Latest Odisha News

BREAKING NEWS

ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା ଗିରଫ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା । ବନ୍ଧା ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ଚନ୍ଦ୍ର ବେହେରା । ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । କୋଟିପତି ସରକାରୀ ବାବୁ ଠୁଳ କରିଛନ୍ତି ଦେଢ଼ କୋଟିରୁ ଅଧିକ ଟଙ୍କା ସ୍ଥାବର ଓ ଅସ୍ଥାବର…

୧୬ ହଜାର ନାଗରିକଙ୍କ ପ୍ରାଣ ନେଇଥିବା କାମ୍ବୋଡିଆର ଜେଲର କିଆଙ୍ଗଙ୍କ ମୃତ୍ୟୁ, କମ୍ରେଡ ଡଚ ଭାବେ କୁଖ୍ୟାତ ଥିଲେ

ଫୋନମ ପେନହ: କାମ୍ବୋଡିଆର ଏକଚ୍ଛତ୍ରବାଦ ଶାସକ ଖେମର ରୁଜଙ୍କ ଜେଲର କିଆଙ୍ଗ ଇୟାଭ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ଜେଲର ଥିବା ବେଳେ ୧୬ ହଜାର ସାଧାରଣ ନାଗରିକଙ୍କୁ ନିର୍ଯ୍ୟତନା ଦେଇ ହତ୍ୟା କରିଥିଲେ । ୧୯୭୦ରେ କିଆଙ୍ଗଙ୍କ ରାଜୁତିରେ ଲୋକମାନେ ଅତିଷ୍ଠ ହୋଇ ଆନ୍ଦୋଳନ କରିଥିଲେ ।…

ଚେନ୍ନାଇ ସୁପର କିଙ୍ଗସରେ ଚଡକ, ବାଦ୍ ପଡିଲେ ହରଭଜନ !

ଦୁବାଇ: ଧୋନୀଙ୍କ ସେନାରୁ ଶୁଣିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର । ସୁରେଶ ରାଇନାଙ୍କ ପରେ ଏବେ ଆଉ ଜଣେ ବରିଷ୍ଠ ଖେଳାଳି ଆଇପିଏଲରୁ ବାଦ ପଡିଛନ୍ତି । ଫଟାଫଟ୍ କ୍ରିକେଟ ଫର୍ମାଟ ଆଇପିଏଲ୍‌ରେ ଦେଖିବାକୁ ମିଳିବନି ଟର୍ବିନେଟର୍ ଓରଫ ହରଭଜନ ସିଂଙ୍କ ଯାଦୁଗରି ସ୍ପିନ୍ ବୋଲିଂ ।…

ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶାର ଆଉ ଜଣେ ସାଂସଦ କରୋନା ସଂକ୍ରମିତ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ତାପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରମେଶ ମାଝୀ କହିଛନ୍ତି, କୋଭିଡ ପିଟିଜିଭ ଚିହ୍ନଟ ପରେ ସେ ଏବେ ହୋମ୍…

ପ୍ୟାଟିନଶନଙ୍କୁ କରୋନା, ବ୍ୟାଟମ୍ୟାନ ଫିଲ୍ମ ଶୁଟିଂ ଘୁଂଚିଲା

ନୂଆଦିଲ୍ଲୀ:ହଲିଉଡର ଲୋକପ୍ରିୟ କଳାକାର ରବର୍ଟ ପ୍ୟାଟିନଶନ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ପ୍ୟାଟିନଶନଙ୍କ ପକ୍ଷରୁ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । କରୋନା ସଂକ୍ରମିତ ହେବା ଯୋଗୁ ତାଙ୍କର ଆଗାମୀ ଫିଲ୍ମ (ବ୍ୟାଟମ୍ୟାନ) ଶୁଟିଂ ବନ୍ଦ ରଖାଯାଇଛି । ବର୍ତମାନ ସେ କ୍ୱାରେଂଟାଇନରେ…

