Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦ୍ୟୁତ ଆଘାତରେ ଯୁବକ ମୃତ

ଜୟପୁର : ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା । କୋଟପାଡ ଥାନା ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଏପରି ଅଘଟଣ ଘଟିଛି। ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ କୁର୍ମାକୋଟ ଗାଁ ର ମଧୁ ହରିଜନଙ୍କ ଘରେ ତିନି ଦିନ…

ଅସ୍ତବ୍ୟସ୍ତ ଜନ ଜୀବନ

ଭୁବନେଶ୍ୱର : କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏବେ ବି ବହୁ ଲୋକ ପାଣି ଘେରରେ ଥିବା ବେଳେ ଗଛ ସବୁ ଉପୁଡି ପଡିଛି । ଆଉ କିଛି ସ୍ଥାନରେ ମାଟି ଧସି ରାସ୍ତା ଉପରେ ପଡ଼ିଛି । ସେହିଭଳି ବର୍ଷା ଯୋଗୁ କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଯାଇଛି ।…

କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଖୋଳତାଡ ଜାରି

ଭଦ୍ରକ : ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ । ଭଦ୍ରକ ଟାଉନ ଥାନା ଜଗନ୍ନାଥ ପୁର ଅଞ୍ଚଳରୁ ଏକ ଲେଜିଡ ମେସରୁ ଛାତ୍ରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ପଠାଇଛି ପୋଲିସ । ଛାତ୍ରୀ ଜଣକ ଗ୍ରାମାଞ୍ଚଳ ଥାନା ହରିପୁର ଅଞ୍ଚଳର…

ଭିିଜିଲାନ୍ସ ଜାଲରେ କୃଷି ଅଧିକାରୀ, ଲାଞ୍ଚ ନେବା ବେଳେ ଧରାପଡିଲେ

ବଲାଙ୍ଗୀର: ଭିଜିଲନ୍ସ ଜାଲରେ କୃଷି ଅଧିକାରୀ । ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିଂମାଶୁ ଶେଖର ପାଢୀ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆଜି ସକାଳ ୧୦.୩୦ ପାଖାପାଖି ସମୟ ହେବ ସେ ପିଓଏସ ମେସିନ ପାଇଁ ପଣ୍ଡକିଟାଲର ଦୁର୍ଯ୍ୟେଧନ ବାରିକଙ୍କ ଠାରୁ…

କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ, ପୋଲିସର ତଦନ୍ତ ଜାରି

କଳାହାଣ୍ଡି :କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ । ସେ ୬ ଦିନ ହେବ ନିଖୋଜ ଅଛନ୍ତି । ରାୟଗଡ଼ାର ସିରିଗୁଡିରେ ଧନଞ୍ଜୟ ସେଠୀ ଓ ତାଙ୍କ ପରିବାର ରୁହନ୍ତି । ସେ ଗତ ୨୨ ତାରିଖରୁ ନିଖୋଜ ଥିବା ସୂଚନା ମିଳିଛି । ଧନଞ୍ଜୟ ସେଠୀ ଭବାନୀପାଟଣାରୁ ଥୁଆମୂଳ ରାମପୁର ଗୁଣୁପୁରକୁ…

ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ , କାଲିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା କାଲିଠୁ ପ୍ରବଳ ବର୍ଷିବ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବାଲାଂଦେଶ ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମବଙ୍ଗ…

ବାତ୍ୟା ‘ଗୁଲାବ’ର ପ୍ରଭାବ, ଘାଟିରେ ଧସିଲା ପଥର

କୋରାପୁଟ: ବାତ୍ୟା ‘ଗୁଲାବ’ର ପ୍ରଭାବ । ସୁଙ୍କି-ରାଲେଗଡା ଘାଟିରେ ଘାଟିରେ ଧସିଲା ପଥର । ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ସୁଙ୍କି ଓ ରାଲେଗଡ଼ା ଘାଟି ରାସ୍ତାରେ ପାହାଡ଼ ଧସି ଜାତୀୟ ରାଜପଥ ୨୬ରେ ଦୀର୍ଘ ୨୪ଘଣ୍ଟାରୁ…

ଖଟିଆରେ ବୁହାହେଲେ ଗର୍ଭବତୀ, ରାସ୍ତାରେ ଜନ୍ମହେଲା ଶିଶୁପୁତ୍ର

ଋାୟଗଡ଼ା :  ଜନନୀ ଭୋଗୁଛି ଯନ୍ତ୍ରଣା । ରାସ୍ତା ନଥିବାରୁ ପହଁଚିପାରିଲାନି ୧୦୮ ଆମ୍ବୁଲାନ୍ସ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ମହାପଙ୍ଗ ବ୍ଲକରେ…

କରଞ୍ଜିଆ ଟ୍ରେଜେରୀ ଅଫିସରେ ନିଆଁ

ମୟୂରଭଞ୍ଜ: କରଞ୍ଜିଆ ଟ୍ରେଜେରୀ ଅଫିସରେ ଅଗ୍ନିକାଣ୍ଡ । ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବହୁ କମ୍ପ୍ୟୁଟର ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇଯାଇଛି । ଆଜି ଭୋର ଚାରିଟା ସମୟରେ ନିଆଁ ଲାଗିଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।…

ବିସ୍ଫୋରକ ଫୁଟି ଉଡ଼ିଗଲା ଥାନାର ଛାତ

ପୁରୀ : ବିସ୍ପୋରଣରେ ମାଟିରେ ମିଶିଲା ବଳଙ୍ଗା ଥାନା l ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ  କାନ୍ଥ ଭୁଶୁଡି ପଡିଛି l ସୌଭାଗ୍ୟ ବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏହି ବଡ଼ ଦୁର୍ଘଟଣାରୁ…