Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ଆମ ରଜ

ମିନାକ୍ଷୀ ଦ୍ବିବେଦୀ  ବର୍ଷ ପରେ ବର୍ଷ ଆସିଥାଏ ରଜ ଏମିିତି ଦିଗବଳୟ ଦୋହଲାଇ ଅସରା ଅଜଣା ମେଘ ନେଇ। ଲୋକ ଲହଡିର ସମୁ୍ଦ୍ର ବେଳାରେ କିନ୍ତୁ ଶୁଭୁ ନାହିଁ ଆଉ ଗଜ ଡାକ। ଡାଳେ ଡାଳେ , ପତ୍ରେ ପତ୍ରେ କଢ ଓ ଫୁଲରେ ଝିପି ଝିପି ବର୍ଷାର ଛନ୍ଦରେ ଲୁଚି ଯାଇଛି ସୁନ୍ଦର ପୃଥିବୀର ମହକ।…

ଆମ ଗାଁ ରଜ : ସୁଷମା ପରିଜା

ସୁଷମା ପରିଜା ବାପାଙ୍କ ଚାକିରୀ ଯୋଗୁଁ ପିଲାଦିନୁଁ କଟକ ସହରରେ ରହୁଥିଲୁ । କିନ୍ତୁ ପ୍ରତି ବର୍ଷ ସ୍କୁଲ୍ରେ ଖରାଛୁଟି ଆଉ ଧାନ କଟାଛୁଟି ( ଶୀତ ଛୁଟି) ହେଲା ମାତ୍ରକେ ଗାଁକୁ ଯିବାଟା ଥୟ । ଆମ ଗାଆଁ କଟକ ଜିଲ୍ଲାର ବାଙ୍କୀ ସବଡିଭିଜନ୍ ଅନ୍ତର୍ଗତ ଡମପଡ଼ା । କଟକ ସହରୁ ମାତ୍ର ପଚାଶ…

ଗଳ୍ପ : ରଜ

ସୁନୀତା ପ୍ରଧାନ  ସଜବାଜ ଲିପି ଏ ଲିପି । ଉଠ ଆଜି ପରା ଦିନରେ ଏତେ ବେଳ ଯାଏଁ ଶୋଇଛୁ। ଆଜି ପରା ପହିଲି ରଜ।ଯା ଉଠେ, ଫ୍ରେସ ହୋଇ ଏ ନୂଆ ଡ୍ରେସ ପିନ୍ଧି ,ମୁଣ୍ଡ କୁଣ୍ଡେଇ,ମୁହଁରେ ଏ ବିନ୍ଦିଟା ଲଗେଇ ପାଦରେ ଅଳତା ଟିକେ ପିନ୍ଧି ସଜ ହୋଇଯା। ମମି କଥା ଶୁଣି ଚମକି ଉଠି ପଡ଼ିଲା ମମି…

ଅରୁଣ ସାହୁଙ୍କ ‘ମଣିଷ ବ୍ୟତିରେକ’ ଉନ୍ମୋଚିତ

ଭୁବନେଶ୍ୱର : ଲେଖକ ,ପାଠକ , ପ୍ରକାଶକ ସାମ୍ମୁଖ୍ୟ  ଓଡ଼ିଶା , ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ କୃଷି , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ଗଳ୍ପ ପୁସ୍ତକ 'ମଣିଷ ବ୍ୟତିରେକ'  ଡ. ପ୍ରତିଭା ରାୟଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଇନ୍ଦ୍ରଧନୁ  ଅପୂର୍ବ ରଙ୍ଗର ଗୋଧୂଳିରେ ସ୍ବପ୍ନ ନେଇ ଫେରୁଥିବା ଗୋଟେ ଡଙ୍ଗାର ଚିତ୍ର ଥିଲା ବିଷୟ ହେଲେ ଆଙ୍କୁ ଆଙ୍କୁ ଥୁଣ୍ଟା ଗଛର ଶୁଖିଲା ଡାଳରେ ଚଢେଇର ବସାଟିଏକୁ ଆଙ୍କିଲି । ଚିତ୍ରର ନାଁ ଦେଲି "ନିମନ୍ତ୍ରଣ" । ଆବଦ୍ଧ ନଈର ଛଟପଟ ମୋ ଧମନୀରେ ବୋଲି ବୋଧେ ତରଳ ଦୁଃଖକୁ ଦୀପରେ ଢାଳି…

