Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅଗ୍ନିକୁଣ୍ଡ ଶିବ ମନ୍ଦିରରେ ବର୍ଷ ବର୍ଷ ଧରି ଜଳୁଛି ଅଗ୍ନିଶିଖା

ବହୁ ପ୍ରାଚୀନ ହେଉଛି ଶିବ ମନ୍ଦିର। ଯେଉଁଠି ଲୋକଙ୍କ ରହିଛି ଆସ୍ଥା ଆଉ ବିଶ୍ୱାସ। ଆଉ ସେହି ବିଶ୍ୱାସ ଆଧାରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ହେଲେ କିଛି ମନ୍ଦିରରେ ଆସ୍ଥା ବିଶ୍ୱାସ ସାଙ୍ଗକୁ ପ୍ରତିଦିନ କିଛି ନା କିଛି ଚମତ୍କାର ବି ଦେଖିବାକୁ ମିଳୁଛି। କିଛି ରହସ୍ୟମୟ ଘଟଣା ଘଟୁଛି ଯାହା ଆମ ଆଖି ସାମନାରେ ଘଟୁଥିଲେ ବି ସେହି ରହସ୍ୟ ଉପରୁ ଏଯାଏ ପରଦା ଉଠିପାରିନି।

ଏଇ ଯେମିତି ବାଂଲାଦେଶର ଚିଟ୍ଟାଗାଁର ବହୁ ପ୍ରାଚୀନ ଅଗ୍ନିକୁଣ୍ଡ ଶିବ ମନ୍ଦିର। ମନ୍ଦିର ବହୁ ପୁରାତନ ଆଉ ତା ସହିତ ଅଗ୍ନିକୁଣ୍ଡରେ ଅନବରତ ଜଳୁଛି ଅଗ୍ନିଶିଖା। ବର୍ଷ ବର୍ଷ ଧରି ଏହି ଜ୍ୱାଳା ମୁଖୀ ମନକୁ ମନ ଜଳିବାରେ ଲାଗିଛି।

ପର୍ଯ୍ୟଟନ କ୍ଷେତ୍ରରେ ଏହି ମନ୍ଦିରର ସ୍ୱତନ୍ତ୍ର ସ୍ଥାନ ରହିଛି। ପ୍ରତିବର୍ଷ ଏଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥାଏ।

ସବୁଠାରୁ ବଡ଼ କଥା ହେଲା ମହାଦେବଙ୍କ ମନ୍ଦିରରେ ଏଥିରେ କୌଣସି ଇନ୍ଧନ ଦିଆଯାଉନଥିବା ବେଳେ କେଉଁ ଉତ୍ସରୁ ଏହି ନିଆଁ ଆସୁଛି ତାହା ସମସ୍ତଙ୍କୁୁ ତାଜୁବ କରୁଛି। ଏହି ସ୍ରୋତ କେଉଁଠାରୁ ଆସୁଛି ଏନେଇ ବହୁବାର ଖୋଳତାଡ କରାଯାଇଛି। ହେଲେ ଏଯାଏ ତାର ସତ୍ୟତା କାହାକୁ ବି ଜଣାନାହିଁ।

ଅଗ୍ନି ଜ୍ୱାଳା ବର୍ଷ ବର୍ଷ ଧରି ମନକୁ ମନ ଜଳୁଛି। କେହି ଚେଷ୍ଟା କରିଲେ ବି ତାହା ଲିଭାଇ ପାରିନାହାନ୍ତି। ହେଲେ ସମସ୍ତଙ୍କ ମୁହଁରେ ସେହି ଗୋଟିଏ ପ୍ରଶ୍ନ? ମହାଦେବଙ୍କ ଏହି ମନ୍ଦିରରେ କେବେଠାରୁ ଏହି ଜ୍ୱାଳାମୂଖୀର ଉତ୍ପତି ହୋଇଛି। କିଭଳି ଏହାର ଉତ୍ପତି ହୋଇଛି ??ଏହା ପ୍ରକୃତିର କିଛି ନିଦର୍ଶର୍ନ ନା ଏଠାରେ ରହିଛି ମହାଦେବଙ୍କ ଚମତ୍କାର।

ଏସବୁର ଉତ୍ତର କାହାପାଖରେ ନାହିଁ। ଏହି ରହସ୍ୟ କେବଳ ରହସ୍ୟ ଭିତରେ ହିଁ ରହିଛି।

Comments are closed, but trackbacks and pingbacks are open.