Latest Odisha News

BREAKING NEWS

ସର୍ପ ଦଂଶନରେ ଯୁବ ପାଲା ଗାୟକଙ୍କ ମୃତ୍ୟୁ

କାକଟପୁର: ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣାଶୁଣା ଯୁବ ପାଲା ଗାୟକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଘରେ ଶୋଇଥିବା ବେଳେ କୌଣସି ବିଷଧର ସାପ ଦାଙ୍କୁ କାମୁଡ଼ି ଦେଇଥିଲା । ଶନିବାର ସକାଳେ ପରିବାର ଲୋକେ ତାଙ୍କୁ କାକଟପୁର…

କରୋନା ସହ ଲଢେଇ: ୨ବର୍ଷର ଶିଶୁକୁ ଛାଡ଼ି କର୍ତ୍ତବ୍ୟରେ ଯୋଗଦେଲେ ମା

ମାଲକାନଗିରି: ଘରେ ପିଲା କର୍ତ୍ତ୍ୟବ୍ୟ ସ୍ଥଳରେ ମାଁ।ପିଲା କୁ କୋଳେଇ ନେଇ ପାରୁନି ଜନ୍ମଦାତ୍ରୀ ମାଁ। ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ଯେଉଁ ମାଁ ରହି ପାରୁ ନଥିଲା ଆଜି ସତେ ଯେମିତି ସେହି ମାଆ ହୃଦୟ ନିଜ କର୍ତ୍ତବ୍ୟ ପାଇଁ ନିଷ୍ଟୁର ହୋଇ ଯାଇଛି। କାହିଁକି ଏ ପରିବର୍ତ୍ତନ? ପିଲା ଟି ପ୍ରଶ୍ନ…

ରାଜ୍ୟରେ କରୋନା ସଂକ୍ରମିତ ୧୦ ଜିଲ୍ଲା ମଧ୍ୟରୁ ୫ କରୋନା ମୁକ୍ତ

ଭୁବନେଶ୍ୱର: ଓଡିଶାର ୧୦ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ପୁରୀ,…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ କରୋନା ପଜିଟିଭ, ୯୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫ କରୋନା ପଜିଟିଭ । ଏହି ୫ ଜଣ କରୋନା ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରେ ପହଞ୍ଚି ଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…

ଆଜି ରାତିରେ କେଉଁସବୁ ଜିଲ୍ଲାରେ ହେବ ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ଶନିବାର ରାତିରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ରାତି ୧୧ଟା ୩୦ରେ ଏହି ସବୁ…

କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି

ନୂଆଦିଲ୍ଲୀ: କଶ୍ମୀରର ଆତଙ୍କବାଦୀଙ୍କୁ ଆଇଏସଆଇ ଆଫଗାନିସ୍ତାନ ପଠାଉଛି । ଶନିବାର ୟୁରୋପିଆନ ଫାଉଣ୍ଡେସନ ଫର ସାଉଥ ଏସିଆନ୍ ଷ୍ଟଡିଜ ଏହି ରିପୋର୍ଟ ପ୍ରକାଶ କରିଛି । କିଛି ଦିନ ତଳେ କାବୁଲରେ ହୋଇଥିବା ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଇଏସଆଇର ହାତ ଥିଲା । ଏହାର ଅଭିଯୋଗରେ…

କରୋନା ଅପଡେଟ୍‌; ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପୁଡିଆ ବାଣ୍ଟିଲା ଯୁବୋଦୟ !

କେନ୍ଦ୍ରାପଡା: କରୋନା ମହାମାରୀରେ ସାରା ଦେଶ ଲକ୍‌-ଡାଉନ୍ । ସଚେତନତା ହେଉ ଅବା ସରକାରୀ ନିର୍ଦ୍ଦେଶର ବାଧ୍ୟବଧକତା । ସମସ୍ତେ ଏବେ ଘରେ ରହିଛନ୍ତି । ହେଲେ ଏଭଳି ଆପାତକାଳୀନ ସ୍ଥିତିରେ ବି କାମ ବନ୍ଦ କରିନାହାନ୍ତି ରାଜ୍ୟର କୌଣସି ପୌରପାଳିକା । କେନ୍ଦ୍ରାପଡା ପୌରପାଳିକାର ସଫେଇ…

କରୋନା ପାଇଁ ବାତିଲ ହେଲା ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’

ବୁନୋଲ୍‌ (ସ୍ପେନ): କରୋନା ସଂକ୍ରମଣ ପାଇଁ ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’ ବାତିଲ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ସ୍ପେନରେ କରୋନା ମହାମାରୀ ରୂପ ନେଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଉତ୍ସବକୁ ବାତିଲ କରାଯାଇଛି । ସହସ୍ରାଧିକ ବିଦେଶୀ…

କ୍ରିକେଟର ରିଦ୍ଧିମାନ ଶାହଙ୍କ ଘରୁ ଚୋରି ଉଦ୍ୟମ

କଲିକତା: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ରିଦ୍ଧିମାନ ଶାହଙ୍କ ଘରୁ କେତେକ ଚୋର ଚୋରି କରିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବିଫଳ ହୋଇଛନ୍ତି । ସିଲିଗୁଡିରେ ଘରେ କେହି ନ ଥିବା ବେଳେ ସେମାନେ ଏହି ଉଦ୍ୟମ କରିଥିଲେ । ତେବେ ପାଖରେ ରହୁଥିବା ଶାହଙ୍କ ଚାଚା ଏହାକୁ ବିଫଳ କରିବା ସହ ପୋଲିସକୁ…

କେତେ ସତ କେତେ ମିଛ; ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି କିମ୍ ଜଙ୍ଗଙ୍କ ମୃତଦେହର ଫଟୋ !

ସିଓଲ୍‌: ସତରେ କ’ଣ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ମୃତ? ନା ତାଙ୍କର ଫଟୋକୁ ବିକୃତ କରାଯାଇଥିବା ଛବିର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି ? ସବୁ କିଛି ଏବେ ରହସ୍ୟ ଘେରରେ । ଏଯାଏଁ ଏହି ଫଟୋର ମଧ୍ୟ ସତ୍ୟାସତ୍ୟ ଉନ୍ମୋଚିତ ହୋଇପାରୁନାହିଁ । ତିନିଦିନ ପୂର୍ବରୁ…