Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା:ଟିକେ ଡେରିହବ

ବାଦଲ ମହାନ୍ତି ଟିକେ ଡେରିହବ କିନ୍ତୁ ପାଇଯିବ । କ’ଣ? କିଛି ଶୂନ୍ୟତା, ମୁଁ ଥିବା ଯାଏ ଯାହାକୁ ଆଦୌ ପାଇନଥିଲ! ଟିକେ ଡ଼େରିହବ କିନ୍ତୁ ବୁଝିଯିବ । କ’ଣ? ପରସ୍ପରର କିଛି ନିରବତା, ଯାହାକୁ ତମର ସଂଚିବାର ଥିଲା! ଟିକେ ଡ଼େରିହବ ଖୋଜ, କାଳେ ମିଳିଯିବ । କ’ଣ? ଛାଇ!…

ପ୍ରେମପତ୍ର

ଆଜି ଆମ ସମସ୍ତଙ୍କର ପ୍ରିୟ କଥାକାର ଡ. ପ୍ରତିଭା ରାୟଙ୍କ ଜନ୍ମଦିନ! ଏଇ ଅବସରରେ ଆସନ୍ତୁ ପଢିବା ତାଙ୍କର ଏକ ଚମତ୍କାର ଗଳ୍ପ... ପ୍ରତିଭା ରାୟ (୧୯୪୪) ସମକାଳୀନ ଓଡ଼ିଆ କଥାସାହିତ୍ୟର ସର୍ବାଧିକ ଜନାଦୃତ ଲେଖିକା; ଯିଏ ଭାରତୀୟ ମୂଲ୍ୟବୋଧକୁ ଉପଜୀବ୍ୟ କରି ସାଧାରଣ ମଣିଷର ବ୍ୟଥା-ବେଦନାକୁ…

କବିତା – ଅବନା

ରାଜଲକ୍ଷ୍ମୀ ତ୍ରିପାଠୀ ଜୀବନ: ଏକ ନିଶ୍ବାସ ପ୍ରଶ୍ବାସ ଆଗମନ ଓ ପ୍ରତ୍ୟାଗମନ କିଛି ଦୃଶ୍ୟ କିଛି ଅଦୃଶ୍ୟ ମନ: ସେମିତି ରହିଥାଉ ନଯାଉ ଉପରକୁ ନଆସୁ ତଳକୁ । ସମୟ: ଆସିବ ଯିବ ଭୁଲିନି ଭୁଲିଛି ମୁଣ୍ଡ ଉପରେ ପାରାଭାଡି । ସ୍ବପ୍ନ: ଇଶ୍ବର ଦୋଳିରେ ଝୁଲୁଛନ୍ତି…

କବିତା:ରକ୍ତ

ସୂର୍ଯ୍ୟସ୍ନାତ ତ୍ରିପାଠୀ ନୂଆ ଓ ପୁରୁଣା ରକ୍ତ, ସବୁ ତୁମ ପାଇଁ ପିଆଲା ପିଆଲା ରକ୍ତ, ସବୁ ତୁମ ପାଇଁ । ଆଣିଛି ମୁଁ ଛାତି ଚିରି ମଂତୁରା ମାଟିର ଆଞ୍ଜୁଳା ଆଞ୍ଜୁଳା ରକ୍ତ, ସବୁ ତୁମ ପାଇ। ଅନ୍ତିମ ଜୋକର ଶୋଷ ମେଣ୍ଟିଗଲା ପରେ ଯେତିକି ବଳିଲା ରକ୍ତ, ସବୁ ତୁମ ପାଇଁ। ଫୁଲ ଓ…

ଗଦ୍ୟ: କହି-ବୋଲି ପାରିଲା ଯିଏ

ହଠାତ୍ ଏମିତି ଖୋଜୁ ଖୋଜୁ ଆମାଜନ (ଅପନା ଆମାଜନ୍) ରେ ଦେଖିଲି ସେଠି ନଈ ବାଲି ବିକ୍ରି ହେଉଛି । ଦଶ କିଲୋକୁ ସାତଶହ ଟଙ୍କା । ତଳକୁ ସେ ଶୁଦ୍ଧ ନଈ ବାଲିକୁ ଖରିଦ କରି ଆପଣ ତା’ର କ’ଣ କ’ଣ ସଦୁପଯୋଗ କରିପାରିବେ ତା’ର ନିର୍ଦ୍ଦେଶାବଳୀ ମଧ୍ୟ ଦିଆଯାଇଛି । କିଛି ମାସ ତଳେ ସେଇ ଅପନା ଆମାଜନରେ ଗାଈ…

