Latest Odisha News

BREAKING NEWS

ଆସନ୍ତା ୨୪ ଘଣ୍ଟାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ଏସଆରସି

ଭୁବନେଶ୍ୱର: ଏପ୍ରିଲ ମାସର ଶେଷ ଦିନରେ ସୂର୍ଯ୍ୟାସ୍ତ ସହି ତାତି କମିବ ଏବଂ ମେ ମାସ ଆରମ୍ଭର ସୂର୍ଯ୍ୟୋଦୟର ତାତି ପୂର୍ବ ଦିନ ଭଳି ସେତେଟା ରହିବ ନାହିଁ । ପାଣିପାଗ ବିଭାଗର ଏହି ଆକଳନ ଏବେ ସତ ହେବାକୁ ଯାଉଛି । ଆଜି ସକାଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତାକାଲି ପାଖରୁ କାଳବୈଶାଖୀ…

ଚିଠିର ଜବାବ ଚିଠି: ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ୧୯୭ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ: ଚିଠିର ଜବାବ ଚିଠି । ଘୃଣା ରାଜନୀତି ବନ୍ଦ କରିବା ଜବାବରେ ଆଜି ୧୯୭ ଅବସରପ୍ରାପ୍ତ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ପତ୍ର ଲେଖିଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୬ରେ ଆତ୍ମ ସମ୍ବିଧାନିକ ଆଚରଣ ବିଧି ଗୋଷ୍ଠୀ (ସିସିଜି)ର ୧୦୮ଜଣ ଅଧିକାରୀ ମୋଦିଙ୍କୁ…

ଏପ୍ରିଲରେ ଡହ ଡହ ଖରା, ମେ’ରେ ବାତ୍ୟା ସାମ୍ନା କରିବ ଓଡ଼ିଶା !

ଭୁବନେଶ୍ୱର: ଏପ୍ରିଲରେ ଡହ ଡହ ଖରାରେ ସିଝିଥିବା ଓଡିଶାବାସୀଙ୍କୁ ତାତିରୁ ମିଳିଲା ତ୍ରାହି । ହେଲେ ଆସନ୍ତାମାସରେ ଅର୍ଥାତ ଆସନ୍ତାକାଲି ପାଖରୁ ତାତି କମିବା ସହିତ ସପ୍ତାହକ ଭିତରେ ଖୁବଶୀଘ୍ର ବାତ୍ୟାକୁ ସାମ୍ନା କରିବାକୁ ଯାଉଛନ୍ତି । ଆଞ୍ଚଳିକ ପାଣିପାଗ ବିଭାଗ ଟୁଇଟ୍ କରି କହିଛି, ୪ ତାରିଖ…

ମେଡିକାଲ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣା, ପିଏମଓକୁ ଟ୍ୟାଗ କରି ନ୍ୟାୟ ମାଗିଲେ ବାପା

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜରେ ଦଶ ଦିନ ହେବ ଆଡମିଶନ ନେବା ପରେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ହରିଆଣାର କର୍ଣ୍ଣାଲ ନିବାସୀ ନିଶାନ୍ତଙ୍କ ମୃତ୍ୟୁର ତଦନ୍ତର ଗତି କୁଆଡେ ଗଲା ତାହା ଏବେ ପ୍ରଶ୍ନ ଘେରରେ । ଏହାରି ଭିତରେ ମୃତକଙ୍କ ବାପା ଓ ପରିବାର ଲୋକେ ନ୍ୟାୟ ପାଇଁ…

ଶାଓମି ମୋବାଇଲ କମ୍ପାନୀର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ନିୟମ ବା ଫେମା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ବା ଇଡି ଶାଓମି ମୋବାଇଲ କମ୍ପାନୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶାଓମିର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କରିଛି ଇଡି । ଶାଓମି ଇଣ୍ଡିଆ ହେଉଛି ଚୀନର…

ଜ୍ୟାକିଲନଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନିଂ ଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର  ଜ୍ୟାକଲିନଙ୍କୁ ଉପହାର ଭାବରେ ଦେଇଥିବା  ୭ କୋଟି ୧୨ ଲକ୍ଷ ଟଙ୍କା ଜବତ କରିଛି…

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ତଦନ୍ତ ଜାରି

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା। ମୃତକ ହେଲେ ଲିଲି ଦାଶ। ଅଭିଯୁକ୍ତ ସ୍ୱାମୀ ସୌଭଗ୍ୟ ରଞ୍ଜନ ଦାଶ । ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ ଘଟିଛି ଘଟଣା। ସୌଭାଗ୍ୟ ଆଗରୁ…

କଟକରେ ଅଘଟଣ: ସ୍କୁଲ ବାରଣ୍ଡାରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ସ୍କୁଲ ବାରଣ୍ଡାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ସଦର ଥାନା ଅନ୍ତର୍ଗତ ଶଂଖତରାସ ହାଇସ୍କୁଲ ବାରଣ୍ଡାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ରଶି ଲଗାଇ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ନିକଟସ୍ଥ ଗାଁର ହୋଇଥିବା ସୂଚନା…

ତହଲକା ମଚାଉଛନ୍ତି ଭାରତର ଗାମୁଛା, ରୁଦ୍ରାକ୍ଷ ମାଳ ପିନ୍ଧା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର

ଭୁବନେଶ୍ୱର: ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ରେ ଭାରତର ଦି ଗ୍ରେଟ ଖଲୀ ଆଶାତୀତ ସଫଳତା ହାସଲ କରିଥିଲେ । ସେ ସାଜିଥିଲେ ଯୁବ ପିଢ଼ୀରେ ପ୍ରମୁଖ ଷ୍ଟାର । ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ଆଉ ଜଣେ ଭାରତୀୟ । ବୀର ମହାନ ନାମକ ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାରଙ୍କ ଷ୍ଟାଇଲ…

ଥରିଲା ଆଫଗାନିସ୍ତାନ କାବୁଲ: ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ,୫୦ରୁ ଉର୍ଦ୍ଧ୍ୱ ମୃତ

ଦିଲ୍ଲୀ: ଆଫଗାନିସ୍ତାନରେ ବାରମ୍ବାର ମସଜିଦ ଗୁଡିକୁ ଟାର୍ଗେଟ କରାଯାଉଛି । ରାଜଧାନୀ କାବୁଲରେ ଶୁକ୍ରବାର ସନ୍ଧ୍ୟା ସମୟରେ ବିସ୍ଫୋରଣ ଘଟି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏଠିକାର ଏକ ସୁନି ମସଜିଦରେ ଘଟିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତାଲିବାନର କହିବା ମୁତାବକ,…