ରାଉରକେଲା ହସ୍ପିଟାଲର ଏହି ଓପିଡି ସେବା ବନ୍ଦ

ଭୁବନେଶ୍ୱର: ୨ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବାପରେ ଶୁକ୍ରବାର ଦିନ ରାଉରକେଲା ହସ୍ପିଟାଲର ଅବସ୍ଟେଟ୍ରିକ୍ସ ଏବଂ ଗାଇନୋକୋଲୋଜିର ଓପିଡିକୁ ୨ ଦିନ ପାଇଁ ବନ୍ଦ କରାଯାଇଛି । ଏଥିସହିତ ଅଲଟ୍ରାସାଉଣ୍ଡ ବିଭାଗର ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କରୋନା…

[ଭାଇରାଲ ଭିଡିଓ] କେମିତି ବାହାରୁଛି ଫଳରୁ ଶବ୍ଦ ?

ଭୁବନେଶ୍ୱର: କେବେ ଫଳରେ ପ୍ରସ୍ତୁତ ବାଦ୍ୟଯନ୍ତ୍ର ବିଷୟରେ ଶୁଣିଛନ୍ତି କି ? ଆଉ ଯଦି ଶୁଣିଛନ୍ତି, କେବେ ସେଥିରେ ବଜାଇଛନ୍ତି କି ? ଆପଣଙ୍କ ଉତ୍ତର ଯଦି ନା, ତେବେ ଏହି ଭିଡିଓ ଉପରେ ଟିକେ ନଜର ପକାନ୍ତୁ । ତରଭୁଜ ଓ କିୱି ଭଳି ଫଳରେ ଇଲୋକ୍ଟ୍ରୋନିକ୍ ସ୍ୱର ଉତ୍ପନ୍ନ କରି ଏହି ବ୍ୟକ୍ତି ଜଣକ…

ମଧୁମେହ ରୋଗୀଙ୍କ ପାଇଁ କିଛି ଉପକାରୀ ଫଳ!

ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ । ଏକ୍ସପର୍ଟଙ୍କ ମତରେ ମଧୁମେହ ରୋଗୀମାନେ ମଧ୍ୟ ଫଳ ଖାଇପାରିବେ । ଜାଣନ୍ତୁ ମଧୁମେହ ରୋଗୀଙ୍କ ପାଇଁ…

ମହାନଦୀକୁ ଡେଇଁଲେ ମହିଳା, ଉଦ୍ଧାର କଲେ ମତ୍ସ୍ୟଜୀବୀ

କଟକ: ପୁଣି ମହାନଦୀକୁ ଡେଇଁଲେ ଜଣେ ମହିଳା । ତାଙ୍କୁ ଉଦ୍ଧାର କରିଛନ୍ତି ମତ୍ସ୍ୟଜୀବୀ । ଏହି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାରେ । ବାଙ୍କି ନିକଟ ସୁବର୍ଣ୍ଣପୁର-ଜାତମୁଣ୍ଡିଆ ବ୍ରିଜ ଉପରୁ ନଦୀ ଗର୍ଭକୁ ଜଣେ ଯୁବତୀ ଡେଇଁଥିଲେ । ଖବର ପାଇ ପୋଲିସ ଡମପଡ଼ା ଅଗ୍ନିଶମ ବାହିନୀକୁ ଖବର…

ଗଞ୍ଜାମରେ ଶହେ ତଳକୁ ଖସିଲା ପଜିଟିଭ୍ କେସ, ୯୩% ସୁସ୍ଥ

ଭୁବନେଶ୍ୱର: ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି କରୋନା । ଧୀରେ ଧୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ କରୋନାର ରେଡହଟ୍ ଥିବା ଗଞ୍ଜାମ ଜିଲ୍ଲାରେ ଦୁଇ ମାସ ପରେ ଶହେ ତଳକୁ ଖସିଲି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଗଞ୍ଜାମରୁ ୯୭ ଜଣ ନୂଆ ଭୂତାଣୁ ସଂକ୍ରମିତ…