କବି ରାମକୃଷ୍ଣଙ୍କ ଚାରୋଟି ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ କବି ରାମକୃଷ୍ଣଙ୍କ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’, ‘ଆତ୍ମୋପଲବ୍ଧିର କଥନ’, ‘ଅଜ୍ଞାତର ପଦଚିହ୍ନ’ ଏବଂ ୧୨୬ ପୃଷ୍ଠାର ବିରଳ କବିତା ସଂକଳନ ‘ରାଗ ଉତ୍ତରା’ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ…

ଗଳ୍ପ: ଗାଇଡ୍ 

 ଲୋପାମୁଦ୍ରା  ପରିଡା  ହାତ ଘଡି ରାତି କରାଏନି, ରାତି କରାଏ ସୂର୍ଯ୍ୟ ।ନୀଳପର୍ବତ ସେପଟେ ନାଲିମା ଭରା ସୂର୍ଯ୍ୟ ନଇଁଲେ ଯାଇ ନାରଙ୍ଗୀ ଓଢଣୀର ଆକାଶ ଗାଢନୀଳ ଚାଦର ଘୋଡେଇହୁଏ, ସେତେବେଳେ ଲାଗେ ରାତି ଆସିଲା ।କିନ୍ତୁ କିଛି ସୂର୍ଯ୍ୟ ତ ଥରେ ଉଇଁଲେ ଢଳିଯାନ୍ତି ଯଦି ତ ଆଉ କେବେ ଉଅଁନ୍ତିନି…

ସୃଜନାତ୍ମକ ମୌଳିକ ଲେଖା କ୍ଷେତ୍ରରେ କୌଣସି ସାଲିସ କରାନଯାଉ :ବିଷ୍ଣୁ ସାହୁ

ଓଡ଼ିଆ ଗଳ୍ପସାହିତ୍ୟରେ ନିଜର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ପାଠକୀୟତାକୁ ଆଧାର କରି ବିଷ୍ଣୁ ସାହୁ ଜଣେ ସାର୍ଥକ କଥାଶିଳ୍ପୀ ଭାବେ ବହୁ ଚର୍ଚ୍ଚିତ। ଏକ ସୁନ୍ଦର ସମ୍ଭ୍ରାନ୍ତ ଶୈଳୀ , ଚମତ୍କାର ଚରିତ୍ର ନିର୍ମାଣ , ଗଳ୍ପରେ ପ୍ରଚୁର ସଂଜ୍ଞା ଓ ଚିତ୍ରଭାଷାରେ ବିନ୍ୟାସ ତାଙ୍କ ପ୍ରତିଷ୍ଠା ଓ…

ଦିନନାଥ ପାଠୀଙ୍କ ସମ୍ପାଦିତ “ଚିତ୍ରଶାସ୍ତ୍ର”, ଓଡିଶୀ ଚିତ୍ରକଳାର ପ୍ରାଚୀନ ବ୍ୟାକରଣ

ବହି- ଚିତ୍ରଶାସ୍ତ୍ର, ପାମ ଲିଫ ମାନ୍ୟୁସ୍କ୍ରିପ୍ଟ ଫ୍ରମ ଓଡିଶା ଲେଖକ-ଏବରହାର୍ଡ ଫିଶର-ଦିନନାଥ ପାଠୀ ପ୍ରକାଶକ- ମ୍ୟୁଜିୟମ ରିଟବର୍ଗ, ଜୁରିକ, ସୁଇଜରଲାଣ୍ଡ ଏବଂ ଆଲିସ ବୋନର ଫାଉଣ୍ଡେସନ, ବାରାଣସି ପୃଷ୍ଠା-୯୪, ପ୍ରକାଶକାଳ- ୨୦୨୦…

ବାଣୀ ଚିତ୍ରର ସମ୍ପାଦକଙ୍କ ବିୟୋଗ

ଭୁବନେଶ୍ୱର : ସିନେ ପତ୍ରିକା ‘ବାଣୀ ଚିତ୍ର’ର ସମ୍ପାଦକ ପରୀକ୍ଷିତ ଜେନା , ଭୁବନେଶ୍ୱର,ନୂଆପଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ତଥା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।…