Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାପା, ମାଆ ଓ ଭାଇ ଜେଲରେ, ଅସହାୟ ହୋଇପଡିଛନ୍ତି ୨ ଭଉଣୀ

ନୂଆପଡା: ବାପା ମାଆ ଓ ଭାଇ ଜେଲରେ । ତେଣେ ଅସହାୟ ହୋଇପଡିଛନ୍ତି ଦୁଇ ଭଉଣୀ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରିଷିଗାଁର ଏହି ଦୁଇ ଭଉଣୀ ଲକ୍ଷ୍ମୀ ଦଳ ଓ ଅଷ୍ଟମୀ ଦଳ । ଭାଉଜଙ୍କ ହତ୍ୟା ଅଭିଯୋଗରେ ଜେଲ୍ ଯାଇଛନ୍ତି ଭାଇ ଚିତମନ ଦଳ, ବାପା ଦ୍ରୋଣ ଦୋଳ ଓ ମାଆ ପୁନେ ଦୋଳ । ସାନ ଭଉଣୀ ଅଷ୍ଟମୀ ପାଠ…

ସ୍କୁଲ ଯିବାରେ ବାଧକ ଲିଟିଜୋର୍ ନାଳ: ପୋଲ ନିର୍ମାଣ ପାଇଁ କୁନି ଶିଶୁଙ୍କ ନିବେଦନ

ଭବାନୀପାଟଣା: ସ୍କୁଲ ଯିବା ପାଇଁ ବାଟରେ ବାଧକ ସାଜିଛି ନାଳ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମପଞ୍ଚାୟତ ଅଧିନସ୍ଥ ଦେରଗୁଡା ଗାଁରେ ଶିଶୁମାନଙ୍କୁ ସ୍କୁଲ ଯିବାକୁ ଲିଟିଜୋର୍ ନାଳ ପାର ହେବାକୁ ପଡେ । ଏବେ ଏହି ନାଳରେ ପାଣି କମ୍ ଥିଲେ ବି ବର୍ଷା ଦିନରେ ନାଳରେ ପାଣି…

‘ଅନ୍ଧବିଶ୍ୱାସରୁ ଦୂରରେ ଅଙ୍ଗଦାନ’: ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍

ଭୁବନେଶ୍ୱର : ଅଙ୍ଗଦାନ ମହତ୍ ଦାନ । ଏନେଇ ସଚେଚନତା ସୃଷ୍ଟି ପାଇଁ ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୱାକାଥନ୍ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଏହାର ଶୁଭାରମ୍ଭ କରିଥିଲେ । ଅଙ୍ଗ ଦାନରେ ଅନ୍ଧବିଶ୍ୱାସକୁ ଦୂର କରିବାରେ ଏମ୍ସ…

ଜମୁଛି ପ୍ରଚାର: ଆଜି ପଦ୍ମପୁର କ୍ୟାମ୍ପେନରେ ଯିବେ ୨ କେନ୍ଦ୍ରମନ୍ତ୍ରୀ

ପଦ୍ମପୁର: ଜମୁଛି ପଦ୍ମପୁର ପ୍ରଚାର  । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ହେଭିଓ୍ୱେଟ ନେତା ଓ ମନ୍ତ୍ରୀ ବରଗଡ଼ ଜିଲ୍ଲା ପଦ୍ମପୁରରେ ପକାଉଛନ୍ତି ଡେରା । ଭୋଟ୍ ତାରିଖ ଯେତିକି ପାଖଉଛି, ପ୍ରଚାର ପାଇଁ ସେତିକି ଜୋର ଦେଉଛନ୍ତି ଦଳ । ମୈଦାନରେ ପ୍ରାର୍ଥୀ ଓ ପ୍ରଚାରକ । ୭ଜଣ…

ପ୍ରତିଷ୍ଠା ଦିବସ ପାଇଁ ଝଲସୁଛି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ରବିବାର ପାଳିତ ହେବ। କ୍ୟାମ୍ପସ୍‌ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ୮୦ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ଏହା କିଭଳି ଅଧିକ ଆକର୍ଷଣୀୟ ହେବ ସେଥିପ୍ରତି ଗୁରୁତ୍ବ…

ପଦ୍ମପୁରରେ ‘ପଦ୍ମ ପାର୍ଟିର’ ପାଓ୍ୱାର ଶୋ’

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଆଉ ଅଳ୍ପ ଦିନପରେ ଭୋଟ୍ ପଡ଼ିବ। ଏହା ପୂର୍ବରୁ ସମସ୍ତ ଦଳ ଭୋଟ୍ ଗୁଟାଇବାରେ ବ୍ୟସ୍ତ। ପ୍ରଚାର ପାଖେଇ ଆସୁଥିବାରୁ ଆଜିଠାରୁ କହିବାକୁ ଗଲେ ଦଳର ହେବିଓ୍ୱେଟ୍ ନେତାମାନେ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ପଦ୍ମପୁରରେ ପଦ୍ମ ଦଳର ହେବିଓ୍ବେଟ୍…

ଡେପୁଟି ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଶାର ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ କୁମାର ସାହୁ ହୋଇଛନ୍ତି ଡେପୁଟି ନିର୍ବାଚନ କମିଶନର। ମନୋଜ ସାହୁ ଏବେ କେନ୍ଦ୍ରରେ ନିଯୁକ୍ତ ରହିଛନ୍ତି। ଶନିବାର ତାଙ୍କର ନୂଆ ନିଯୁକ୍ତି ବାବଦରେ ସୂଚନା ମିଳିଛି। ଡିସେମ୍ବର ୧୬, ୨୦୨୩ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି।…

ପଦ୍ମପୁର ପାଇକମାଳରେ ତିନି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ପାଇକମାଳରେ ହିଂସା। ଟାଙ୍ଗିଆ ଚୋଟରେ ଆହତ ହୋଇଛନ୍ତି ତିନି ଜଣ। ଆକ୍ରମଣର ଶିକାର ହେବା ପରେ ତିନି ଜଣ ଲହୁ ଲୁହାଣ ହୋଇ ସ୍ଥାନୀୟ ପାଇକମାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ତିନି ଜଣ ହେଲେ ପାଇକମାଲ୍ ଢେଙ୍କିମୁଣ୍ଡା ଗ୍ରାମ ଚୁହୁରୀପଡାର ଅନିରୁଦ୍ଧ…

ରାଜଧାନୀରେ ପଦ୍ମପୁରର ତାତି: ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁରରେ ଗୋଟିଏ ପଟେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି ଅନ୍ୟପଟେ ରାଜଧାନୀରେ ବିଜେଡି ଓ ବିଜେପି ନେତା ପରସ୍ପର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଦୌଡିବା ଜୋରଦାର କରିଛନ୍ତି। ଭୋଟ୍ ବିକଳରେ ପଦ୍ମପୁରରେ ବିଜେପି ହିଂସା…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କାହାର ଦରଦ କେତେ?

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ବେଳେ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ମଧ୍ୟ ଗୋଟିଏ ପ୍ରସଙ୍ଗ ରହିଛି। ଏହାକୁ ନେଇ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିର୍ବାଚନୀ ପ୍ରସଙ୍ଗ କରି ଶାସକ ଦଳର ନେତାଙ୍କୁ ଘେରୁଛନ୍ତି। ଏହି ସମୟରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ…