ସାହାର୍ଯ୍ୟରେ ତାକୁ ଆଣି ସମ୍ବଲପୁର ଚିଡିଆଖାନାରେ ରଖିଛନ୍ତି । ବିଳମ୍ବିତ ରାତିରେ ବାଘଟିକୁ ଅଣାଯାଇଥିବା ବେଳେ ପ୍ରଥମେ ତାକୁ କ୍ଵାରେଣ୍ଟାଇନରେ ରଖାଯାଇଛି । ସମ୍ବଲପୁର…

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ପିଏଚ୍ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ । ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ରହିଛି । ଏକକାଳୀନ ୬ଟି ସ୍ଥାନରେ ନିଜର ଓ ସମ୍ପର୍କୀୟଙ୍କ ଘରେ…

୧୧ ଦିନର ଯାତ୍ରା ସାରି ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ

ଢେଙ୍କାନାଳ : ୧୧ ଦିନ ହେବ ଚାଲିଥିଲା ମାଆଙ୍କର ଯାତ୍ରା  । ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ  । ଆଜି ଢେଙ୍କାନାଳରେ ମାଆଙ୍କା ଭସାଣୀ ଉତ୍ସବ  । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା ମକୁଟରେ ଝଲସୁଥିଲେ ମାଆ । ସନ୍ଧ୍ୟା ହେଲେ ଚିକମିକ୍…

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ , ଡ୍ରାଇଭର ମୃତ

ଆନନ୍ଦପୁର : ସରକାର ସଡକ ସୁରକ୍ଷା ନେଇ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି  । ତଥାପି ଦୁର୍ଘଟଣା କମିବାର ନାଁ ଧରୁନି । ପ୍ରତିଦିନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଯାଉଛି  । ଆଜି ମଧ୍ୟ ସେମିତି କିଛି ଦୁଃଖଦ ଖବର ସାମ୍ନାକୁ ଆସିଛି  । ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ…

ସୋମାଲିକା ଆସିଲେ, ହେଲେ ଆସିଲେନି ବିଜୟଶଙ୍କର; ନଭେମ୍ବର ୨୧ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ: କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହେଲେନି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟ ଶଙ୍କରଙ୍କ ବିବାହକୁ ବିରୋଧ କରି ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାଶ ଅଭିଯୋଗ କରିବା ପରେ ମଙ୍ଗଳବାର ବିବାହ ପଞ୍ଜୀକରଣ କୋର୍ଟରେ ହାଜର ହେବା ପାଇଁ ବିଜୟ ଶଙ୍କରଙ୍କୁ…

ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ବାଲେଶ୍ୱର: ଛତିଶଗଡ଼ରେ ଗତକାଲି ହୋଇଥିବା ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି ।  ସହିଦ ଯବାନ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶ ଶିଅଳ  । ସେ ଛତିଶଗଡ କୋବ୍ରା ୨୦୬ ବାଟାଲିଅନରେ କାମ କରୁଥିଲେ । ଗତକାଲି ଛତିଶଗଡ ବିଧାନସଭା…

୨୦୨୪ ବର୍ଷ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଛୁଟି ତାଲିକା, ମିଳିବ ୩୦ଟି ସରକାରୀ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା ଜାରି କରିଛନ୍ତି। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ ୩୦ଟି ସରକାରୀ ଛୁଟି ରହିଛି। ଆଜି…

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ଦାଦା ଘନିଆ ଗିରଫ

ଭୁବନେଶ୍ୱର: ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା। ୨୪ ଘଣ୍ଟା ମଧ୍ୟରେ ଫେରାର ଅଭିଯୁକ୍ତ ଘନିଆ ଦାସକୁ ଧରିବାରେ ସଫଳ ହେଲା ଏୟାରଫିଲ୍ଡ ପୋଲିସ। ଘନିଆକୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଗତକାଲି ଶିଶୁକନ୍ୟାର ତଣ୍ଟିକାଟି ଚମ୍ପଟ ମାରିଥିଲା ଘନିଆ। ସୂଚନାଥାଉକି,…