Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧର୍ମେନ୍ଦ୍ରଙ୍କ ପାଇଁ ଫୋକସରେ ଢେଙ୍କାନାଳ !

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଏହାପରେ ନିଜେ ମନ୍ତ୍ରୀ ଓ ତାଙ୍କ ପତ୍ନୀ ମୃଦୁଳା ଠାକୁରଙ୍କ ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲା ଗସ୍ତ କରୁଥିବା ନେଇ ଦେଖିବାକୁ ମିଳୁଥିଲା। ଏହାରି ଭିତରେ କେନ୍ଦ୍ର…

ସମ୍ବଲପୁର ପହଞ୍ଚି ସ୍ଥିତି ସମୀକ୍ଷା କଲେ ଡିଜିପି, କହିଲେ; ଦିନେ ଦୁଇଦିନରେ ସ୍ଥିତି ସୁଧୁରିବ

ସମ୍ବଲପୁର : ପୋଲିସ ଡିଜି ସୁନୀଲ ବଂଶଲ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମ୍ବଲପୁର ହିଂସା ମାମଲାର ଶନିବାର ସମୀକ୍ଷା କରିବା ସହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସମ୍ବଲପୁରରେ ପର୍ଯ୍ୟାପ୍ତ ଫୋର୍ସ ଅଛନ୍ତି; ଘଟଣାର ତଦନ୍ତ କରାଯାଉଛି ଓ ଦିନେ ଦୁଇଦିନରେ ସ୍ଥିତି ସୁଧୁରିବ ।…

ଶ୍ରୀ ସେତୁ, ବାଶେଳୀ ସାହି ଧର୍ମଶାଳା ଓ ସମଙ୍ଗ ପାର୍କିଂ କାମର ସମୀକ୍ଷା କଲେ 5T ସଚିବ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବ୍ୟକ୍ତିଗତ ସଚିବ (5T) ଭି.କେ. ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଥମେ ପାଣ୍ଡିଆନ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ । କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ…

ସାମାନ୍ୟ କମିଲା ତାତି, ୪୨.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ରାଜ୍ୟରେ ତାତି ସାମାନ୍ୟ କମିଛି । ୨୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବୌଦ୍ଧରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ତୁଳନାରେ ରାଜ୍ୟର ଅନେକ ସ୍ଥାନରେ ଆଜି ତାପମାତ୍ରା ହ୍ରାସ ପାଇଛି । ୧୯ ତାରିଖ ଯାଏ ଘଡ଼ଘଡ଼ି…

୨ଟି ଫୁଲମାଳରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହେଲା ୬ ଯୋଡ଼ା ବର, କନ୍ୟା

ବରଗଡ଼: ହୋମ ଯଜ୍ଞକୁ ସାକ୍ଷୀ ରଖି ବାହାଘର ହୁଏ, ୭ ଘେରା ବୁଲନ୍ତି ନବ ଦମ୍ପତି । ହେଲେ ଏଠି କେବଳ ଦୁଇଟି ଫୁଲମାଳ ଓ ସମ୍ବିଧାନକୁ ସାକ୍ଷୀ ରଖି ବାହାଘର ଚାଲିଛି । ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୬ ଯୋଡ଼ା ବର, କନ୍ୟା । ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ…

ଶ୍ରମମନ୍ତ୍ରୀଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ମାମଲା, ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ; ଯିଏ ଦୋଷୀ, ସେ ଦଣ୍ଡ ପାଇବ

ଭୁବନେଶ୍ୱର : ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ନିର୍ଯାତନା ପ୍ରସଙ୍ଗରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ମହିଳା ଥାନାରେ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଗୃହମନ୍ତ୍ରୀ…

ମନି ଲଣ୍ଡରିଂ ମାମଲା, ପୂର୍ବତନ ବିଜେଡି ବିଧାୟକଙ୍କ ବିରୋଧରେ ଇଡି ଦାଖଲ କଲା ଚାର୍ଜସିଟ୍

ଭୁବନେଶ୍ୱର: ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକଙ୍କ ବିରୋଧରେ ଇଡି ଶନିବାର ଚାର୍ଜସିଟ୍ ଦାଖଲ କରିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଅନାମଙ୍କ ସହ ଅନ୍ୟମାନଙ୍କୁ ଦଣ୍ଡବିଧାନ ପ୍ରସ୍ତାବ ଦେଇ ଇଡି ୧.୫୨ କୋଟିର ସମ୍ପତ୍ତି ଜବତ…

ମଖ୍ୟମନ୍ତ୍ରୀଙ୍କୁ ଭେଟି ଟିକେଟ ଆଣିଲେ ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ତିନି ଦଳର ପ୍ରସ୍ତୁତି ଜୋରଦାର ହୋଇଛି । ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ  ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କଠାରୁ ଦଳୀୟ ଟିକେଟ ଆଣିଛନ୍ତି । ଆଜି ଦୀପାଳି…

ଆସନ୍ତାକାଲିଠୁ ତାତିରୁ ମିଳିପାରେ ମୁକ୍ତି; ଏହି ସବୁ ଜିଲ୍ଲାକୁ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୁଣ୍ଡଫଟା ଖରା । ଅସହ୍ୟ ତାତି । ଛଟପଟ ହେଉଛି ସାରା ରାଜ୍ୟ । ଶନିବାର ସକାଳ ସାଢେ ୧୧.୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ଥିଲା । ଅନ୍ୟପକ୍ଷେ ଏହି ସମୟ ସୁଦ୍ଧା ଝାରସୁଗୁଡାର ସର୍ବୋଚ୍ଚ ତାପମାତ୍ର ୩୯.୨ ଡିଗ୍ରୀ ଥିଲା । ମଧ୍ୟାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା…

ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗଙ୍କ ପରିବାର, ଗୁହାରି ଶୁଣୁନି ପ୍ରଶାସନ

ଉଦୟଗିରି : ନା କିଛି କହି ପାରୁଛି ନା କିଛି ବୁଝିପାରୁଛି  । ଭୋକ ଲାଗିଲେ ଖାଇବାକୁ ମାଗୁନି ଆଉ ନିଦ ଲାଗିଲେ ଶୋଇବା ପାଇଁ ବି କହୁନି l ଯେଉଁଠି ଯେମିତି ଅବସ୍ଥାରେ ତାକୁ ତା ଘର ଲୋକ ରଖନ୍ତି ସେ ସେମିତି ହିଁ ପଡି ରହୁଛି l ବେଳେ ବେଳେ ସେ ନିଜେ ଏକୁଟିଆ ବସି ଗୁଣୁ ଗୁଣୁ ହେଉଛି ତ ଆଉ…