Latest Odisha News

BREAKING NEWS

କୋଭିଡରେ ଜୀବନ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହା ଅନ୍ତର୍ଗତ ଜୀବନ ହରାଇଥିବା 35 ଜଣ ସାମ୍ବାଦିକ ପରିବାରଙ୍କୁ  ଆର୍ଥିକ ସହାୟତା ପ୍ରଦାନ…

[ଦେଖନ୍ତୁ ଭିଡିଓ] ଶରଧାବାଲିରେ ୩ ରଥ । ଘଣ୍ଟ, ଘଣ୍ଟା ଓ ଜୟ ଜଗନ୍ନାଥ ଧ୍ୱନିରେ ଗଡ଼ିଲା ନନ୍ଦିଘୋଷ

ପୁରୀ  : ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ନନ୍ଦିଘୋଷ ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଛି…

ରଥଯାତ୍ରା ଅବସରରେ ଓଡିଶା ଏଫସିର ମହିଳା ଟିମ ଘୋଷଣା

ଭୁବନେଶ୍ୱର: ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ରଥଯାତ୍ରା ପରି ଶୁଭ ଦିନରେ ଇଣ୍ଡିଆନ ସୁପର ଲିଗର ଟିମ ଓଡିଶା ଏଫସି ଏହାର ମହିଳା ଦଳ ଘୋଷଣା କରିଛି । କ୍ରିସପିନ ଛେତ୍ରୀଙ୍କୁ ମହିଳା ଦଳର ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି । ନିକଟରେ ସମ୍ପନ୍ନ ହୋଇଥିବା ଇଣ୍ଡିଆନ ଓମ୍ୟାନ ଲିଗରେ ମୁଦୁରାଇର…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଆଜି ଭକ୍ତ –ଭଗବାନଙ୍କ ଅପୂର୍ବ ମିଳନ। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଗଡ଼ିଲା ତିନି ରଥ। ଜନସମୁଦ୍ର ପାଲଟିଲା ପୁରୀ ଶ୍ରୀକ୍ଷେତ୍ର। ଭାବ ବିହ୍ୱଳ ଭକ୍ତ। ରଥ ଦଉଡ଼ିରେ ତିନି ରଥ ଟାଣିନେଲେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ବଡ଼ ଦାଣ୍ଡରେ ଗଡ଼ିଲା ତିନିରଥ । ଶଙ୍ଖ…

ହିଞ୍ଜିଳିରେ ସକ୍ରିୟ ଚୋରି ଗ୍ୟାଙ୍ଗ୍‌ : ଘରେ ପଶି ନେଇଗଲେ ୧୮୦ ଗ୍ରାମ ସୁନା

ବ୍ରହ୍ମପୁର:ଗଞ୍ଜାମ ଜିଲାର ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଚୋର ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିଛନ୍ତି । ଦୁଇଟି ଭିନ୍ନ ଜାଗାରୁ ୧୮ ତୋଳା(୧୮୦ଗ୍ରାମ) ଓଜନର ସୁନା ଅଳଙ୍କାର ସହିତ ରୂପା ଅଳଙ୍କାର ଏବଂ ନଗଦ ୬୯ ହଜାର ଟଙ୍କା ଚୋରି କରିନେଇଛନ୍ତି। ଉଭୟ ଘଟଣାରେ ହିଞ୍ଜିଳି ଥାନାରେ…

ମାଲେସିଆ ଓପନ ବ୍ୟାଡମିଂଟନ: କ୍ୱାର୍ଟର ଫାଇନାଲରେ ଶେଷ ହେଲା ସିନ୍ଧୁଙ୍କ ଅଭିଯାନ

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ସିନ୍ଧୁ ବିଶ୍ୱର ଏକ ନମ୍ବର ଖେଳାଳି ଚାଇନିଜ ତାଇପେର ତାଇଜୁ ୟିଙ୍ଗଙ୍କ ନିକଟରୁ ୨୧-୧୩, ୧୫-୨୧ ଓ ୧୩-୨୧ରେ ପରାଜିତ ହୋଇଥିଲେ । ପ୍ରଥମ…

ରାଷ୍ଟ୍ରପତି ନିର୍ବାଚନ: ଓଡିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବ ଶିରୋମଣୀ ଅକାଳୀ ଦଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସ୍ଥିତି ଦିନକୁ ଦିନ ମଜଭୁତ ହେବାରେ ଲାଗିଛି । ଆଜି ଓଡିଆ ଝିଅ ଦ୍ରୌପଦୀଙ୍କୁ ଶିରୋମଣୀ ଅକାଳୀ ଦଳ ସମର୍ଥନ କରିବ ବୋଲି ଘୋଷଣା କରିଛି । ଶିଖ ବିରୋଧୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବାରେ ପ୍ରଶ୍ନ ଉଠୁ…

[ଦେଖନ୍ତୁ ଭିଡିଓ] ମହଙ୍ଗା ପଡ଼ିଲା ନାଗକୁ ଗେଲ । ଚୋଟ ପରେ ଚୋଟ ମାରିଲା ନାଗ ସାପ

ନବରଙ୍ଗପୁର : ମହଙ୍ଗା ପଡ଼ିଲା ନାଗକୁ ଗେଲ। ନିଶାରେ ନାଗକୁ କରୁଥିଲେ ଗେଲ। ଚୋଟ ପରେ ଚୋଟ ମାରିଚାଲିଲା ନାଗ ସାପ । ଏହିଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ପାପଡାହାଣ୍ଡି ଜାମ୍ବଗୁଡାରେ । ମଦ ନିଶାରେ ଯୁବକ ଜଣକ ନାଗକୁ ଧରି ଖେଳୁଥିବା ବେଳେ ପଡିଛି ମହଙ୍ଗା । ଆଉ ଏବେ…

“କଂଗ୍ରେସ ସରକାରରେ ରଥଯାତ୍ରା ବେଳେ ଗୁଜୁରାଟ ଲୋକଙ୍କ ଭିତରେ ଦଙ୍ଗା ଭୟ ଥିଲା”

ଗାନ୍ଧୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜୁରାଟରେ ରଥ ଯାତ୍ରା ପାର୍ବଣ ସମୟରେ କଂଗ୍ରେସକୁ ସାଂଘାତିକ ସମାଲୋଚନା କରିଛନ୍ତି । କଂଗ୍ରେସ ସରକାର ସମୟରେ ଗୁଜୁରାଟରେ ରଥଯାତ୍ରା ବେଳେ ଲୋକେ ଦଙ୍ଗା ଭୟରେ ରହୁଥିଲେ । କୌଣସି ମୁହୂର୍ତ୍ତରେ ଦଙ୍ଗା ହେବାର ଭୟ ଲୋକଙ୍କ ଭିତରେ ରହୁଥିଲା ।…

ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ଟି ପ୍ରାର୍ଥୀପତ୍ର ଦାଖଲ; ଦ୍ରୌପଦି ଏବଂ ଯଶୱନ୍ତ ବୈଧ ଆଉ ସବୁ ଖାରଜ

ଭୁବନେଶ୍ୱର: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ଜଣ ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗୁରୁବାର ରାଜ୍ୟସଭା ମହାସଚିବ(ସେକ୍ରେଟାରୀ ଜେନେରାଲ) ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ଅବଶ୍ୟ ଏନଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦି ମୁର୍ମୁ ଏବଂ ମିଳିତ ବିରୋଧୀ…