Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ଧୁକ ତିଆରି କାରଖାନା ଉପରେ ସମ୍ବଲପୁର ପୋଲିସର ଚଢ଼ାଉ, ୭ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଯୁଯୁମୁରା ଥାନା ଅଞ୍ଚଳରୁ ଜବତ ହୋଇଛି ୨ଟି ବନ୍ଧୁକ ତିଆରି କାରଖାନା । ମାମଲାରେ ପୋଲିସ ଜଣେ ଦମ୍ପତିଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ବର୍ଷ ଧରି ଏମାନେ ଦେଶୀ ବନ୍ଧୁକ ତିଆରି କରୁଥିଲେ । ବିଶେଷ କରି…

ବାଇକ୍ ଧକ୍କାରେ ଗଳିପଡିଲା ବନ୍ଧୁକ ଓ ଗୁଳି, ଚମ୍ପଟ୍ ମାରିଲେ ୨ ଅଭିଯୁକ୍ତ

ଭଦ୍ରକ: ନିଶା କାରବାର ପରେ ଏବେ ବେଆଇନ ବନ୍ଧୁକ ଜବତ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଭଦ୍ରକ ଜିଲ୍ଲା । ଆଜି ଏକ ବାଇକ ଧକ୍କା ଭଳି ସାଧାରଣ ମାମଲା ଭଦ୍ରକ ଗ୍ରାମାଂଚଳ ପୋଲିସକୁ ଚିନ୍ତାରେ ପକାଇଛି । ତେବେ ବାଇକ୍ ଧକ୍କା ପରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ତାହା ଅନେକଙ୍କୁ ଚକିତ କରିଛି ।…

ପିପିଲି ଉପନିର୍ବାଚନ : ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ଅନୁଯାୟୀ ପିପିଲି ଉପନିର୍ବାଚନ ପାଇଁ ୮୦ ବୟସରୁ ଉର୍ଦ୍ଧ୍ବ  ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା…

କଟକରେ ପଡି ରହିଥିଲା ମୃତଦେହ, ସହାୟତାର ହାତ ବଢାଇଲେ ମାଲକାନଗିରି ଯୁବ ନେତା

ମାଲକାନଗିରି: ପ୍ରକୃତିର ସର୍ବଶ୍ର୍ରେଷ୍ଠ ଜୀବ ମଣିଷ ଆଜି ଖୋଦ ନିଜ ଜାତିକୁ ତୁଚ୍ଛ ମନେ କରୁଛି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ମାଲକାନଗିରିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଡି ରହିଥିଲା ତାଙ୍କ ମୃତଦେହ । ଏହି ଘଟଣାକୁ ନେଇ ସଂପୃକ୍ତ ହସ୍ପିଟାଲ ଅଣଦେଖା କରିବା ପରେ ମାଲକାନଗିରିର ଜଣେ…

ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ : ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ହୋଇଛି ଶୁଣାଣି । ଅମୃତ ମଣୋହି ଜମିର ବିକ୍ରି ଓ ନିର୍ମାଣ କାର୍ଯ୍ୟ ଅଦାଲତଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାର…

ଶାରଦୀୟ ପୂଜା ପାଇଁ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ବର : ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା । ଏଥିପାଇଁ ଗାଇଡ ଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । କଟକଣା ଭିତରେ ଦଶହରା କରିବାକୁ ଗାଇଡଲାଇନ ଜାରି କରିଛି ବିଏମସି । ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ମୃଣ୍ମୟୀ ମୂର୍ତ୍ତିର…

ଓଡ଼ିଶାରେ ହେବ ଜୁନିୟର ବିଶ୍ବକପ ପୁରୁଷ ହକି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ହକିପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଆୟୋଜନ କରିବ ଜୁନିୟର ପୁରୁଷ ହକି ବିଶ୍ବକପ୍ । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ପୁରୁଷ ହକି ବିଶ୍ବକପ୍ ଖେଳାଯିବ…

କୋଭିଡ୍ ନିୟମ ଉଲ୍ଲଂଘନ କରି ପୋଲିସ ଆଗରେ ଦୂତୀଙ୍କ ଦବଙ୍ଗଗିରିି

ଯାଜପୁର: ବେଶ କିଛି ଦିନ ପୂର୍ବରୁ ଜଣେ ୱବ୍ ପୋର୍ଟାଲ୍ ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିଲେ ଧାବିକା ଦୂତୀ ଚାନ୍ଦ । ହେଲେ ଏବେ କର୍ତ୍ତବ୍ୟରତ ପୋଲିସକୁ ନାଲି ଆଖି ଦେଖାଇ ଦୂତୀ ସମାଲୋଚନାର ଶିକାର ହୋଇଛନ୍ତି । ଗତକାଲି ବିନା ଅନୁମତିରେ ଯାଜପୁର ଜିଲ୍ଲା ଚକଗୋପାଳପୁର…

ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ , ପୁଣି ହାଇକୋର୍ଟରେ ମାମଲା

କଟକ : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ  ।  କଟକ ବାଲୁବଜାର ଦୁର୍ଗାପୂଜା କମିଟିର ଆବେଦନ ଖାରଜ ହୋଇଯାଇଥିବା ବେଳେ ଏବେ ପୁଣି ଏକ ଜନସ୍ୱାର୍ଥ ମାମଲା ରୁଜୁ । ସରୋଜ କୁମାର ସିଂ ଓ ଅନ୍ୟ ୩୪ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି । ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ମୂର୍ତ୍ତି…

ଦେଶୀମଦ ବୋଝେଇ ବୋଲେରୋ ଜବତ, ଗାଡି ଛାଡ଼ି ଘଟଣାସ୍ଥଳରୁ ଆସାମୀ ଫେରାର

ଭଦ୍ରକ : କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗକୁ ବଡ଼ ସଫଳତା । ବିପୁଳ ପରିମାଣର ଦେଶୀ ମଦ ଜବତ ଜରିଛି ଅବକାରୀ ବିଭାଗ । ମଦ ବୋଝେଇ ବୋଲେରୋକୁ ଜବତ କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର । ସୂଚନା ଅନୁଯାୟୀ, ବୋଲେରୋ ଯୋଗେ ଦେଶୀ ମଦ ବାହାରକୁ ଚାଲାଣ ହେଉଥିଲା ।…