Latest Odisha News

BREAKING NEWS

କଲ୍ ଡ୍ରପରୁ ମିଳିବ ମୁକ୍ତି; ଏଆରଟେଲ ଆଣୁଛି ‘ଭଏସ ଓଭର ୱାଇଫାଇ’ ସେବା

ଭୁବନେଶ୍ୱର: ଟେଲିକମ୍ କମ୍ପାନୀ ଭାରତୀ ଏଆରଟେଲ ଡ଼ିସେମ୍ବର ମାସରେ ଆଣୁଛି 'ଭଏସ ଓଭର ୱାଇଫାଇ ସେବା' । ଏହିସେବା ଦ୍ୱାରା ଗ୍ରାହକ ମାନେ ଘରଭିତରେ ବା ବାହାରେ ଉତ୍ତମ ଗୁଣବତ୍ତା କଲ କରିପାରିବାର ସକ୍ଷମ ହେବେ । ଏହି ସେବାକୁ କମ୍ପାନୀ ତାର କର୍ମଚାରୀଙ୍କ ଦ୍ୱାରା ପରୀକ୍ଷଣ କରିସାରିଛି ।…

ଡିସେମ୍ବର ୧ରୁ ‘କୋଣାର୍କ ମହୋତ୍ସବ’ ଆରମ୍ଭ; ଦେଖିବାକୁ ମିଳିବ ବାଲିନିଜ୍ ନୃତ୍ୟ

ଭୁବନେଶ୍ୱର: ଓଡିଶାର ଅନ୍ୟତମ କୀର୍ତ୍ତିରାଜୀ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦୁଇଟି ମହୋତ୍ସବର ମହାସମାରୋହ । ‘କୋଣାର୍କ ମହୋତ୍ସବ’ ଓ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ‘କୋଣାର୍କ…

୨୦୨୧ରୁ ଜେଇଇ ମେନ୍ ପରୀକ୍ଷାରେ ସ୍ଥାନ ପାଇବ ଓଡିଆ ଭାଷା !

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ଓଡିଆ ଭାଷା ସାମିଲ କରିବା ଲାଗି କେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ୨୦୨୧ ମସିହାରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍’ରେ ଲାଗୁ କରାଯିବ । ଏହି ନିର୍ଣ୍ଣୟ ଫଳରେ ଓଡିଶାର ପ୍ରାୟ…

କେକ୍ ପାଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ରାଉରକେଲା: ରାଉରକେଲା ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାଉରକେଲା ସହରର ବନ୍ଧମୁଣ୍ଡା ସି ସେକ୍ଟର ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀର ଗୁରୁବାର ଦିନ ଜନ୍ମଦିନ ଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରି ଦେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଝିଅର…

ଶ୍ରୀଜିଉ ମଧ୍ୟ ପରିଧାନ କରନ୍ତି ଶୀତବସ୍ତ୍ର

ଭୁବନେଶ୍ୱର: ମାନବୀୟ ଲୀଳାରେ ମହାପ୍ରଭୁ ସାଧାରଣ ମଣିଷଟିଏ ପରି ନିଜର ଜୀବନ ଯାପନ କରନ୍ତି। ସାଧାରଣ ବ୍ୟକ୍ତିଟିଏର ଯେପରି ଓ ଯାହାସବୁ ମୌଳିକ ସୁଖସୁବିଧା ଆବଶ୍ୟକ, ମହାପ୍ରଭୁଙ୍କୁ ମଧ୍ୟ ସେହିସବୁ ପ୍ରଦାନ କରାଯାଇଥାଏ । ତେବେ ଓଡ଼ିଶାର ପାଣିପାଗ ଅନୁସାରେ ମାର୍ଗଶିର ମାସରୁ ଶୀତର ପ୍ରଭାବ…

କଣ୍ଟାମାଳରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ କୋଶଲ ସମନ୍ୱୟ ସମିତି ପକ୍ଷରୁ ଶୁକ୍ରବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ସମିତି ପକ୍ଷରୁ ୩ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ସେଥିମଧ୍ୟରେ କଣ୍ଟାମାଳ ବ୍ଲକକୁ ସବ୍ ଡିଭିଜନ୍ ଘୋଷଣା, ତେଲ ନଦୀ ଓ…

ରାଜଧାନୀରେ ଚାଞ୍ଚଲ୍ୟ, ଡଷ୍ଟବିନରୁ ନର କଙ୍କାଳ ଠାବ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ନିକଟ ଏକ ଡଷ୍ଟବିନରୁ ଶୁକ୍ରବାର ଦିନ ଗୋଟିଏ ନର କଙ୍କାଳ ଠାବ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଜଣେ ସଫେଇ କର୍ମଚାରୀ ଆଜି ସକାଳେ ଆଇଆରସି ଭିଲେଜ୍ ନିକଟରେ ଥିବା ଏକ ଡଷ୍ଟବିନକୁ ଅଭିଆ ଆବର୍ଜନା…

ଫିଲ୍ମ ଜଗତରୁ ଅବସର ନେବେ ଅମିତାଭ ବଚ୍ଚନ !

ମୁମ୍ବାଇ: ପ୍ରାୟ ୫ ଦଶନ୍ଧିରୁ ବଲିଉଡରେ ରାଜ କରୁଥିବା ବିଗ୍ ବି’ ଅମିତାଭ ବଚ୍ଚନ ଖୁବଶୀଘ୍ର ଚଳଚ୍ଚିତ୍ର ଜଗତରୁ ଅବସର ନେଇପାରନ୍ତି । ଏନେଇ ନିଜ ବ୍ଲଗରେ ସେ ସଙ୍କେତ ଦେଇଛନ୍ତି । ନିଜ ଅଫିସିଆଲ୍ ବ୍ଲଗରେ ଅମିତାଭ ଲେଖିଛନ୍ତି, “ମୋତେ ଏବେ ଅବସର ନେବାକୁ ପଡିବ...ମୁଁ ମୁଣ୍ଡ କିଛି ଭାବୁଛି,…

ଜାଣନ୍ତୁ, କେଉଁ ୨ଦିନ ପରିବର୍ତ୍ତିତ ମାର୍ଗରେ ଚାଲିବ ପୁରୁଷୋତ୍ତମ ଏକ୍ସପ୍ରେସ୍

ଭୁବନେଶ୍ୱର: ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଆସନ୍ତା ଡିସେମ୍ବର ୫ ଓ ୬ ତାରିଖରେ ପରିବର୍ତ୍ତିତ ରୁଟରେ ଚଳାଚଳ କରିବ । ମୋଗଲସରାଇ ଡିଭିଜନ ନିକଟ ବାବୁଆ ଷ୍ଟେସନରେ ଜାରି ରହିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ…

ହାତୀ ଆକ୍ରମଣରେ ୨ ମୃତ, ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନିକଟରେ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ଅନ୍ୟ ୩ଜଣ ଏକ ଅଟୋରିକ୍ସାରେ ଘରକୁ ଫେରୁଥିବା ବେଳେ ସେମାନେ ଅଚାନକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ପରେ…