Latest Odisha News

BREAKING NEWS

Browsing Category

କବିତା

ଆଞ୍ଜୁଳା

ଆଞ୍ଜୁଳା ସୁଦର୍ଶନ ଦାସ ମୋ ଆଞ୍ଜୁଳା ପୂରିବା ଯାଏ ଅପେକ୍ଷା କରେ ପରସ୍ତ ପରସ୍ତ ଛାଇଙ୍କ ପିଠିରେ ଭରା ଦେଇ । ସମୟକୁ ଗୋଟାଏ ମୁଁ ଶାଳପତ୍ର ଗୋଟାଉଥିବା ଆଦିବାସୀ ଝିଅ ପରି । ଦୃଷ୍ଟିରେ ଅନେକ ଦିଗନ୍ତ ଶୋଷିହେଲା ପରେ ଆଞ୍ଜୁଳା ଉପରେ ନଜର ହାଡ଼, ମାଂସ, ସ୍ୱେଦ ଓ ରକ୍ତର ପୁଣି…

ନବଜାତକର ହସ

ନବଜାତକର ହସ ବିରଜା ବଳ ଲାଳସରସର ନବଜାତ ଶିଶୁର ହସ । ହସରହିତ ଉପଲକ୍ଷରେ ଆକାଶିଆ ଗଛଯାଏ ଉଡ଼ିଯାଏ ଘୂରିବୁଲେ ଭିନ୍ନଭିନ୍ନ ଦୃଶ୍ୟ ଭିତରେ । ଗୋଟେ କୁନିଗଛର ମୂଳବାହିକା ଚେର ପ୍ରବେଶ କରେ ଭିତରକୁ ମାଟିତଳ ରସମୟ ବୋଲି ଆବୃତ୍ତି କରେ, ହସ, ରସମୟ ବୋଲି ଆବୃତ୍ତି କରେ ନବଜାତ…

ବାହାରେ ବର୍ଷା

ବାହାରେ ବର୍ଷା ନୀଳିମା ନିବେଦିତା ଚାଖଣ୍ଡେ ଦୂରତା... ସଫା ଦିଶୁଥିଲା ଯୋଜନେ କ୍ଷୋଭ । କୋହଲା ପବନ... ଶିହରୁଥିଲା ତମାମ ଅବୟବ । ଝିପିଝିପି ବର୍ଷା ରାଜରାସ୍ତାର ନିରବତା ଚିରି ବେଦମ ନାଚୁଥିଲା, ରହି ରହି ଶୁଭୁଥିଲା ଟୁପଟାପ୍ ଟୁପଟାପ୍ ଶବ୍ଦ । ଛାତି ତଳ କୋହରୁ ଏଣେ…

କ୍ଲାଇମାକ୍ସ

କ୍ଲାଇମାକ୍ସ ହରପ୍ରସାଦ ମହାପାତ୍ର କାହାଣୀ ଶେଷରେ ତମେ ପୁଣି ଫେରିଆସିବ ମୋ ପାଖକୁ ଇଡି ଯାଇଥିବା ବାସ୍ନା, ଉଡିଯାଇଥିବା ପ୍ରଜାପତି ହୋଇ ନିଉ ୱେଭ୍ ସିନେମାର କ୍ଲାଇମାକ୍ସ ନେଇ! ସେତେବେଳକୁ ପୋତିହୋଇ ପଡିଥିବ ତମର ସବୁତକ ଗୁମାନ ଉଇ ଚରିସାରିଥିବ ମୋର ମିଛ ଅଭିମାନ, ଛାଇ…

ଅଛରେ ବରଷା

ଅଛରେ ବରଷା ସଂଜୟ କୁମାର ମିଶ୍ର ଅଛରେ ବରଷାକୁ ଇ ଅପେକ୍ଷା ବରଷା ଲୁଚିଛି ସାତତାଳ ପାଣିପଙ୍କ ତଳ ରୂପାର କରାଟରେ ଭଅଁର ହୋଇ ବାହାରକୁ ଆଦୌ ଆସୁନାହିଁ, ଚାରିଲେନ ରାସ୍ତା ହିଁ ରାକ୍ଷସ ଖାଉଛି ହଜାର ହଜାର ଗଛ ମଣିଷ ହୃତପିଣ୍ଡ ଅଧାଜଳା ଶବ ହେଇ ଶୁଇଛି ପୃଥିବୀର ପ୍ରେତ,…

ବାପା

ବାପା ରାଜେନ୍ଦ୍ର ଗିରି  ବାପା ! ବେଳେ ବେଳେ ଇଚ୍ଛା ହୁଏ ହାତ ବୁଲେଇ ପରଖିବାକୁ ଅୟୁତ ଓଜନକୁ ଆୟତ କରୁଥିବା ତୁମର ସେଇ ଟାଣ ଛାତିକୁ । ସଂସାରଯାକର ଦୁଃଖ-ଯନ୍ତ୍ରଣାକୁ କେମିତି ଲୁଚେଇ ରଖ ଯେ! ବୁଢ଼ୀ ଅସୁରୁଣୀର ଖୋଳପା ପରି, ଏକ ପ୍ରବୀଣ ଅଭିନେତା ପରି ତୁମେ-ବି ବେଳେବେଳେ…

ଦେବୀ

ଦେବୀ ପ୍ରଜ୍ଞାଶ୍ରୀ ରଥ ତମଠାରୁ ଶିଖି ନେଇଛି ଧର୍ନୁବିଦ୍ୟା ମାଗି ନେଇଚି ଦୃଷ୍ଟି ଏବଂ ସୂଚୀଭେଦ୍ୟ ଅନ୍ଧାର... ତୀର ଚାଳନା କରିବାର ଅଭ୍ୟାସ ମୋର ବହୁଦିନର... ପ୍ରତିଥର ଲକ୍ଷ୍ୟସ୍ଥଳ ତମର ହୃଦୟ ପ୍ରତିଥର ବିଜୟ ଉଲ୍ଲାସ ପରେ ମୁଁ ନିଜେ ହିଁ ଲହୁଲୁହାଣ... ମୋର କ୍ଷତମାନଙ୍କ…

ପତ୍ନୀ ପରି ଆଉଜଣେ

ପତ୍ନୀ ପରି ଆଉଜଣେ ଦିବ୍ୟସିଂହ ଦାସ ଅଧିକାରୀ କଉ କଥା ମୁଁ ରଖିଚି ଗୋପନ ଆଉ ଭାବିବସୁଚ ଯେତେବେଳେ ନାଇଁ ସେତେବେଳେ! ସବୁତ ଉଝେଇ ଦେଇ ଆସିିଚି ତମ କଥାରେ ଶାଶୁ, ଶ୍ୱଶୁର, ନଣନ୍ଦ, ଭାଉଜ ମୋର କେହି ନୁହନ୍ତି ନିଜର ଏବେ ମୁଁ ତୁମ ପିଣ୍ଡାରେ ଗୋଟାପଣେ ତଥାପି ତ ବେଳେବେଳେ ଲାଗେ…

କିତ୍‍କିତ୍‍

କିତ୍‍କିତ୍‍ ଅଶୋକ କୁମାର ସିଂହ ରେଖା ଟାଣିଛି କିଏ, ଜଣାନାହିଁ ମୋର ଡେଇଁବାର ଅଛି, ଛୁଇଁବାର ଅଛି ତୁମେ ଖସି ଯାଉଥିବ, ମୁଁ ମାଡି ବସୁଥିବି ମୁଁ ଖସି ଯାଉଥିବି, ତୁମେ ଧରିବାକୁ ହାଇଁ ପାଇଁ ଏ ରାହା, ରହନ୍ତା ନାହିଁ ତୁମକୁ ଛୁଇଁବା ପର୍ଯ୍ୟନ୍ତ? ରହେ ନାହିଁ, ରହେ ନାହିଁ, ନିଶ୍ଵାସ…

ଫେମିନିଜମ

ଫେମିନିଜମ ପ୍ରତୀକ୍ଷା ଜେନା ଡିସେମ୍ବର ବାଇଶରେ ତୋ ସହ ମୋର ଶେଷ ସହବାସ, ତୁ ଭାବିନେ ସେଇ ନିଶାର୍ଦ୍ଧରୁ ଦେହ ମୋର ପୁଂଜାଏ ଜୁଳୁଜୁଳିଆ ପୋକ, ରାସ୍ତାକଡ ନର୍ଦମାରେ ସାଲୁବାଲୁ ଜୀବନ ପାଇଁ ବିକଳ ଆହା ସେଇ ପରାଂଗପୁଷ୍ଟ, ତୁ ଭାବିନେ ଜଣ ଜଣ, କେତେଜଣ ଯେ ଯୋନିରେ ମୋର ପୃଥିବୀ…