Latest Odisha News

BREAKING NEWS

ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ଗିରଫ

ଭୁବନେଶ୍ୱର: ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ରାଣା ଗିରଫ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଓଡ଼ିଶା ପୋଲିସ ଓ ଏସଟିଏଫ୍ ଚଢ଼ାଉ କରି ରାଣା ମୁନା ଡୋରାକୁ ଧରିବାରେ ସକ୍ଷମ ହୋଇଛନ୍ତି । ଗତ ୩ ତାରିଖରେ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏକ ହାଇୱାରେ ଗୁପ୍ତ ଚ୍ୟାମ୍ବର କରି…

ଅଗ୍ନିବୀର ଅବସର ନେବା ପରେ ମହିନ୍ଦ୍ରା ଗ୍ରୁପରେ ନିଯୁକ୍ତି ସୁଯୋଗ: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଥିବା ହିଂସାକାଣ୍ଡରେ ଦୁଃଖି ପ୍ରକାଶ କରିଛନ୍ତି ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।  ସୋମବାର ଏହି ପ୍ରସଙ୍ଗରେ ଟୁଇଟ୍ କରି ନିଜର ଦୁଃଖ ପ୍ରକାଶ କରିବା ସହିତ ଏହି ଅଗ୍ନିବୀର ଅବସର ନେଲା ପରେ ତାଙ୍କ ଦ୍ୱାରା ପରିଚାଳିତ…

ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ୨୪ ଯାଏ ବର୍ଷିବ

ଭୁବନେଶ୍ୱର: ରାଜ୍ୟର ସବୁ ଅଞ୍ଚଳକୁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସାରା ରାଜ୍ୟକୁ ମୌସୁମୀ ଛୁଇଁଥିବା ବେଳେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ କନ୍ଧମାଳ, ଗଞ୍ଜାମ,…

ଉପରମୁହାଁ କରୋନା: ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪ ପ୍ରତିଶତ ଟପିଲା

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁୟାୟୀ, ସୋମବାର ଦେଶରେ ୧୨ ହଜାର ୭୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସହ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪,୩୩,୦୯,୪୭୩ କୁ ବୃଦ୍ଧି ପାଇଛି। ଏବଂ ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪…

[ଦେଖନ୍ତୁ ଭିଡିଓ] ଜ୍ୱରରୁ ଉପଶମ ପାଇଁ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡିତ ଚତୁର୍ଦ୍ଧା ମୁର୍ତ୍ତି । ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ଏବେ ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଆଜି…

ଚତୁର୍ଥ ଥର ପାଇଁ ଇଡି ଅଫିସରେ ହାଜର ହୋଇ ପକ୍ଷ ରଖୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇ ପକ୍ଷ ରଖୁଛନ୍ତି। ସକାଳ ୧୧ଟା ୫ ମିନିଟରେ କଡା ସୁରକ୍ଷା ମଧ୍ୟରେ ଆସି ଦିଲ୍ଲୀର ଏପିଜେ ଅବଦୁଲ କାଲାମ ରୋଡସ୍ଥିତ ଇଡି ମୁଖ୍ୟାଳୟରେ…

ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି ପରିଡ଼ା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଦାୟ…

ଅଗ୍ନିପଥକୁ ବିରୋଧ: ୧୮୧ଟି ଏକ୍ସପ୍ରେସ୍ ଟ୍ରେନ୍ ଓ ୩୪୮ଟି ପାସେଞ୍ଜର ଟ୍ରେନକୁ ବାତିଲ୍

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ନେଇ କେନ୍ଦ୍ରର ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ସଂଗଠନ ଏହି ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ଯାହାର ପ୍ରଭାବ ଆଜି ସୋମବାର ଦେଖିବାକୁ ମିଳିଛି। ହିଂସା ଏବଂ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି…

ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ଲେଖିଲେ ଏମିତି କଥା…

ଭୁବନେଶ୍ୱର: ଓଡ଼ିଆ ଟେଲି ସିରିଏଲ୍ ଅଭିନେତ୍ରୀଙ୍କ ଆତ୍ମହତ୍ୟା । ୧୮ ତାରିଖ ବିଳମ୍ବିତ ରାତିରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ନୟାପଲ୍ଲୀ ସ୍ଥିତ ଗଡ଼ସାହି ଭଡ଼ା ଘରୁ ମିଳିଛି ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ । ତେବେ ରଶ୍ମିରେଖା କାହିଁକି ଓ କେଉଁ ପରିସ୍ଥିତିରେ…

ଭୁବନେଶ୍ୱରକୁ ବ୍ୟାପିପାରେ ‘ଅଗ୍ନିପଥ’ ନିଆଁ, ସହର ସାରା ଖାକିମୟ

ଭୁବନେଶ୍ୱର: ରାଜଧାନୀରେ ପୋଲିସର କଡ଼ା ପ୍ରସ୍ତୁତି । ‘ଅଗ୍ନିପଥ’କୁ ନେଇ ‌ବିରୋଧୀ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ରାଜଧାନୀରେ ପୋଲିସ ସଜାଗ ରହିଛନ୍ତି । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସହର ସାରା ମୁତୟନ ହୋଇଛନ୍ତି ପୋଲିସ । ବିଶେଷ କରି ବିଭିନ୍ନ ଟ୍ରାଫିକ ପୋଷ୍ଟ ସହ…