Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସ୍ମାର୍ଟ ଟ୍ରାଫିକ୍ ସିଷ୍ଟମ୍‌କୁ କଡ଼ାକଡ଼ି ପାଇଁ…

ଭୁବନେଶ୍ୱର: ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି। ସହରଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଏହି ସମୀକ୍ଷା ବୈଠକ କରିଛନ୍ତି।…

ରାଜ୍ୟରେ ନକଲି ପନିର ଆତଙ୍କ: ବଜାରରେ ଖୁଲମଖୁଲା ବିକ୍ରି ହେଉଛି ଡିଟରଜେଣ୍ଟ ଓ ୟୁରିଆ ମିଶା ବିଷାକ୍ତ ପନିର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରରେ ଏବେ ନକଲି ବା ସିନ୍ଥେଟିକ୍ ପନିରର ବେଆଇନ କାରବାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜଧାନୀ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ସମେତ ରାଜ୍ୟର…

ଏହି ଦିନ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଅଗଷ୍ଟ ୨୪ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜନ ଅଭିଯୋଗ ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀ ୟୁନିଟ୍-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୁର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଅଭିଯୋଗ ଶୁଣାଣି କରିବେ।…

ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ: ମେଧାବୀଙ୍କୁ ଗ୍ଲୋବାଲ୍ ଏକ୍ସପୋଜର୍ ଦେବାକୁ ଆରମ୍ଭ ହେଲା ‘ଓଭରସିଜ୍…

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଓଡ଼ିଶା ସରକାର ଏକ ବଡ଼ ତଥା ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଅର୍ଥ ଅଭାବରୁ ଏହି ବର୍ଗର କୌଣସି ପିଲାଙ୍କ ବିଦେଶରେ ଉଚ୍ଚଶିକ୍ଷା ଲାଭ…

ପୁରୀ ଅସ୍ତରଙ୍ଗରେ ବଡ଼ ଧରଣର ଲୁଟ୍: ମୋବାଇଲ୍ ଦୋକାନରୁ କୋଟିଏ ଟଙ୍କାର ଫୋନ୍ ସହ ଦେଢ଼ ଲକ୍ଷ ଟଙ୍କା ଗାଏବ

ପୁରୀ: ଅସ୍ତରଙ୍ଗ ବଜାରରେ ଥିବା ଏକ ପ୍ରମୁଖ ମୋବାଇଲ୍ ଦୋକାନରେ ଏକ ବଡ଼ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନର ସଟର୍ ତାଡ଼ି ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମୂଲ୍ୟବାନ ମୋବାଇଲ୍ ଫୋନ୍, ଆସେସୋରିଜ୍ ସମେତ ଦେଢ଼ ଲକ୍ଷ ଟଙ୍କା ନଗଦ ଲୁଟି…

ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ: ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା…

ଭୁବନେଶ୍ୱର: ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି । ମୌସୁମୀର ସକ୍ରିୟତା ଏବଂ ଏହି ଲଘୁଚାପ ଜନିତ ଅବପାତ କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ…

ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ, ବିପଦ ଘେରରେ ଜନଜୀବନ

ଭୁବନେଶ୍ୱର: ବର୍ଷାରେ ବେହାଲ ଉତ୍ତର ଓଡ଼ିଶା। ଚାଲିଆଡେ କେବଳ ପାଣି ଆଉ ପାଣି। ଜଳ ପ୍ରଳୟ କରୁଛି ଜଳକା। ଗତ ଦେଢ଼ ମାସ ମଧ୍ୟରେ ଓଡ଼ିଶାରେ ଷଷ୍ଠ ଲଘୁଚାପ ସୃଷ୍ଟି ହୋଇଛି। ଏକାକାର ହୋଇଛି ନଦୀନାଳ ରାସ୍ତାଘାଟ। ବୁଡ଼ିଯାଇଛି ଉତ୍ତର ଓଡ଼ିଶା। ଏକାଧିକ ବ୍ଲକ ଜଳବନ୍ଦୀ। ଭଦ୍ରକ ଓ ଯାଜପୁର…

କଟକରେ ସିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ: ନକଲି ପନିର ଓ ବାସି ଖାଦ୍ୟ ବିକୁଥିବା ୨ଟି ହୋଟେଲ ସିଲ୍

କଟକ: ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅସାଧୁ ହୋଟେଲ ମାଲିକ ଓ ବ୍ୟବସାୟୀଙ୍କ ଉପରେ ଏବେ କଡ଼ା ନଜର ରଖିଛି କଟକ ମହାନଗର ନିଗମ (ସିଏମସି) । ମଙ୍ଗଳବାର ଦିନ ସିଏମସିର ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ପକ୍ଷରୁ ସିଡିଏ ସେକ୍ଟର-୬ ଅଞ୍ଚଳରେ ଅଚାନକ ଚଢ଼ାଉ କରାଯାଇ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ…

ପୁଣି ଘୁଞ୍ଚିଲା ନୂଆ ଡିଜିପି ଚୟନ ଶୁଣାଣି: ପକ୍ଷ ରଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗ। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ। ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ନିଜ ପକ୍ଷ ରଖିଛନ୍ତି…

ପୁଣି ଲାଞ୍ଚ ନେଇ ଗିରଫ ହେଲେ ଆରଆଇ ବାବୁ

ମାଲକାନଗିରି: ଝରାପାଲ୍ଲି ରାଜସ୍ୱ ନିରୀକ୍ଷକ ସୁରଜ ବାଲାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯାଇଛି । ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ…