କବିତା : ଦେବୀ
ଜୟନ୍ତୀ ବିଶ୍ବାଳ ବେହୁରିଆ
ଦେବୀ ନୁହେଁ ... .
ନାରୀଟିଏ ହେବାକୁ ଚାହେଁ !
ଚଉଷଠି ଭୋଗ ଉପଚାର
ଧୂପ ଓ ଦୀପର ବର୍ଣ୍ଣବିଭା
ଝୁଣାର ସେ ଧୂମାୟିତ
ଇତସ୍ତତଃ ନିରୁତା ମହକ
କେଉଁଥିରେ ମନ ନାହିଁ ..!
ତଥାସ୍ତୁ ମୁଦ୍ରାରେ ବସି
ଦେଖିବିନି
ମୋହମୟ ମଣିଷ
ଆଶାୟୀ ମସ୍ତକ
ନଇଁଗଲେ ଥରେ…