Latest Odisha News

BREAKING NEWS

Browsing Category

ଓଡିଶା

Odisha

5T ଅଧିନରେ ଗୁଣୁପୁରର ପୁରାତନ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବାକୁ ଦାବି

ଗୁଣୁପୁର: ରାଜ୍ୟ ସରକାର ପୁରାତନ ଧର୍ମାନୁଷ୍ଠାନ ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ 5T ଅଧିନରେ କରୁଛନ୍ତି । ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ପୁରାତନ ଧର୍ମାନୁଷ୍ଠାନର ସୌନ୍ଦର୍ଯ୍ୟକରଣ 5T ଅଧିନରେ କରିବାକୁ ଦାବି ହୋଇଛି । ଏନେଇ ଗୁଣୁପୁର ପ୍ରେସ…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…

ବାରବାଟି ମ୍ୟାଚ୍ ପାଇଁ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ୧୨ ତାରିଖରେ ବାରବାଟିରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ ରାତି ୭ଟାରେ ଆରମ୍ଭ ହୋଇ ୧୧ଟାରେ ସରିବ । ମ୍ୟାଚ୍ ଦିନ ଟ୍ୱିନ୍ ସିଟିରେ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯିବ । ଏଥିପାଇଁ ସେବା…

କିଏ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ? ରେସରେ ସବୁଠୁ ଆଗରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଏବେ କିଏ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଏହାରି ଭିତରେ ସବୁଠୁ ଆଗରେ ରହିଛି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କ ନାଁ । କେବଳ ମୁର୍ମୁ ନୁହେଁ ଅନେକ ପ୍ରାର୍ଥୀଙ୍କ ନାଁ…

କୋରାପୁଟ ଜିଲ୍ଲାକୁ ପ୍ରଶଂସା କଲେ ନୀତି ଆୟୋଗ ସିଇଓ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିକୁ ଉନ୍ନତ କରିଥିବା ହେତୁ କୋରାପୁଟ ନୀତି ଆୟୋଗର ଜିଲ୍ଲା ପ୍ରଦର୍ଶନ ତାଲିକା ଏପ୍ରିଲ ମାସ ପାଇଁ ସର୍ବୋତ୍ତମ ଜିଲ୍ଲା ଭାବେ…

ଜୁଲାଇ ୨ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର: ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ । ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ୨ ତାରିଖରେ ଆଗତ ହେବ ପୂର୍ଣ୍ଣାଙ୍ଗ…

ବୋଲଗଡ଼ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ବୋଲଗଡ଼ ଥାନା ଏଏସଆଇଙ୍କୁ ଶୁକ୍ରବାର ଭିଜିଲାନ୍ସ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି । ଏଏସଆଇ ଭଗବାନ ସ୍ୱାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଅଭିଯୋଗକାରୀଙ୍କ ପୁଅ ଏବଂ ତା’ର ସାଙ୍ଗକୁ ଏକ ମାମଲାରେ ସାହାଯ୍ୟ…

ହୋଟେଲ ମେ ଫାୟାରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଖେଳାଳି । ବାରବାଟୀ ଟି-୨୦ ପାଇଁ ଉଭୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ…

ପ୍ରେମରେ ବିଫଳ ହେବାରୁ ହାତ ଓ ଗଳା କାଟିଦେଲେ ଯୁବକ

କାମାକ୍ଷାନଗର: ପ୍ରେମ ପାଇଁ ସେ ପାଗଳ ଥିଲା । କେତେବେଳେ ଫେସବୁକରେ ପ୍ରେମକୁ ନେଇ ରୋମାଣ୍ଟିକ ପୋଷ୍ଟ କରୁଥିଲା ତ ଆଉ କେବେ ଇନଷ୍ଟାଗ୍ରାମରେ ରୋମାଣ୍ଟିକ ରିଲ୍ । ଆଉ ଶେଷରେ ପ୍ରେମରେ ନିରାଶ ହେବା ପରେ ଭାଙ୍ଗି ଯାଇ ଧାରୁଆ ବ୍ଲେଡରେ ନିଜ ହାତ ସହ ଗଳା କାଟି ଦେଇଛନ୍ତି ଯୁବକ ଜଣଙ୍କ । ଏଭଳି…

ନାମାଙ୍କନ ପତ୍ର ଦାଖଲ କଲେ ବିକ୍ରମ ଆରୁଖ, ୧୩ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର: ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୧୩ ତାରିଖରେ ନିର୍ବାଚିତ ହେବେ ନୂଆ ବାଚସ୍ପତି । ଶ୍ରୀ ଆରୁଖ ଏବେ ଭଞ୍ଜନଗର ନିର୍ବାଚନ ମଣ୍ଡଳିରୁ ବିଧାୟକ ଅଛନ୍ତି ।…