Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମରେ ବାଲେଶ୍ୱରର ୫ ଜଣ ଛାତ୍ରୀ

ବାଲେଶ୍ୱର : ଦୃଷ୍ଟି ବାଧିତ ମହିଳା କ୍ରିକେଟ ଟିମରେ ବାଲେଶ୍ୱରର ୫ ଜଣ ଛାତ୍ରୀ । ମହିଳା କ୍ରିକେଟ ଟିମ୍ ପାଇଁ ରାଣୀପାଟଣାସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ୫ ଜଣ ଛାତ୍ରୀ ମନୋନୀତ ହୋଇଛନ୍ତି । ଏହି ଟିମ୍ ରେ ପଦ୍ମୀନି ଟୁଡୁ ଓ ମାମିନା ନାୟକ ଶ୍ରେଷ୍ଠ ବୋଲର ଏବଂ ଫୁଲ ସୋରେନ ,ବାସନ୍ତି ହାଁସଦା…

ଆଜି ପବିତ୍ର ମହାଳୟା, ସନ୍ଧ୍ୟାରେ ଗଡ଼ିବ ମା’ ବିରଜାଙ୍କ ରଥ

ଯାଜପୁର: ଆଜି ପବିତ୍ର ମହାଳୟା। ପିତୃପକ୍ଷ ପିଣ୍ଡ ଦାନ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପାଇଁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପବିତ୍ର ମହାଳୟାରେ ବିରଜା ମନ୍ଦିରସ୍ଥିତ ନାଭିଗୟାରେ ପିଣ୍ଡଦାନ…

ବେଲଗାମ୍ ଧଳା ଜହର କାରବାର

କଟକ: ଥମୁନି ଧଳାଜହର କାରବାର । କଟକରୁ ପୁଣି ଜବତ ହେଲା ଧଳାଜହର । ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କଟକ ଦରଘାବଜାର ଥାନା ପୋଲିସ । ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା । …

ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି। ଏହାକୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ଏହି ପ୍ରୋଜେକ୍ଟକୁ ଆରମ୍ଭ କରାଯାଇଛି। ବଙ୍ଗେମୁଣ୍ଡାର ଗାୟତ୍ରୀ ମନ୍ଦିର…

ମହାଳୟାରେ ପିତୃପକ୍ଷଙ୍କୁ ପିଣ୍ଡଦାନ

ପୁରୀ: ପବିତ୍ର ମହାଳୟା ଶ୍ରାଦ୍ଧ | ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ | ଏହି ଦିନ ଶ୍ରାଦ୍ଧ ଦେବାର ଵିଧି ରହିଛି | ଏହିଦିନ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ | ଏହି…

କେନାଲରେ ପଡ଼ି ଦୁଇ ଶିଶୁ ମୃତ

ପାରାଦୀପ: କେନାଲରେ ପଡ଼ି ଦୁଇ ଶିଶୁଭଙ୍କର ମୃତ୍ୟୁ ହୋଇଛି । ପାରାଦୀପ ଅନ୍ତର୍ଗତ ଅଠରବାଙ୍ଗି ଲକପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକମାନ ହେଲେ ଲକପଡ଼ାର ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଜିତେନଦ୍ର ମିସ୍ତ୍ରୀ ଓ…

ନୂଆପଡାରେ ଶ୍ରମିକ ଗର୍ଜନ ସମାବେଶ: ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ନୂଆପଡା: ଶ୍ରମିକଙ୍କ ରଣହୁଙ୍କାର । ନୂଆପଡ଼ା ଜିଲ୍ଲାରେ ଏକାଠି ହେଲେ ହଜାର ହଜାର ଶ୍ରମିକ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ ସମାବେଶ କରିଛନ୍ତି । ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହାକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ଶ୍ରମିକ…

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି…

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ଲିଙ୍କ୍ ହଫମେନ୍ ବୁଶ (ଏଲଏଚବି) କୋଚରେ ପରିଣତ କରାଯାଉଛି । ଏହି ଦାବିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାତ୍ରୀଙ୍କ ସୁବିଧାକୁ…

ଧବଳମୁଖୀ ବେଶରେ ଆଜି ଦର୍ଶନ ଦେଉଛନ୍ତି ମା’ ସମଲେଇ

ସମ୍ୱଲପୁର: ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଛି । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି,…

ଆଜି ମହାଳୟା: ଶ୍ରୀମନ୍ଦିର ବାଇଶି ପାହାଚ ଓ ବିନ୍ଦୁସାଗରରେ ପିଣ୍ଡ ଦାନ ମନା

ପୁରୀ: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ଯାଏ ୧୫ ଦିନ ପିତୃପକ୍ଷ ହୋଇଥାଏ । ଏହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁମାନେ ଏହି ସମୟରେ ଶ୍ରାଦ୍ଧ ଦେଇ ନଥାଆନ୍ତି, ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରି…