Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଅଷ୍ଟମ ଗର୍ଭର ଝିଅ

ମାନସ ରଞ୍ଜନ ମହାପାତ୍ର ଅଷ୍ଟମ ଗର୍ଭରେ ଶୂନ୍ୟରୁ ମିଳିଥିବା ଝିଅ ମିଳେଇଯାଏ ପବନରେ ଅଜାଣତରେ ଦିଗବଳୟରେ ସମଗ୍ର ଇତିହାସକୁ ବଞ୍ଚେଇରଖିବାକୁ ସବୁକାଳେ ବଳିପଡନ୍ତି ଝିଅମାନେ କେବେ ବଞ୍ଚେଇବାକୁ ଇଶ୍ଵର ତ କେବେ ରାଜମୁକୁଟ ହଜିଯାଏ ଗୋଟେ କୋମଳ ସ୍ଵର ଜୟଜୟକାର ନିନାଦରେ…

ଉତ୍କଳମଣି ଗୋପବନ୍ଧୁ ଦାସ ୧୮୯୮-୯୯ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ  ବେଳେବେଳେ ଗୋପ ନିଜକୁ ପ୍ରଶ୍ନ କରେ । ଉଲ୍ଲସିତ , ବିସ୍ମିତ କରି ଦେଉଥିବା ସୁଖ ପୁଣି ଭାଙ୍ଗି ଖଣ୍ଡ ଖଣ୍ଡ କରି ପକାଉଥିବା ଆଘାତ କଣ ଏକ ସଙ୍ଗରେ ଆସନ୍ତି ? ୧୮୯୮ ଅନ୍ୟସବୁ ବର୍ଷ ପରି ବର୍ଷଟିଏ ମାତ୍ର , ହେଲେ ଗୋପ ଲାଗି ତିନିଶହ ପଞ୍ଚଷଠୀ ଦିନ କେତେ ନାଇଁ କେତେ ହରଷ…

କବିତା : ସ୍ୱପ୍ନ

ରବି ପଣ୍ଡା  ଆକାଶର ଅଗଣାରୁ ଉଙ୍କି ମାରେ କିଏ ଏ ରୂପସୀ ରୂପେଲୀ ପଣତ ତାର ଦିଗନ୍ତରୁ ଦିଗନ୍ତକୁ ଛୁଏଁ ମୁହେଁ ତା' ଝଲସୁଥାଏ ମାୟାବିନୀ ଝକମକି ହସ କଥାକୁହା ଆଖିରେ ସେ ଅକୁଣ୍ଠିତ ଆମନ୍ତ୍ରଣ ଦିଏ। କୃଷ୍ଣଚୂଡ଼ା ଠିଆ ଥାଏ, ଡାଳେଡାଳେ ପେନ୍ଥା ପେନ୍ଥା ଫୁଲ ଛାତିରେ ଛାତିଏପ୍ରେମ,…

ଅନୁବାଦ କବିତା : ବୟସ କଥା କିଏ ପଚାରେ

ମୂଳ ହିନ୍ଦୀ : ଅଟଳ ବିହାରୀ ବାଜପେୟୀ ଅନୁବାଦ : ସରଳ କୁମାର ଦାସ ଘରଟା ଯେମିତି ହେଇଥିଲେ ବି ....... ତା'ର ଗୋଟେ କୋଣରେ .... ... ମନଖୋଲା ହସିବା ଲାଗି ଜାଗାଟିଏ ରଖ ... ସୂର୍ଯ୍ୟ ଯେତେ ଦୂରରେ ଥିଲେ ବି..., ତାଙ୍କୁ ଘରକୁ ଆସିବାକୁ ବାଟ ଦିଅ ..., ବେଳେ ଅଧେ ଛାତରେ…

ବ୍ୟଙ୍ଗ : କରୋନା ପଜିଟିଭ

ଆଜି ବୀରବର ବାବୁଙ୍କ ମନ ଭାରି ଦୁଃଖ । ନିର୍ବାଚନ ହାରିଯିବା ପରଠୁ ମନକୁ ଯେନ ତେନ ପ୍ରକାରଣ ବୁଝେଇ ଚୁପ ଚାପ ଘରେ ରହିଥିଲେ । ଦିନେ ତାଙ୍କ ଆଖ ପାଖରେ ଭଣୁଆ ମାଛି ଭଳି ଘେରି ରହୁଥିବା ଚାଟୁକାରମାନଙ୍କ ଆଉ ଦେଖା ନାହିଁ । କାଁ ଭାଁ କିଏ କେମିତି କାମ ପଡିଲେ ଆସି ତାଙ୍କୁ ମୁଣ୍ଡିଆଟିଏ…

‘ଆଜିର ଦିନଟି ମୋର’ ଓ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ରଚିତ ‘ଆଜିର ଦିନଟି ମୋର’ ଓ କବି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା, ନବୀନ ନିବାସ ଠାରେ ଉନ୍ମୋଚିତ ହୋଇଯାଇଛି ।…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ' ଦାସିଆ ସାଂସ୍କୃତିକ ପରିଷଦ ' ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୁବକବି ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଓ ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଶ୍ରୀନିବାସ ପଟ୍ଟନାୟକ…

କବିତା : କରୋନା-କାରୁଣ୍ୟ ପ୍ରତ୍ୟୁତ୍ତର

ସତ୍ୟନାରାୟଣ ଆଚାର୍ଯ୍ୟ  ମହାମନ୍ୟା ବିଶ୍ୱବନ୍ଦ୍ୟା ଉଗ୍ରତାରା କଲ୍ୟାଣମୟୀ-ଜଗଦ୍ଧାତ୍ରୀ-ଜଗଦମ୍ବିକେ ସୂକ୍ଷ୍ମାତି ସୂକ୍ଷ୍ମ ରୂପିଣୀ ମୃତ୍ୟୁଭେଦ ସଂଚାରିଣୀ ଶବ ଶିବାରାଧ୍ୟା ଆରୁଡ଼ା ମହାତାଣ୍ଡବ ତଟିନୀ ଜନମୁଖେ -ଆର୍ତ୍ତ ଚିତ୍କାର-ଜନପଦେ, ଶ୍ମଶାନେ , ବିଶ୍ୱ କ୍ରୀଡ଼ାଙ୍ଗନ ।…

କବିତା : ବୋଉ

ସ୍ମୃତି ରଞ୍ଜନ ତ୍ରିପାଠୀ ଗୋଟେ ପାହାଡକୁ ଦେଖିଲି ଝରିବାର ଲୁଚାଚୋରା ସମ୍ପର୍କ ସବୁ ଏବେ ଆଗ ଧାଡିରେ ସେ ସବୁ ବି ଅମାନିଆ କୋଉଠି ଫେରିବାର ନାଁ ଧରୁନାହାଁନ୍ତି ସତେ ଯେମିତି ଆଖିରୁ ପୁଣି ଆଖିକୁ ଗୋଟେ ବୁଢା ବରଗଛ କୋରଡ ଖୋଜିବା ବାହାନା କରୁଛି।। ଆଜି ଜାଣିଲି ଲୁହର ଘର ନ ଥାଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅବିନଶ୍ଵର  ମୁଁ ଜାଣିଛି ଏଣିକି ଆମ ଘରେ ଶୁଭିବ ନାହିଁ " ମାତ ରୁଦ୍ରାଣୀ , ତୋ ପୟରେ ଦୀନ ଯୋଡୁଛି ପାଣି / ସେଦିନ ସଞ୍ଜବେଳେ, ସେଇ ସେ ନଈ କୂଳେ / ଏଇ ଗାଁ ମୋର ଜନମ ମାଟି / ଚକାନୟନକୁ ପତିତ କହି ...।" ଗାଁ' ଗାଦି ଘର କମ୍ପିବନି କେବେ ଆପଣଙ୍କ ପୁରୁଣା ତାଳ ମାନରେ ମୃଦଙ୍ଗ ମାଡ଼ରେ କି…