କବିତା : ନଈର ଡାକ
ପଞ୍ଚାନନ ମିଶ୍ର
ନିର୍ଜନତା ଘୁଞ୍ଚେନାହିଁ ତା’ସ୍ଥାନରୁ
ନିଶ୍ଚଳ ମୁହୂର୍ତ୍ତ
ଅସ୍ତାଚଳେ ସୂର୍ଯ୍ୟ
ନିରୋଳା ନଈପଠା
ଫେରନ୍ତା ପକ୍ଷୀଙ୍କ ଶୋଭାଯାତ୍ରାରେ ସାମିଲ
ପବନର ଅଦୃଶ୍ୟ ସମର୍ଥନ ଓ ସ୍ୱୀକୃତି
ଯାହା ଭାସିଆସେ ପାହାଡ଼ର ସେପାରିରୁ।
ମନ୍ଦ ମନ୍ଦ ପୁଲକଭରା ଢେଉ ତା’ର ଛୁଉଁଥାଏ…