Latest Odisha News

BREAKING NEWS

ସୁରତ ମିଲରେ ଗ୍ୟାସ ଲିକ୍, ୬ଜଣଙ୍କ ମୃତ୍ୟୁ ଓ ୨୦ ଆହତ

ସୁରଟ: ଗୁଜୁରାଟ ସୁରତରୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି । ସୁରତର ଏକ କମ୍ପାନୀରେ ଗ୍ୟାସ ଲିକ୍ ହେବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ୨୦ଜଣରୁ ଅଧିକ ଆହତ ଅବସ୍ଥାରେ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣା ସହରର ସଚିନ୍ ଜିଆଇଡ଼ିସି ଅଞ୍ଚଳରେ ଘଟିଛି ବୋଲି ସୂଚନା…

ଦେଶରେ ଲକ୍ଷେ ମୁହାଁ ଦୈନିକ କରୋନା ସଂକ୍ରମଣ, ମହାରାଷ୍ଟ୍ର ଓ ବଙ୍ଗରେ ମାଡୁଛି

ନୂଆଦିଲ୍ଲୀ: ଦେଶରେ ଲକ୍ଷେ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ଗତକାଲି ୫୮ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ପାର କରିଛି । ଦିନକରେ ସାରା ଦେଶରୁ ୯୦ ହଜାର ୯୨୮ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ଅପେକ୍ଷା ସଂକ୍ରମଣରେ ୫୬.୫…

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାଓ୍ୱାର । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ସେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି । ନିକଟ…

ରାଜ୍ୟରେ ଶୀତର ଲହରୀ ଜାରି, ଆସନ୍ତା ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ସୋନପୁର , ବୌଦ୍ଧ, ନୟାଗଡ଼, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ରହିବ…

ଓଡ଼ିଶାରେ ଦୁଇ ହଜାର ମୁହାଁ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦୁଇ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ୧୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟିନରୁ ୧୧୦୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥି ୭୯୧ । ୧୮…

ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟରୁ ଆଉ ୫୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଜିଂକନଗର ଜବାହାର ନବୋଦୟ ବିଦ୍ୟାଳୟରେ ପୁଣି ୫୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ମଙ୍ଗଳବାର ୩୬ ଜଣ ପିଲା ସଂକ୍ରମିତ ହୋଇଥିଲେ । ଏକାଥରକରେ ଏତେ ପିଲା ସଂକ୍ରମିତ ଚିହ୍ନଟ ହେବା ନେଇ ଅଞ୍ଚଳରେ…

ଉଦଘାଟିତ ହେଲା ସୋମା ବାଗଚୀଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର : ବ୍ରହ୍ମେଶ୍ୱର ପାଟଣା ସ୍ଥିତ ସୁଭଦ୍ରା ଆର୍ଟ ଗ୍ୟାଲେରୀରେ ଶିଳ୍ପୀ ସୋମା ଏମ. ବାଗଚୀଙ୍କର ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। । ଲୋକସଭା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ତ୍ୱରିତ ବରଣ…

ସରକାରୀ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହେଉ ‘ଗ୍ରନ୍ଥ ଭାସ୍ଵତୀ’

ପୁରୀ : ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଶନିବାର ସାହିତ୍ୟ ସନ୍ଧ୍ୟା ପକ୍ଷରୁ ଦଶମ ଶତାବ୍ଦୀର ବିଶିଷ୍ଟ ଗଣିତଜ୍ଞ ଶତାନନ୍ଦ ଓ ତାଙ୍କ ରଚିତ ଗ୍ରନ୍ଥ ଭାସ୍ଵତୀ ସମ୍ପର୍କିତ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଗଣିତ ଶାସ୍ତ୍ର ବିଶେଷଜ୍ଞ ସୁଧୀରା ପଣ୍ଡା ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ…

ଅନୁବାଦ କବିତା : ଅମଳିନ ପରିଚୟ

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ସେଇ ଦିନଠାରୁ ମନେ ଅଛି କପାଳର ଡାହାଣ ପାଖରେ ଜନ୍ମଗତ କାଳିଜାଇ, ବାଳର ବାସ୍ନାସହ ଦେବଦାରୁ ଗଛ ଦେଇ ନଇଁ ଆସୁଥିବା ରାତି କେତେ ବିଭୋର ହୋଇପାରେ ଉଦାସ ଆଙ୍ଗୁଳିର ଗତି ସେଇ ପ୍ରଥମ ଅଭିଜ୍ଞତା ସେଇ ପ୍ରଥମ ଭ୍ରାନ୍ତି । ଅଥବା ଭୁଲ…

ଗଳ୍ପ : ମଲାଜହ୍ନର ମହୋତ୍ସବ

ସାଧନା ପଣ୍ଡା ରାତିର ତୋଫା ଜହ୍ନକୁ ଚାହିଁ ତା ଭିତରେ ଖୋଜୁଥିଲା ଆଶୋକ, ତା ମନର ମଣିଷକୁ ! ଆଖିରୁ ଥପ ଥପ ବହି ଯାଉଥିଲା ଶ୍ରାବଣର ଧାରା। କାନ୍ଧରେ କାହାର ସ୍ପର୍ଶ ଅନୁଭବ କରି ସେ ପଛକୁ ଚାହିଁଲା। ଘର ଭିତରେ ଅନ୍ଧାର,,,, ସବୁ ଅସଜଡା ଭଳି ଲାଗିଲା ଅଶୋକକୁ । ଟିକିଏ ଅନ୍ୟ ମନସ୍କ ହୋଇଗଲା…