Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଧ୍ୟାହ୍ନଭୋଜନ ଖାଇ କନ୍ୟାଶ୍ରମର ଜଣଙ୍କର ମୃତ୍ୟୁ, ୨୫ ଅନ୍ତେବାସୀ ହସ୍ପିଟାଲରେ ଭର୍ତ୍ତି

ବାଲେଶ୍ୱର: ଶନିବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ବାଲେଶ୍ୱର ଜିଲ୍ଲା ସୋରରେ ଥିବା ଏକ କନ୍ୟାଶ୍ରମର  ୨୫ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏବେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ଜିଲାର ନୀଳଗିରିରେ ଥିବା ଏକ କନ୍ୟାଶ୍ରମର…

ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ଗିରଫ ଦାବି କଲା ବିଜେପି ଓ କଂଗ୍ରେସ

ଜଗତସିଂହପୁର: ଯେତେବେଳେ ମହିଳା ଥାନା ଅଧିକାରୀଙ୍କୁ ଅସମ୍ମାନ ଅଭିଯୋଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେଡି ସେତେବେଳେ ବିଜେପି ମଧ୍ୟ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛି। କଂଗ୍ରେସ ମଧ୍ୟ…

କିଲିମାଞ୍ଜରୋ ଆରୋହଣ ପରେ ବ୍ରହ୍ମପୁର ଫେରିଲେ ମଧୁସ୍ମିତା; ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବ୍ରହ୍ମପୁର: ଆଫ୍ରିକା ମହାଦେଶର ଉଚ୍ଚତ୍ତମ ଶୃଙ୍ଗ କିଲିମାଞ୍ଜରୋ (୫,୮୯୫ମି)କୁ ସଫଳତାର ସହ ଆରୋହଣ କରିବା ପରେ ବ୍ରହ୍ମପୁର ଘରକୁ ଫେରିଛନ୍ତି ମଧୁସ୍ମିତା ପାତ୍ର। ପରିବର ବର୍ଗଙ୍କ ତରଫରୁ ବ୍ରହ୍ମପୁର ଷ୍ଟେସନ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟପଟେ…

ରାଜନୀତିରେ ମହିଳା ଅସ୍ତ୍ର !

ଭୁବନେଶ୍ୱର: ବିଜେଡି ଫୋକସରେ ସବୁବେଳେ ମହିଳା ରହି ଆସିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବା କଥା ହେଉ କିମ୍ବା ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ କଥା ସବୁଥିରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହୁଏ। ଏବେ ବିରୋଧୀ ଦଳ ନେତା…

ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବିଜେପି: ବିଜେଡି

ଭୁବନେଶ୍ୱର: ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମ ସହ କଥା ହେବାବେଳେ କହିଛନ୍ତି ଯେ ତାଙ୍କ ପୂର୍ବରୁ ନେତାମାନେ ଶାସକ ଦଳ ଦ୍ୱାରା ପରିଚାଳିତ (ମାନେଜ୍‍ଡ) ହୋଇଥିଲେ କିନ୍ତୁ ସେ ସେଭଳି ହୋଇପାରିବେ ନାହିଁ; ତେଣୁ ଶାସକ ଦଳ ତାଙ୍କ ପଛରେ ପଡିଛନ୍ତି । ଏଭଳି…

ପୋଖରି ଖୋଳାକୁ ନେଇ ବିବାଦ, ପିଟି ପିଟି ଯୁବକଙ୍କୁ ମାରିଦେଲେ

ସୁବର୍ଣ୍ଣପୁର: ଜମିବାଡ଼ି ବିବାଦରୁ ଗଡ଼ିଲା ମୁଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସରକାରୀ ଜମିରେ ପୋଖରି ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ଉପୁଜି ଥିବା ବିବାଦ ପାଇଁ ମୁଣ୍ଡ ଗଡ଼ିଛି । ଠେଙ୍ଗା ମାଡ଼ ପରେ କାଠ ଗଣ୍ଡିରେ ଛେଚି ଜଣଙ୍କୁ…

‘ନବ ଦାସ ହତ୍ୟା ଗୁମର ଖୋଲିବାରୁ ବିଜେଡି ମୋ ବିରୋଧରେ ଏପରି ଷଡଯନ୍ତ୍ର ରଚିଛି’

ଭୁବନେଶ୍ୱର: ଗୋଟିଏ ପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେଡି ଗର୍ଜୁଥିବାବେଳେ ବିଜେଡି ତଥା ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ଜୟନାରାୟଣ ମିଶ୍ର । ଏସବୁ ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ଜୟନାରାୟଣ ମିଶ୍ର । ଆଗାମୀ…

ହରହର ମହାଦେବ ମନ୍ତ୍ରରେ କମ୍ପୁଛି ଗୁପ୍ତେଶ୍ୱର ପୀଠ  

କୋରାପୁଟ : ଜାଗରଯାତ୍ରାକୁ ନେଇ ଗୁପ୍ତେଶ୍ୱର ପୀଠରେ ଦେଖିବାକୁ ମିଳିଛି  ଭକ୍ତିମୟ ପରିବେଶ । ହରହର ମହାଦେବ ମନ୍ତ୍ରରେ ଗୁଞ୍ଜୁରୀ ଉଠିଛି ଗୁପ୍ତେଶ୍ୱର ପୀଠ  । ଗୁପ୍ତେଶ୍ୱରଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଭକ୍ତ l ଶିବରାତ୍ରି…

ଜାଗର ପାଇଁ ସଜେଇ ହୋଇଛି ବାବା ଲୋକନାଥଙ୍କ ପୀଠ

ପୁରୀ : ଆଜି ପବିତ୍ର ଜାଗର ଯାତ୍ରା । ଜାଗର ପାଇଁ ଚଳଚଞ୍ଚଳ ବାବା ଲୋକନାଥଙ୍କ ପୀଠ । ସୁନ୍ଦର ଆଲୋକରେ ସୁସଜ୍ଜିତ ହୋଇଛି ପୁରୀର ବାବା ଲୋକନାଥଙ୍କ ପୀଠ । ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଲାଗିରହିଛି । ସେ ନେଇ ଶ୍ରୀଲୋକନାଥ ଦେବ ଟ୍ରଷ୍ଠ ବୋର୍ଡ ପକ୍ଷରୁ କରାଯାଇଛି…

୧୭ ରାଜ୍ୟରେ ଗ୍ରାମୀଣ ରୋଜଗାର ନାଁରେ କରୁଥିଲେ ଠକେଇ, ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟକୁ ଓଡ଼ିଶା ଇଓଡବ୍ଲୁ ଧରିବାରେ ସକ୍ଷମ ହୋଇଛି । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଦେଶର ପ୍ରାୟ ୧୭ଟି ରାଜ୍ୟରେ ଏହି ରାକେଟ ଠକେଇ କରୁଥିଲା । ସଂସ୍ଥାର ସମ୍ପାଦକ ଧର୍ମପାଲ ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା ବିହାରର…