Latest Odisha News

BREAKING NEWS

ବିଲରେ ଧାନ ରୋଉଛନ୍ତି ସଲମାନ ଖାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଭିନେତାରୁ ଚାଷୀ ପାଲଟିଲେ ବଲିଉଡର ଭାଇଜାନ ସଲମାନ ଖାନ । ବିଲରେ ରୋଇଲେ ଧାନ । କେବଳ ସେତିକି ନୁହେଁ ଟ୍ରାକ୍ଟର ଚଳାଇ ହଳ ମଧ୍ୟ କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । Rice plantation done . . pic.twitter.com/uNxVj6Its4 — Salman Khan…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ: ଆରମ୍ଭ ହେଲା ଉପନିର୍ବାଚନ ଅଙ୍କକଷା

ଭୁୁବନେଶ୍ୱର: କରୋନା ମହାମାରୀ ଭିତରେ ଓଡିଶାରେ ଖାଲି ପଡିଥିବା ଦୁଇ ଦୁଇଟି ଆସନରେ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ କେଉଁ ଦଳର କିଏ ପ୍ରାର୍ଥୀ ହେବ ସେନେଇ ଆଶା ଆଶଙ୍କା ଭିତରେ ବାଲେଶ୍ୱର ସଦର ପାଇଁ ନବଜ୍ୟୋତି ପଟ୍ଟନାୟକଙ୍କ ନାଁ…

ପାଇଲଟ ଓ ତାଙ୍କ ଟିମ୍‌କୁ ୨୪ ଯାଏଁ ଆଶ୍ୱସ୍ତି

ଜୟପୁର: ଥମୁନି ରାଜସ୍ଥାନ ରାଜନୀତି ସଂକଟ । ଏହାରି ଭିତରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ଦିନ ବାଚସ୍ପତିଙ୍କ ନୋଟିସ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି । ସଚିନ ପାଇଲଟ ଓ ଅନ୍ୟ…

ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀର ବାପୁଜୀ ନଗରରେ ବୁଲିଲା ଖଣ୍ଡାକାତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ସୂଚନା ଅନୁଯାୟୀ,…

ୟୁଏଇରେ ଆୟୋଜିତ ହେବ ଆଇପିଏଲ !

ମୁମ୍ବାଇ:ଆଇସିସି ଟି୨୦ ବିଶ୍ୱକପ ୨୦୨୧କୁ ଘୁଂଚାଇଦେବା ଫଳରେ ଆଇପିଏଲ ସମ୍ଭାବନା ଆଶା ଉଜ୍ଜୀବୀତ ହୋଇଛି । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି ଖୁବ୍‌ଶୀଘ୍ର ଅନୁମତି ପାଇଁ ସରକାରଙ୍କ ସହ ବୋର୍ଡ କଥା ହେବ । ୧୦ ଦିନ ପରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିବ ଏବଂ ଏହାପରେ…

ଜେଲ୍ ଭିତରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ନଳିନୀ ଶ୍ରୀହରଣ ଜଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନଳିନୀ ଭେଲ୍ଲୋର ଜେଲରେ ଆଜୀବନ ସଜ୍ଜା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲା ଭେଟେରାନ୍ ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସ୍ୱର୍ଗତଃ ବିଜୟ ମହାନ୍ତିଙ୍କର ପାର୍ଥୀବ ଶରୀର । ଆଜି ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ…

କଟକରେ ୧୩ ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

କଟକ: କଟକରେ ମଙ୍ଗଳବାର ଦିନ ୮୪ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୩୨୭ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଲକଡାଉନରେ ପୋଲିସର ମାଡ ଥିଓରୀ: ତଦନ୍ତ ନିର୍ଦ୍ଦେଶ

ଝାରସୁଗୁଡା: ଝାରସୁଗୁଡାରେ ଲକଡାଉନରେ ଘରୁ ବାହାରିଥିବା ଜଣେ ଯୁବକଙ୍କୁ ପୋଲିସ ମାଡ ମାରିବା ଘଟଣାରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାରସୁଗୁଡା ଏସପି କହିଛନ୍ତି । ଏସପି ଜାରି କରିଥିବା ପ୍ରେସନୋଟରେ…

ଭୁୁବନେଶ୍ୱରରୁ ବାହାରିଲେ ଆଉ ୨୧ ପଜିଟିଭ, ୪୯ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨୧ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍‌ ଜରିଆରେ ସୂଚନା ଦିଆଯାଇଛି…