ତମ ମୁହଁ ନଦେଖିଲା ଦିନ
ତମ ମୁହଁ ନଦେଖିଲା ଦିନ
ବଳବନ୍ତ ସାହୁ
ଫି' ଦିନ ତମ ଗାଁ' ଗୋଶାଳାରୁ
ଆମ ଘରକୁ ଗୋରସ ଆସେ;
କିଂତୁ , ତମ ମୁହଁ ନଦେଖିଲା ଦିନ
ଗୋରସ ଛିଂଡି ଯାଏ , ହୃଦୟ ଭାଂଗି ଯାଏ
ଆମ୍ବୁଲ ପକେଇ ସିଝେଇଲା ଭଳି ।
ଫି' ହପ୍ତା ତମ ଗାଁ' ହାଟରୁ
ଆମ ଘରକୁ ପରିବା ଆସେ ;
କିଂତୁ , ତମ ମୁହଁ ନଦେଖିଲା…