Latest Odisha News

ପଞ୍ଚଭୂତରେ ବିଲୀନ ସୁର ସାମ୍ରାଜ୍ଞୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନେଲେ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଭାରତର ନାଇଟଆଙ୍ଗଲ୍ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର ଲୋକ, ବଲିଉଡ୍ କଳାକାର, ବରିଷ୍ଠ ରାଜନେତା, କ୍ରୀଡ଼ାବିତ୍ ପ୍ରମୁଖ ଲତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ।

ତାଙ୍କର ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ, କ୍ରିକେଟର ସଚିନ ତେନ୍ଦୁଲକର, ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ ଓ ସଙ୍ଗୀତ ଜଗତର ଅନେକ ମହାରଥୀ ଲତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।

ଲତାଙ୍କ ଦେହାନ୍ତ ପରେ ତାଙ୍କ ମରଶରୀରକୁ ମୁମ୍ବାଇ ପ୍ରଭୁକୁଞ୍ଜ ବାସଭବନକୁ ନିଆ ଯାଇଥିଲା । ତାପରେ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ଶିବାଜୀ ପାର୍କ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ଶିବାଜୀ ପାର୍କରେ ଦ୍ୱିତୀୟ ବ୍ୟକ୍ତି ଭାବେ ଲତାଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହା ପୂର୍ବରୁ ଶିବାଜୀ ପାର୍କରେ କେବଳ ବାଲାସାହେବ ଠାକରେଙ୍କ ଶେଷକୃତ୍ୟ କରାଯାଇଥିଲା ।

Comments are closed, but trackbacks and pingbacks are open.