Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ହକି: ଭାରତ ଠାରୁ ୪-୦ରେ ପାକିସ୍ତାନର ଲଜ୍ଜାଜନକ ପରାଜୟ

ବ୍ରେଦା: ଶେଷ ୧୦ ମିନଟରେ ୩ଟି ଗୋଲ ଦେଇ ଭାରତ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୪-୦ରେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍ରେ ପରାସ୍ତ କରିଛି । ଆଜି ହଲାଣ୍ଡର ବ୍ରେଦା ସହରରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା ଭାରତ ଓ…

କଂଗ୍ରେସ ଦଳ ଅଗଷ୍ଟ ଶେଷ ସୁଦ୍ଧା ବିଧାନସଭାର ପ୍ରାର୍ଥୀ ତାଲିକା ଘୋଷଣା କରିବ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ ଦଳ । ଶନିବାର ଦିନ ଗଣମାଧ୍ୟମକୁ ବିବୃତି ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏବର୍ଷ ଅଗଷ୍ଟ ଶେଷ ସୁଦ୍ଧା…

ଭଦ୍ରକରେ ଚାଞ୍ଚଲ୍ୟ: ଗୋଟିଏ ଘରୁ ବାହାରିଲେ ଶତାଧିକ ନାଗସାପ !

ଭଦ୍ରକ/ଧାମନଗର : ଶହେରୁ ଅଧିକ ନାଗସାପ ବାହାରିଲା ଜଣଙ୍କ ଘରୁ ! ପ୍ରଥମେ ଏହା କାନକୁ ବିଶ୍ୱାସ ହେଉନଥିଲେ ମଧ୍ୟ ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ଅଞ୍ଚଳରେ । ମିଳିଥିବା ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ନିକଟବର୍ତ୍ତୀ ଶ୍ୟାମପୁର ଗ୍ରାମର ପାଇକସାହି ବିଜୟ…

ବଳ ଫେରୁଛି ମହାବଳର : ସାତକୋଶିଆରେ ବାଘର ଅବସ୍ଥା ଏବେ ସ୍ୱାଭାବିକ

ଅନୁଗୁଳ : ମହାବଳ ବାଘର ବଳ ଏବେ ଫେରି ଆସିଲାଣି । ସୁଦୂର ମଧ୍ୟପ୍ରଦେଶର ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରୁ ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଦୁଇଦିନ ହେବ ଆସିଥିଲା ଏକ ମହାବଳ ବାଘ । ଏବେ କିନ୍ତୁ ନିଶ୍ଚେତନ ଅବସ୍ଥାରୁ ସ୍ୱାଭାବିକ ଅବସ୍ଥାକୁ ଫେରିଛି ଓଡ଼ିଶାକୁ ଆଗନ୍ତ୍ୁକ ଏହି…

ପୁରୀ ଗୋବର୍ଦ୍ଧନ ପୀଠ ବିମଳା ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ !

ପୁରୀ : ଦୁର୍ବୃତ୍ତମାନେ ଲୁଟିନେଲେ ମନ୍ଦିର ହୁଣ୍ଡି । ଠାକୁର ମନ୍ଦିରରେ ଥିବା ଦାନହୁଣ୍ଡିକୁ ବି ଛାଡ଼ିନାହାଁନ୍ତି ଦୁର୍ବୃତ୍ତ । ପୁରୀ ଗୋବର୍ଦ୍ଧନ ପୀଠରେ ଥିବା ବିମଳା ମନ୍ଦିର ମଧ୍ୟରେ ରହିଥିବା ହୁଣ୍ଡିକୁ ଭାଙ୍ଗି କେହି ଅସାମାଜିକ ବ୍ୟକ୍ତି ଟଙ୍କା ଲୁଟିନେଇଛି । ମନ୍ଦିରରେ ଏପରି…

୮ବର୍ଷର ଓଡ଼ିଆ ଶିଶୁକନ୍ୟା ଦୁଷ୍କର୍ମର ଶୀକାର: ସୁରଟ ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ

ସୁରଟ/ବ୍ରହ୍ମପୁର : କାମାନ୍ଧଙ୍କ ଜାଲରୁ ଏବେବି ମୁକ୍ତ ନୁହଁନ୍ତି କୁନି କୁନି ଶିଶୁକନ୍ୟା । ମାନବିକତାର ଶେଷ ସୀମା ଲଂଘନ କରିଚାଲିଛନ୍ତି କିଛି ଉଦଭ୍ରାନ୍ତ ଲଂପଟଗଣ । କୋମଳମତି ଶିଶୁକନ୍ୟା ଦୁନିଆକୁ ଜାଣିବା ପୂର୍ବରୁ ଶୀକାର ହେଉଛନ୍ତି ଅସଦାଚରଣ ଓ ଦୁଷ୍କର୍ମ ପରି ଜଘନ୍ୟ ଅପରାଧର କବଳରେ ।…

ବିଶ୍ୱକପ ଫୁଟବଲ: ଆକର୍ଷଣୀୟ ଗୋଲ୍ ଦେଇ ‘ନେମାର’ ନଚାଇଲେ ବ୍ରାଜିଲକୁ

ମସ୍କୋ : ଶୁକ୍ରବାର ଦିନ ଫୁଟବଲ ପଡ଼ିଆରେ ବ୍ରାଜିଲ ବିଶ୍ୱବାସୀଙ୍କୁ ପ୍ରଦର୍ଶନ କରିଛି ତା’ର ଶ୍ରେଷ୍ଠ ଫୁଟବଲ ଖେଳ ପ୍ରଦର୍ଶନ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର୍ ନେମାର ଜୁନିୟରଙ୍କ ଆକର୍ଷଣୀୟ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ବ୍ରାଜିଲ-କୋଷ୍ଟାରିକା ମ୍ୟାଚରେ । ବ୍ରାଜିଲ ଦଳ ୨-୦ ଗୋଲରେ…

ବିଶ୍ୱକପ ଫୁଟବଲ: ‘ମୁସା’ଙ୍କ ୨ଟି ଚମତକାର ଗୋଲରେ ନାଇଜେରିଆର ପ୍ରଥମ ବିଜୟ

ମସ୍କୋ : ଚଳିତ ଫିଫା ବିଶ୍ୱକପ ଫୁଟବଲ ଏବେ ବେଶ୍ ରୋଚକ ଆଡ଼କୁ ଗତି କରିବାରେ ଲାଗିଛି । ଆଫ୍ରିକୀୟ ଦେଶ ନାଇଜେରିଆ ଦଳର ଚର୍ଚ୍ଚିତ ଖେଳାଳୀ ଅହମ୍ମଦ ‘ମୁସା’ଙ୍କ ଦୁଇଟି ଆକର୍ଷଣୀୟ ଗୋଲ୍ ଜରିଆରେ ଆଇସଲ୍ୟାଣ୍ଡକୁ ୨-୦ ବ୍ୟବଧାନରେ ପରାସ୍ତ କରିଛି । ଆଇସଲ୍ୟାଣ୍ଡ ଦଳ ପ୍ରଥମକରି ବିଶ୍ୱକପରେ…

ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଉପକୂଳ, ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ । ପାଣିପାଗ କେନ୍ଦ୍ରର…

“ହକିକୁ ଭଲପାଇବା ଲାଗି ଜାତୀୟ ମାନ୍ୟତାର ଆବଶ୍ୟକତା ନାହିଁ” : ନବୀନଙ୍କୁ ଜଣାଇଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ସବୁ ଭାରତୀୟ କେବଳ ଜାଣିଛନ୍ତି ହକି ଭାରତର ଜାତୀୟ ଖେଳ, କିନ୍ତୁ ସରକାର ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ବିଧିବଦ୍ଧ ଭାବେ ଜାତୀୟ ଖେଳ ଭାବେ ମାନ୍ୟତା ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ…