Latest Odisha News

BREAKING NEWS

ଏବେ ଆକ୍ସନ ମୋଡ଼ରେ ବିଏମସି କମିଶନର

ଭୁବନେଶ୍ୱର: ଏବେ ଆକ୍ସନ ମୋଡ଼ରେ ବିଏମସି । ସବୁ ଦିଗ ଉପରେ ଦିନ ରାତି ୨୪ଘଣ୍ଟା ରହିଛି ନଜର । ସକାଳେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ଆଗେଇଛି ତାହାର କରୁଛି ସମୀକ୍ଷା । ଆଉ ରାତିରେ ସଫେଇ କାମର ତର୍ଜମା କରୁଛି ବିଏମସି । ପରିଷ୍କାର ଓ ପରିଛନ୍ନତା କାମର ତଦାରଖ ପାଇଁ ଗ୍ରାଉଣ୍ଡ ଜିରୋରେ…

ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ 

ଭୋପାଳ : ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ  । ମଧ୍ୟପ୍ରଦେଶର ପୈତୃକ ଗାଁ ହୋସଙ୍ଗାବାଦରେ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିଲ୍ଲୀ ସ୍ଥିତ ଘରେ ଶରଦଙ୍କର ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ । ଜାନୁଆରୀ ୧୨ ତାରିଖରେ ଗୁରୁଗ୍ରାମର…

ମିଳିଲା ରାଜଶ୍ରୀଙ୍କ ଶେଷ ଚିଠି, ଚିଠିରେ ଲେଖିଛନ୍ତି ୨ ଜଣଙ୍କ ନାଁ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ହତ୍ୟା ଘଟଣାର ନୂଆ ଟୁଇଷ୍ଟ । ରାଜଶ୍ରୀଙ୍କ ଗାଡି ଡିକ୍କିରୁ ମିଳିଲା ହାତଲେଖା ଚିଠି । ମୃତ୍ୟୁ ପୂର୍ବରୁ ରାଜଶ୍ରୀ ଲେଖି ଯାଇଥିଲେ ତାଙ୍କର ଶେଷ ଚିଠି । ଏଇ ଚିଠିରେ ରହିଛି ତାଙ୍କର ମୃତ୍ୟୁ ରହସ୍ୟ । କିଏ ତାଙ୍କୁ ଦେଉଥିଲା ମାନସିକ ଚାପ ? କିଏ…

ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ ସାଂସଦଙ୍କ ପରଲୋକ, ହସ୍‌ପିଟାଲ୍‌ରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଚଣ୍ଡିଗଡ଼: ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ ସାଂସଦଙ୍କ ପରଲୋକ। ରାହୁଲ ଗାନ୍ଧୀଙ୍କ ସହିତ ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିବା ବେଳେ ପଞ୍ଜାବ ଜଳନ୍ଧର ଶିଟ୍‌ର ଲୋକସଭା ସାଂସଦ ଚୌଧୁରୀ ସନ୍ତୋଖ ସିଂହଙ୍କର ବିୟୋଗ ହୋଇଛି। ଶନିବାର ସକାଳୁ ପଞ୍ଜାବର ଫିଲୌର ଠାରେ ଯାତ୍ରାରେ ଚାଲୁଥିବା ବେଳେ ହଠାତ୍…

ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କ ଶବ ବ୍ୟବଚ୍ଛେଦ ବିଶ୍ଳେଷଣ ରିପୋର୍ଟ: ଆରିରେ ଶ୍ରଦ୍ଧାଙ୍କ ହାଡକୁ ଖଣ୍ଡ ଖଣ୍ଡ କରିଥିଲା…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲା । ପ୍ରେମିକାକୁ ହତ୍ୟା ପରେ ତାହାର ହାଡକୁ ଆରିରେ ଟିକି ଟିକି କରି କାଟିଥିଲା ରାକ୍ଷସ ପ୍ରେମିକ । ପୋଷ୍ଟମର୍ଟମ ରିପୋର୍ଟରେ ହୋଇଛି ଏପରି ଖୁଲାସା । ଦିଲ୍ଲୀ ପୋଲିସ ଶ୍ରଦ୍ଧାଙ୍କର ୨୩ଟି ହାଡର ପୋଷ୍ଟମର୍ଟମ…

ଆଖି ବୁଜିଲେ ଓଭରବ୍ରିଜରୁ ଖସି ପଡ଼ିଥିବା ଛାତ୍ର

ସମ୍ବଲପୁର: ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଖସି ପଡିଥିବା ଦଶମ ଶ୍ରେଣୀ ଛାତ୍ରଙ୍କର ଡାକ୍ତରଖାନାରେ ଆଜି ମୃତ୍ୟୁ ଘଟିଛି। ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା  । ସେଠାରେ ତାଙ୍କର…

ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭିଡ; ବଡ ଠାକୁରଙ୍କ ପାଖେ ଲାଗି ହେଲା ମକରଚାଉଳ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ବଡଠାକୁରଙ୍କର ହେବ ମକର ନୀତି । ମଧ୍ୟାହ୍ନ ଧୂପ ପରେ  ଏହି ନୀତି ଅନୁଷ୍ଠିତ ହେବ ।ଏହି ଅବସରରେ ବଡଠାକୁରଙ୍କୁ ମକର ଚାଉଳ…

ମକର ସଂକ୍ରାନ୍ତି

ସଫଳା ଦାସ ଭାରତ ବର୍ଷରେ ଉତ୍କଳ ଏକ ପୂଣ୍ୟ ଭୂମି। ଏହାର ପାଣି ପବନ ଜଳବାୟୁ ପାହାଡ଼ ନଦୀ ସବୁ ପୂଣ୍ୟମୟ। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ପ୍ରାଣ ହେତୁ ବାର ମାସରେ ତେର ପର୍ବ ପାଳନକରେ। କର୍ମ କ୍ଳାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧ ହିଁ ପର୍ବ ପର୍ବାଣୀର ମୂଖ୍ୟ ଉଦ୍ଦେଶ୍ୟ ।…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ମୀନାକ୍ଷି ହାତ ହଲାଇ ସମସ୍ତଙ୍କଠୁ ବିଦାୟ ନେଇ ଗାଡ଼ିରେ ବସିଲା । ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା । ଛାତି ଭିତରେ ଅବ୍ୟକ୍ତ ଯବଣା, କଣ୍ଠରେ ଅସ୍ଫୁଟ କୋହ ନେଇ ପଦ୍ମିନୀ ମନକୁ ମନ କହିଲା, ମୀନକ୍ଷି! କାହାକୁ ନେଇ ତୋ…

କବିତା : କଣ୍ଢେଇ

ସସ୍ମିତା ପ୍ରଧାନ ସକାଳରୁ ରାତି ଭୁଲି ନିଜ ସ୍ଥିତି ସଭିଙ୍କ ସେବାରେ ନିଜକୁ ସମର୍ପି ଚାଲୁଥାଏ ଡେଇଁ ଡେଇଁ ମୁଁ ଚାବିଦିଆ କଣ୍ଢେଇ ।। ନିଜର ଅସ୍ଥିତ୍ୱ ଦେଇଛି ହଜେଇ ଯନ୍ତ୍ର ପରି ମୁହିଁ ନିଜକୁ ସଜେଇ ପରିସ୍ଥିତି ଦ୍ୱାହି ଦେଇ ମୁଁ ଚାବିଦିଆ କଣ୍ଢେଇ ।। କହି ମୁଁ ପାରେନା…