ସ୍ମୃତିରେ ରଜପର୍ବ : ମୌସୁମୀ ଦାସ

ମୌସୁମୀ ଦାସ " ରଜ ଆସିଛିରେ, ରଜ ଆସିଛି, ମନ ମଉଜେ ଆମ ଦୋଳି ଝୁଲୁଛି" "ବରଷକେ ଥରେ ଆସିଛି ରଜ ଲୋ ବେଗେ ହୁଅ ସଜବାଜ" ରଜ ଆସିବ ଆସିବ ହେଉଥିବ, ପନ୍ଦର ଦିନ ପୂର୍ବରୁ ରେଡ଼ିଓର ଶିଶୁସଂସାର କାର୍ଯ୍ୟକ୍ରମରୁ ଏଇ ଗୀତଟି ଶିଖା ହେଇଯିବ ଆଉ ପ୍ରତିଦିନ ଅଭ୍ୟାସ କରା ହେଉଥିବ, ଦ୍ବିପହରେ ।…

କବିତା : ରଜ ତୁମେ ଆସ

ଝରଣା ବାରିକ  ହେ ରଜ ତମେ ଆସ ପ୍ରତି ବର୍ଷ ଜ୍ୟେଷ୍ଠ ମାସର ଶେଷରେ ଆଷାଢ଼ର ପହିଲି ପରଶରେ ଛୁଇଁ ଯାଅ ପ୍ରତିଟି ହୃଦୟକୁ ପୋଡ଼ ପିଠାର ବାସ୍ନାରେ ରଜର ତିନି କୋଣିଆ ପାନରେ। ମହ ମହ ବାସୁଥିବା ଅତରରେ ନାଲି ନାଲି ଅଳତା ଲଗା ପାଦରେ ଟିପି ଟିପି ମଥାର ଚନ୍ଦନରେ ନୂଆ ଜାମା ପିନ୍ଧି…

୩୬ ଭାରତୀୟ ଓ ବିଦେଶୀ ଭାଷାରେ ଅନୁବାଦ ହେଉଛି ‘ରେବତୀ’

ଭୁବନେଶ୍ୱର: ଆଧୁନିକ ଓଡିଆ ସାହିତ୍ୟର ପିତା ଫକିର ମୋହନ ସେନାପତିଙ୍କ କ୍ଷୁଦ୍ର କାହାଣୀ ରେବତୀକୁ ୧୨ଟି ବିଦେଶୀ ଭାଷା ସହ ୩୬ଟି ଭାଷାରେ ଅନୁବାଦ ହୋଇଛି। ଅନୁବାଦ ସରିଥିବା ଏକ ନୂଆ ବହିର ଶୀର୍ଷକ ‘ରେବତୀ: ସ୍ପିକିଂ ଇନ୍ ଟଙ୍ଗସ୍’ ହୋଇଥିଲା ବେଳେ ଏହା ଧଉଳି ବୁକ୍ସ ଦ୍ୱାରା ପ୍ରକାଶିତ…

କବିତା ହେଉଛି ଓଡ଼ିଆ ସାହିତ୍ୟର ପ୍ରମୁଖ ପରିଚୟ : ରକ୍ଷକ ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ରକ୍ଷକ ନାୟକ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ…

ଗଳ୍ପ : ତଥାପି ଅଛି

ରବି ପଣ୍ଡା  ବେଶ୍ କିଛିଦିନ ଧରି ନିଷିଦ୍ଧ ଓ ନିଷ୍କ୍ରିୟ ହେଇ ପଡିଥିବା କଲିଂବେଲ ହଠାତ ଜଣାଇ ଦେଲା କେହି ଜଣେ ଆଗନ୍ତୁକ ଦୂଆରେ। ସେ ଗାଧୋଇ ବାହାରି ଥିଲେ। ପତ୍ନୀ ଥିଲେ ଠାକୁର ଘରେ। ଦେଖତ .. ମୁଁ ପୂଜା କରୁଚି। ତାଙ୍କ ସ୍ୱରରେ କିଞ୍ଚିତ ବିସ୍ମୟର ଆଭାସ ଥିଲା। ସେ ହଉ କହି କବାଟ ଫିଟାଇ…