Latest Odisha News

BREAKING NEWS

Browsing Category

ଓଡିଶା

Odisha

କମୁଛି ବନ୍ୟା ଜଳ, ବଢ଼ୁଛି ଦୁର୍ଦ୍ଦଶା

ପାରାଦୀପ: ବେଘର କରିଛି ଜଳ ପ୍ରଳୟ । ବନ୍ୟା ଉଜାଡ଼ି ଦେଇଛି ସବୁକିଛି । କିଏ ଛାତ ଉପରେ ରୋଷେଇ କରୁଛି ତ ଆଉ କିଏ ରାସ୍ତା ଉପରେ ପାଲ ଟାଣି ଘରର ସମସ୍ତ ଜିନିଷକୁ ଜଗି ରହିଛି । ମହାନଦୀରେ ବନ୍ୟା ଆସିବା ପରେ ଜଳରେ ବିତୁଛି ଜୀବନ । ଗାଁ ଦାଣ୍ଡରେ ଡଙ୍ଗା ଚାଲିଛି । ଲୋକଙ୍କ ଘର ଭିତରେ ପାଣି…

ବନ୍ୟାଞ୍ଚଳ ପାଇଁ  ରିଲିଫ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି,…

ସ୍ୱାମୀଜୀଙ୍କୁ ମନେ ପକାଉଛି ଜଳେଶପଟ୍ଟା ଆଶ୍ରମ, ଦୁଇ ଦୁଇଟି କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯିବାକୁ ଦାବି

ବାଲିଗୁଡ଼ା: ସ୍ୱାମୀଜୀଙ୍କୁ ମନେ ପକାଉଛି ଜଳେଶପଟ୍ଟା ଆଶ୍ରମ । ଜନ୍ମାଷ୍ଟମୀ ପାଇଁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ଆଶ୍ରମ ଉତ୍ସବ ମୁଖର ହୋଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକୀରେ ଆଶ୍ରମରେ ସାଧୁ, ସନ୍ଥ ଏକାଠି ହୋଇଥିବା ବେଳେ କଳଶ ଯାତ୍ରା,…

[ଦେଖନ୍ତୁ ଭିଡିଓ] ଦିଲ୍ଲୀ ଚୋରାଚାଲାଣ ବେଳେ ୪୫୦୦ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ମଧ୍ୟାହ୍ନ ସମୟରେ ୪୫୦୦ କେ.ଜି ଗଞ୍ଜେଇ ଜବତ କରାଯାଇଛି । ଏକ କୁଣ୍ଡା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ଦେଇଛନ୍ତି ରାୟଗଡ଼ା ଅବକାରୀ ଅଧିକ୍ଷକ ,ଅଭିରାମ ବେହେରା  ।  ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ…

ବନ୍ୟା ପାଇଁ OPSC ସ୍ଥଗିତ ରଖିଲା ASO ପରୀକ୍ଷା

ଭୁବନେଶ୍ୱର: ଅଧା ଓଡ଼ିଶା ବନ୍ୟା ଜଳରେ ବୁଡ଼ି ରହିଥିବା ବେଳେ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ASOର ଲିଖିତ ପରୀକ୍ଷା ଆସନ୍ତା ରବିବାର ୨୧ ତାରିଖରେ ହେବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ଯାଏ ASO ପରୀକ୍ଷା ସ୍ଥଗିତ…

ନାଳ ଉପରେ ନିର୍ମାଣ ହେଉନି ବ୍ରିଜ୍, ଖଟିଆରେ ବୁହା ହେଉଛନ୍ତି ରୋଗୀ

କାମାକ୍ଷାନଗର: ବର୍ଷା ହେଲେ ଦୁର୍ଦ୍ଦଶା ବଢ଼ୁଛି । ଗାଁକୁ ବିଚ୍ଛିନ୍ନ କରୁଛି ଗୋବରୀ ନାଳ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗୋବରି ଗାଁ ପାଖରେ ରହିଛି ଏହି ନାଳ । ବର୍ଷା ଦିନେ ଏହି ନାଳ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି । ଲଗାଣ ବର୍ଷା ପରେ ନାଳରେ କେତେବେଳେ ଆଣ୍ଠୁଏ ତ ଆଉ…

ବେଆଇନ୍ ଭାବେ ବାଲି ଚୋରି ବେଳେ ୪ଟି ହାଇୱା ଜବତ, ୪ ଗିରଫ

ପୁରୀ: ଦିନ ଦ୍ୱିପ୍ରହରରେ ଅବୈଧ ଖନନ ସହ ବେଆଇନ୍ ବାଲି ଚାଲାଣ । ପୁରୀ କୋଣାର୍କ ରୋଡ୍ ତୋଟାବେହେରା ସାହି ଛକ ନିକଟରେ ଦୁର୍ବୃତ୍ତ ମାନେ ବେଆଇନ୍ ବାଲି ଚାଲାଣ କରୁଥିବା ବେଳେ ପୁରୀ ମେରାଇନ ଥାନା ପୋଲିସ ହାତରେ ଧରା ପଡ଼ିଛନ୍ତି । ୪ଟି ହାଇୱା ଟ୍ରକ୍ ସାହାଯ୍ୟରେ ବେଆଇନ୍ ଭାବେ ବାଲି ଚୋରି…

ଗୋ-ଚାଲାଣ ବେଳେ ଶତାଧିକ ଗୋରୁ ଉଦ୍ଧାର, ୨ ଗିରଫ

ଅନୁଗୁଳ: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ବେଧଡ଼କ ଗୋ-ଚାଲାଣ କରାଯାଉଛି । ଗୋ-ଟାଲାଣ ଖବର ପାଇ ପାଲଲହଡ଼ା ପୋଲିସ ବିଳମ୍ବିତ ରାତିରେ ଜାତୀୟ ରାଜପଥ ୪୯ରେ ଜଗି ରହିଥିଲା । ରାତି ପ୍ରାୟ ୩ଟା ବେଳେ ଏକ ଟ୍ରକ୍ ଯୋଗେ ଶହେରୁ ଅଧିକ ଗୋରୁଗାଈଙ୍କୁ ନିଆ ଯାଉଥିବା ବେଳେ ପୋଲିସ ଗାଡ଼ି…

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅପରାହ୍ନ ସାଢେ ତିନିଟା ବେଳେ  ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟାସ୍ଥିତି ଅନୁଧ୍ୟାନ କରିବେ । ସେହିଜିଲ୍ଲା ଗୁଡିକ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ଏହି…

ଲଘୁଚାପ ସକ୍ରିୟ, ୨୪ ଘଣ୍ଟାରେ ଅବପାତ ସମ୍ଭାବନା; ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ବନ୍ୟା ପ୍ରକୋପ ଥମିନି । ଏପଟେ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଆଉ ଏକ ଲଘୁଚାପ । ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଂଲାଦେଶ ଏବଂ ମିଆଁମାର ଉପକୂଳରେ ଏକ ଲଘୁଚାପ ସକ୍ରିୟ ରହିଛି । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ…