Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡିଓ] ଶ୍ରୀକ୍ଷେତ୍ରରେ ଗୋବିନ୍ଦା

ପୁରୀ:ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା । ଗୋବିନ୍ଦା ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତିା ରତ୍ନସିଂହାସନସ୍ଥିତ ଚତୁର୍ଦ୍ଦାବିଗ୍ରହ,ମା ବିମଳା ମନ୍ଦିର,ମହାଲକ୍ଷ୍ମୀ ମନ୍ଦିର,ପାର୍ଶ୍ୱ ର୍ଦେବାଦେବୀଙ୍କୁ ସେ ଦର୍ଶନ କରିବା ସହ ପୂଜାର୍ଚ୍ଚନା…

ସେପ୍ଟେମ୍ବର ମାସ ଗାଇଡଲାଇନ ଘୋଷଣା, ହଟିଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର: ଉଠିଲା ସପ୍ତାହାନ୍ତ ସଟଡାଉନ୍‌। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC । ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର…

ଯୁବକଙ୍କ ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର: ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ପଡିଆଝୁଲି ଗାଁ ରେ ଏପରି ଅଘଟଣ ଘଟିଛି।ପାଖ ଜଙ୍ଗଲରେ ଥିବା ସାଗୁଆନ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ସଦର ପୋଲିସ ଉଦ୍ଧାର କରିଛି ।ମୃତ ଯୁବକ ଜଣକ ଝାଡଖଣ୍ଡ ସିଂହଡା ଗାଁ ର ଜୀବନ ମଳ ବୋଲି…

ଏସିଆ ବୁକ ଅଫ୍ ରେକର୍ଡସର ଅଧିକାରୀ ଓଡ଼ିଆ ପୁଅ ସୌମ୍ୟରଞ୍ଜନ

ଯାଜପୁର: ଏସିଆ ବୁକ ଅଫ୍ ରେକର୍ଡସର ଅଧିକାରୀ ହୋଇଛନ୍ତି ଜଣେ ଓଡ଼ିଆ ପୁଅ । ନାଁ- ସୌମ୍ୟରଞ୍ଜନ ରାଉତ । ଶରୀରରେ ୩୦ କିଲୋ ଓଜନ ଧରି ଦୀର୍ଘ ସମୟ ଚକ୍ରାସନ କରି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମୁରାରୀପୁର ଗାଁର ମନୋରଞ୍ଜନ ରାଉତ ଓ ରଞ୍ଜିତା ରାଉତଙ୍କ…

ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହେବ। ଦୁଇ ଦିନ ଧରି ହେବାକୁ ଥିବା ଏହି ସର୍ଭେ ରେ ବିଭିନ୍ନ ବୟସର ଦୁଇଶହ ଜଣଙ୍କୁ ସାମିଲ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ ଟି ୱାର୍ଡ କୁ ନେଇ ଏହି ସର୍ଭେ ଆରମ୍ଭ ହେବ। ଏଥିପାଇଁ୫ ଜଣ ୱାର୍ଡ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ବିଏମ୍ସି ପକ୍ଷରୁ…

ଫାଟିଲା ଗ୍ୟାସ୍ ଟାଙ୍କି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ନୟାଗଡ଼: ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଥିରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବିରିଡିହ ଗାଁରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ…

ଉପରେ କଦଳୀ, ଭିତରେ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ

ଜୟପୁର(କୋରାପୁଟ): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ଉପରେ କଦଳୀ । ଭିତରେ ଗଞ୍ଜେଇ । କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲାରୁ ଜୟପୁର ଘାଟିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ କଦଳୀ ବୋଝେଇ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ…

ରୋଗୀ ଛାଡି ଫେରିବା ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ

ବାରିପଦା: ହସ୍ପିଟାଲରେ ରୋଗୀ ଛାଡ଼ି ଫେରିବା ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ନିକଟରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲ୍ରେ ପଶିଯାଇଛି ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଓ ଫାର୍ମାସିଷ୍ଟ ଆହତ…

ଲଜ୍ଜା ! ଛାତ୍ରଙ୍କୁ ପ୍ରେମ ନିବେଦନ ଓ ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକ ଗିରଫ

ଯାଜପୁର: କଲେଜ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କଲେଜ ଅଧ୍ୟାପକ ଗିରଫ । ବିଭିନ୍ନ ସମୟରେ ଛାତ୍ରଙ୍କୁ ହ୍ୱାଟ୍ସଆପରେ ପ୍ରେମ ନିବେଦନ କରୁଥିଲେ । ଖରାପ୍ ମେସେଜ୍ ପଠାଉଥିଲେ । ରାତିରେ ତାଙ୍କ ରୁମକୁ ଡାକୁଥିଲେ ଅଧ୍ୟାପକ । ଯାଜପୁର ଜିଲ୍ଲାରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଚିତାଲୋ…

ରାସ୍ତା ନଥିବାରୁ ହଟହଟା ଗର୍ଭବତୀ

ଯାଜପୁର: ଯାଜପୁରରେ ବିକାଶର ବିକଳ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଜଣେ ଗର୍ଭବତୀ । ସୁକିନ୍ଦା ଖଣି ଅଞ୍ଚଳରେ ଦେଖାଦେଇଛି ଏଭଳି ଘଟଣା । କଅଂଶ ପଂଚାୟତ ସାରୁଆବିଲି ଗାଁର ଚିରୁ ସାହିକୁ ନାହିଁ ଖଣ୍ଡେ ରାସ୍ତା । କାହାର ଦେହ ଖରାପ ହେଉ କି ଗର୍ଭବତୀ ମହିଳା ସମସ୍ତଙ୍କୁ ସାହା ସେଇ ଖଟିଆର ଦୋଳା…